କାନ୍ଦିକାନ୍ଦି ଏକା ଦେଶ ଛାଡ଼ୁଛନ୍ତି ବାଳକ

କ୍ୱିଭ୍‌,୯ା୩: ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ରେ ଜନସାଧାରଣଙ୍କ ଦୁର୍ଦ୍ଦଶାର ଅସଂଖ୍ୟ କାହାଣୀ ଭିତରୁ ଗୋଟିଏର ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଜଣେ ବାଳକ ହାତରେ କିଛି ଚକୋଲେଟ୍‌, ଏକ ବ୍ୟାଗ୍‌ରେ କଣ୍ଢେଇ ଧରି କାନ୍ଦିକାନ୍ଦି ୟୁକ୍ରେନ୍‌ରୁ ପୋଲାଣ୍ଡ ସୀମା ଅଭିମୁଖେ ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ତାଙ୍କ ପରିବାର କେଉଁଠି ଅଛନ୍ତି କିମ୍ବା ତାଙ୍କ ସହ କ’ଣ ଘଟିଛି ସେ ବିଷୟରେ ଜଣାପଡ଼ିନାହିଁ। ରାସ୍ତାରେ ବାଳକ ଜଣକ ବ୍ୟାଗ୍‌ଟିକୁ ଘୋଷାଡ଼ି ଘୋଷାଡ଼ି ନେଉଛନ୍ତି। ଯେଉଁ ପିଲାଙ୍କ ସହ ସେମାନଙ୍କ ପରିବାର କିମ୍ବା ମା’ ବାପା ଅଛନ୍ତି ସେମାନଙ୍କୁ ଲୁହ ଛଳଛଳ ଆଖିରେ ସେ ଦେଖୁଥିବା ଭିଡିଓରେ ରହିଛି। ପିଲାଟିକୁ ଦେଖି ଆଖପାଖରେ ଥିବ ଲୋକ ମଧ୍ୟ ଭାବବିହ୍ବଳ ହୋଇପଡ଼ିଛନ୍ତି।

Share