Categories: ଫୁରସତ

ଦର୍ଶକ ଭର୍ତ୍ତି ଷ୍ଟାଡିୟମରେ ଯୁବତୀଙ୍କୁ ପ୍ରେମ ନିବେଦନ କରି ଯୁବକ ପାଇଲେ ପାନେ, ଭିଡିଓ ଦେଖିଲେ…

ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡିଓକୁ ବାରମ୍ବାର ଦେଖିବାକୁ ଇଚ୍ଛା ହୁଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଜଣେ ଯୁବକ ଦର୍ଶକ ଭର୍ତ୍ତି ହୋଇଥିବା ଷ୍ଟାଡିୟମରେ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ଏହା ପରେ ଯାହା ଘଟିଲା, ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଭାଇରାଲ ଭିଡିଓରେ ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ଦର୍ଶକ ଭର୍ତ୍ତି ହୋଇଥିଲେ। ଏହି ସମୟରେ ଜଣେ ଯୁବକ ଜଣେ ଯୁବତୀଙ୍କୁ ପ୍ରପୋଜ କରିଥିଲେ। ସର୍ବପ୍ରଥମେ ସେ ଯୁବତୀଙ୍କୁ ଚୁମ୍ବନ ଦିଅନ୍ତି। ଏହା ପରେ ଯୁବତୀଙ୍କ ମୁହଁରେ ହସ ଥିଲା। ଲାଗୁଥିଲା ଯୁବତୀ ଜଣକ ଯୁବକଙ୍କ କଥାରେ ରାଜି ହୋଇଯିବେ। ତା’ପରେ ଆଣ୍ଠୁମାଡ଼ି ଯୁବକ ଜଣଙ୍କ ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦିଅନ୍ତି। ଏହା ଦେଖି ଯୁବତୀ ଜଣକ ଉକ୍ତ ଯୁବକଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଲେ। ଏପରିକି ତାଙ୍କ ମୁହଁକୁ ଥଣ୍ଡା ପାନୀୟ ମଧ୍ୟ ଫିଙ୍ଗିଥିବା ଦେଖିବାକୁ ମିଳିଛି।

ଏହି ଭିଡିଓ ଇନ୍‌ଷ୍ଟାଗ୍ରାମରେ କାନାଡିଆନ ପାର୍ଟି ଲାଇଫ୍‌ ନାମକ ଏକ ପେଜ୍‌ରେ ଶେୟାର କରାଯାଇଛି। ଏଥିରେ ଥିବା ଯୁବକ ଜଣକ ଆମେରିକୀୟ ଏବଂ ତାଙ୍କ ନାମ କୋର୍ଡା। ଏହି ଭିଡିଓକୁ ୨.୫ ଲକ୍ଷରୁ ଅଧିକ ଥର ଦେଖାଯାଇଛି ଏବଂ ହଜାର ହଜାର ଲୋକ ଏହାକୁ ପସନ୍ଦ କରିଛନ୍ତି। କିଛି ୟୁଜର ଏହାକୁ ଏକ ଉପହାସ ବୋଲି କହିଥିବାବେଳେ କିଛି ଲୋକ କହିଛନ୍ତି ଯୁବକ ଜଣକ ଭୁଲ ସ୍ଥାନରେ ପ୍ରପୋଜ କରିଥିଲେ। ଏଥିସହିତ ଅନେକ ୟୁଜର ସେ ଝିଅକୁ ଛାଡ଼ିବା ଦେବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ।

Share