Categories: ଫୁରସତ

ହୋମଓ୍ବାର୍କ କରିବା ବେଳେ ଝିଟିପିଟି ଉପରେ ଶୋଇପଡ଼ିଲେ ଶିଶୁ: ଉଠିବା ପରେ ଯାହା ଦେଖିଲେ…

ଘରେ ହୋମଓ୍ବାର୍କ କରୁକରୁ ଅନେକଙ୍କୁ ନିଦ ଲାଗିଥାଏ। ସେଭଳି ଏକ ଘଟଣା କ୍ରମରେ ଜଣେ ଶିଶୁ ପଢ଼ା ଟେବୁଲ ଉପରେ ଶୋଇ ପଡ଼ିଥିଲେ। ହେଲେ ଶୋଇବା ସମୟରେ ନୋଟବୁକ୍‌ ଉପରେ ଏକ ଝିଟିପିଟି ଥିଲା। ଏହା ସେ ଜାଣି ପାରି ନ ଥିଲେ। ଯେତେବେଳେ ସେ ନିଦରୁ ଉଠିଥିଲେ ଚମକି ପଡ଼ିଥିଲେ। ପରେ ମୁହଁ ଧୋଇବା ବେଳେ ଆଇନାରେ ଥିବା ପ୍ରତିଛବି ଦେଖି ବାଳକଜଣଙ୍କ ଡରି ଯାଇଥିଲେ। କାରଣ ତାଙ୍କ ମୁହଁରେ ଝିଟିପିଟିର ଦାଗ ହୋଇଯାଇଥିଲା। ପରେ ସୋସିଆଲ ମିଡିଆରେ ସେ ନିଜର ଫଟୋ ଶେୟାର କରିବା ପରେ ଏହା ବେଶ୍‌ ଭାଇରାଲ ହୋଇଥିଲା।

ସୋସିଆଲ ମିଡିଆ ବ୍ୟବହାରକାରୀ ଫଟୋରେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି। କିଛି ଏହାକୁ ଭୟଙ୍କର କହୁଥିବା ବେଳେ କିଛି ହସ ରୋକି ପାରୁନାହାନ୍ତି। କିଭଳି ଭାବେ ଶିଶୁଟି ଝିଟିପିଟି ଥିବା ନ ଜାଣିପାରି ତାକୁ ମାରିଦେଲେ ସେ ନେଇ ଚର୍ଚ୍ଚା ହେଉଛି।

Share