Categories: ଖେଳ

ମେଲବୋର୍ନ ଟେଷ୍ଟରେ ଅଧିନାୟକ ରାହାଣେଙ୍କ ଦମ୍‌ଦାର ବ୍ୟାଟିଂ: ଅଷ୍ଟ୍ରେଲିଆଠାରୁ ୮୨ ରନ୍‌ ଆଗରେ ଭାରତ

ମେଲବୋର୍ନ,୨୭।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସିଂ ଡେ୍‌ ଟେଷ୍ଟର ଦ୍ୱିତୀୟ ମ୍ୟାଚ୍‌ ଜାରି ରହିଛି। ରବିବାର ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଭାରତୀୟ ଦଳ ପ୍ରଥମ ପାଳିରେ ୯୧.୩ ଓଭର ଖେଳି ୨୭୭ ରନ୍‌ କରିନେଇଛି। ଅଧିନାୟକ ଅଜିଙ୍କ୍ୟ ରାହାଣେ ୧୦୪ ଏବଂ ରବିନ୍ଦ୍ର ଜାଡେଜା ୪୦ ରନ୍‌ କରି ପଡ଼ିଆରେ ଅଛନ୍ତି। ପୂର୍ବରୁ ଘରୋଇ ଦଳ ୧୯୫ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିବା ହେତୁ ଭାରତ ଏବେ ୮୨ରନ୍‌ରେ ଆଗୁଆ ରହିଛି। ଏବେ ବି ଦଳ ହାତରେ ୫ ଉଇକେଟ୍‌ ଥିଲେ ହେଁ ବର୍ଷା ଯୋଗୁ ଅମ୍ପାୟାର ଏହି ସ୍କୋରରେ ଷ୍ଟମ୍ପ୍ସ ଘୋଷଣା କରିଛନ୍ତି।

ଦ୍ୱିତୀୟ ଦିନରେ ଭାରତୀୟ ଦଳ ୩୬/୧ରୁ ଖେଳ ଆଗକୁ ବଢ଼ାଇଥିଲା। ଶୁଭମନ ଗିଲ(୪୫), ଚେତେଶ୍ୱର ପୂଜାରା(୧୭), ହନୁମା ବିହାରୀ(୨୧), ରିଷଭ ପନ୍ଥ(୨୯) ରନ୍‌ କରି ଆଉଟ୍‌ ହୋଇଥିଲେ। ପରେ ରବିନ୍ଦ୍ର ଜାଡେଜାଙ୍କ ସହ ପୂର୍ବରୁ ଥିବା ଅଜିଙ୍କ୍ୟ ରାହାଣେ ଦମଦାର ବ୍ୟାଟିଂ ଜାରି ରଖିଛନ୍ତି। ମେଲବୋର୍ନ ଟେଷ୍ଟରେ ସେ ନିଜର ୧୨ତମ ଶତକ ପୂରଣ କରିଛନ୍ତି। ୧୯୬ ବଲ୍‌ରେ ୧୧ ଚଉକା ସହାୟତାରେ ସେ ଏହା କରିଦେଖାଇଛନ୍ତି।

Share