Categories: ଜାତୀୟ

ନାବାଳିକା ବକ୍ସରଙ୍କୁ ବଳାତ୍କାର

ମୁମ୍ବାଇ,୧୨।୩ : ମୁଲନ୍ଦ ଅଞ୍ଚଳରେ ଜଣେ ନାବାଳିକା ବକ୍ସରଙ୍କୁ ବଳାତ୍କାର ଅଭିଯୋଗରେ ୩୦ ବର୍ଷୀୟ କୋଚ୍‌ଙ୍କୁ ଗିରଫ କରାଯାଇଛି। ଏ ନେଇ ଗୁରୁବାର ସ୍ପଷ୍ଟ କରିଛି ସ୍ଥାନୀୟ ପୋଲିସ। ଏହି ଘଟଣା ରବିବାର ଘଟିଥିଲା। ପୀଡ଼ିତାଙ୍କୁ ବକ୍ସିଂ କ୍ଲବରେ ବଳାତ୍କାର କରିଥିଲେ ଅଭିଯୁକ୍ତ କୋଚ୍‌। ଆଉ କାହାକୁ ଜଣାଇଲେ ବକ୍ସିଂ କ୍ୟାରିୟର ଶେଷ କରିଦେବାକୁ ଦେଇଥିଲେ ଧମକ। ୩ ଦିନ ପରେ ଘଟଣା ସମ୍ପର୍କରେ ପରିବାର ବର୍ଗଙ୍କୁ ଜଣାଇଥିଲେ ପୀଡ଼ିତା। ଏହାପରେ ପୋଲିସ ଏକ ବଳାତ୍କାର ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Share