Posted inଫୁରସତ

ସୋସିଆଲ ମିଡିଆରେ ହୋଇଥିଲା ପ୍ରେମ, ପ୍ରେମିକାଙ୍କୁ ଦେଖିବା ପରେ ପ୍ରେମିକ ମାରିଲେ ଛୁ; କାରଣ ଜାଣିଲେ…

ଆଜିକାଲି ଯୁଗରେ ପ୍ରେମୀଯୁଗଳ ଡେଟ୍‌ରେ ଯିବାକୁ ଭାରି ପସନ୍ଦ କରୁଛନ୍ତି। କିନ୍ତୁ ଥରେ ଭାବିଲେ ପ୍ରେମିକା ଜଣକ ପ୍ରେମିକଙ୍କ ସହ ଡେଟ୍‌ରେ ଯିବାକୁ ଉତ୍ସାହିତ ହୋଇ ଅପେକ୍ଷା କରିଥିବେ ଆଉ ପ୍ରେମିକ ପ୍ରବର ପହଞ୍ଚି ତାଙ୍କୁ ଅଧା ରାସ୍ତାରେ ଛାଡ଼ି ଚାଲିଯିବେ। ବିଚରା ସେ ଝିଅଟିର ମାନସିକ ଅବସ୍ଥା କିପରି ହେବ କହିଲେ। ଠିକ୍‌ ସେମିତି ଏକ ଘଟଣା ଘଟିଛି ଜଣେ ଯୁବତୀଙ୍କ କ୍ଷେତ୍ରରେ। ସିଙ୍ଗ୍‌ଲାଟନ ସାମନ୍ଥା ନାମକ ଜଣେ ଯୁବତୀ ନିଜ ପ୍ରେମିକଙ୍କ ସହ ଡେଟ୍‌ରେ ଯିବାକୁ ଅପେକ୍ଷା କରିଥିଲେ। କିନ୍ତୁ ସାମନ୍ଥାଙ୍କୁ ଦେଖିବା ପରେ ପ୍ରେମିକ ଜଣକ ଛୁ ମାରିଛନ୍ତି। କାରଣ ଏହି ଯୁବକଙ୍କ ସହ ସୋସିଆଲ ମିଡିଆରେ ସାମନ୍ଥାଙ୍କର ପ୍ରେମ ସମ୍ପର୍କ ହୋଇଥିଲା। କେହି କାହାକୁ କେବେ ଦେଖି ନ ଥିଲେ। କିନ୍ତୁ ଡେଟ୍‌ରେ ଯିବାକୁ ଯୋଜନା କରିଥିଲେ।

ଯୋଜନା ମୁତାବକ ପ୍ରେମିକ କାର୍‌ ଧରି ପ୍ରେମିକା ସାମନ୍ଥାଙ୍କ ନିକଟରେ ପହଞ୍ଚତ୍ଥିଲେ। ପ୍ରେମିକ ପହଞ୍ଚିବା ପରେ ଖୁସିରେ ଆତ୍ମହରା ହୋଇ କାର୍‌ ନିକଟକୁ ଦୌଡ଼ି ଯାଇଥିଲେ ସାମନ୍ଥା ମାତ୍ର ପ୍ରେମିକ କାର୍‌ଟିକୁ ତୀବ୍ର ବେଗରେ ଚଳାଇ ସେଠାରୁ ଛୁ ମାରିଥିଲେ। ବିଚରା ସାମନ୍ଥା ରାସ୍ତାରେ ଠିଆ ହୋଇ କାନ୍ଦିଥିଲେ। ଆଉ କାରଣ ଖୋଜୁଥିଲେ କାହିଁକି ତାଙ୍କ ପ୍ରେମିକ ଡେଟ୍‌ରେ ନ ନେଇ ଛାଡ଼ି ଚାଲିଗଲେ। ତାଙ୍କର ଭୁଲ୍‌ କେଉଁଠି ରହିଲା।

ଏହି ସମସ୍ତ ଘଟଣାକୁ ସାମନ୍ଥା ନିଜେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ କହିଛନ୍ତି, ମୁଁ ଅସୁନ୍ଦରୀ ବୋଲି ମୋ ପ୍ରେମିକ ମୋତେ ଛାଡ଼ି ଚାଲିଗଲେ। ସାମନ୍ଥାଙ୍କ ପୋଷ୍ଟରେ ୟୁଜରମାନେ ମଧ୍ୟ ଅନେକ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଆପଣ ବହୁତ ସୁନ୍ଦର, କିଏ କହିଲା ଆପଣ ସୁନ୍ଦର ନୁହନ୍ତି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଯିଏ ଗଲା ତାକୁ ଯିବାକୁ ଦିଅ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ନିଜ ଉପରେ ବିଶ୍ୱାସ ରଖ। ଭାବିନିଅ ଏହା ତୁମ ପାଇଁ ଭୁଲ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri