Posted inଜାତୀୟ

ଉପଗ୍ରହରୁ ସୀମା ନିର୍ଦ୍ଧାରଣ

ନୂଆଦିଲ୍ଲୀ,୨ା୮:ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଲାଗିରହିଥିବା ସୀମା ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଉପଗ୍ରହର ସହାୟତା ନେବାକୁ ଯାଉଛନ୍ତି। ସାଟେଲାଇଟ୍‌ ଇମେଜିଂ ଜରିଆରେ ଏହି ସବୁ ରାଜ୍ୟର ସୀମା ନିର୍ଦ୍ଧାରଣ କରାଯିବ। ଜୁଲାଇ ୨୬ରେ ଆସାମ ଓ ମିଜୋରାମ ମଧ୍ୟରେ ସୀମା ସଂଘର୍ଷରେ ଆସାମର ୬ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିବା ପରେ ଏହି ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନ ଲାଗି ଏପରି ନିଷ୍ପତ୍ତି ନିଆଯାଇଥିବା ସରକାରୀ ସୂତ୍ରରୁ ପ୍ରକାଶ।
ମହାକାଶ ବିଭାଗ(ଡିଓଏସ୍‌) ଏବଂ ଉତ୍ତର ପୂର୍ବ ପରିଷଦ (ଏନ୍‌ଇସି)ର ମିଳିତ ଆନୁକୂଲ୍ୟରେ ନର୍ଥ ଇଷ୍ଟର୍ନ ସ୍ପେସ୍‌ ଆପ୍ଲିକେଶନ ସେଣ୍ଟର(ଏନ୍‌ଇଏସ୍‌ଏସି)କୁ ସୀମା ନିର୍ଦ୍ଧାରଣ ଦାୟିତ୍ୱ ନ୍ୟସ୍ତ କରାଯାଇଛି। କିଛି ମାସ ପୂର୍ବେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାଟେଲାଇଟ୍‌ ଇମେଜିଂ ଜରିଆରେ ସୀମା ନିର୍ଦ୍ଧାରଣ ପାଇଁ ଯୋଜନା କରିଥିଲେ। ଆନ୍ତଃରାଜ୍ୟ ସୀମା ଓ ଉତ୍ତର-ପୂର୍ବାଞ୍ଚଳର ଜଙ୍ଗଲ ମ୍ୟାପିଂ ପାଇଁ ଏନ୍‌ଇଏସ୍‌ଏସିକୁ ଏହି ଦାୟିତ୍ୱ ପ୍ରଦାନ ପାଇଁ ଶାହା ପ୍ରସ୍ତାବ ଦେଇଥିଲେ। ଏହାଦ୍ୱାରା ବୈଜ୍ଞାନିକ ପଦ୍ଧତିରେ ରାଜ୍ୟଗୁଡ଼ିକର ସୀମା ନିର୍ଦ୍ଧାରଣ ହୋଇପାରିବ ବୋଲି ଶାହା କହିଥିଲେ। ଏପରି କରାଗଲେ
ସୀମାକୁ ନେଇ ଆଉ କୌଣସି ଅସଙ୍ଗତି ରହିବ ନାହିଁ। ସାଟେଲାଇଟ୍‌ ମ୍ୟାପିଂ ଜରିଆରେ ନିର୍ଦ୍ଧାରିତ ସୀମାକୁ ସବୁ ରାଜ୍ୟ ମାନିବେ। ଫଳରେ ଉକ୍ତ ବିବାଦର ସ୍ଥାୟୀ ସମାଧାନ ହୋଇପାରିବ ଏବଂ ହିଂସାକୁ ରୋକାଯାଇପାରିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।
ଆସାମ ଓ ମିଜୋରାମ ମଧ୍ୟରେ ଲାଗିରହିଥିବା ସୀମା ବିବାଦ ୧୫୦ ବର୍ଷ ପୁରୁଣା। ମିଜୋରାମ ସରକାର ୧୮୫୭ରେ ନିର୍ଦ୍ଧାରିତ ୫୦୯ ବର୍ଗ କି.ମି. ବିସ୍ତୃତ ଆଭ୍ୟନ୍ତରୀଣ ରେଖାକୁ ପ୍ରକୃତ ସୀମା ବୋଲି ମାନୁଥିବାବେଳେ ଆସାମ ୧୯୯୩ରେ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ନିର୍ଦ୍ଧାରିତ ସୀମାକୁ ଗ୍ରହଣ କରିଥାଏ। ୨୦୧୮ରେ ଆନ୍ତଃରାଜ୍ୟ ସୀମାକୁ ନେଇ ଦୁଇ ପଡ଼ୋଶୀ ମୁହଁାମୁହିଁ ହୋଇଥିଲେ। ଗତବର୍ଷ ଅଗଷ୍ଟରେ ଏହି ବିବାଦ ଉଗ୍ରରୂପ ଧାରଣ କରିଥିଲା। ସେହିପରି ୨୦୨୧ ଫେବୃୟାରୀରେ ମଧ୍ୟ ଏହାକୁ ନେଇ ଆସାମ ଓ ମିଜୋରାମ ମଧ୍ୟରେ ସଂଘର୍ଷ ଘଟିଥିଲା। ତେବେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଫଳରେ ଏହାର ସାମୟିକ ସମାଧାନ ହୋଇଥିଲା। ସଦ୍ୟ ସଂଘର୍ଷର ସୂତ୍ରପାତ ଗତ ଜୁନ୍‌ରେ ଆସାମ ଓ ମେଘାଳୟ ମଧ୍ୟରେ ସୀମା ବିବାଦ ଲାଗିରହିଥିବାବେଳେ ହୋଇଥିଲା। ଜୁନ୍‌ ୫ରେ ମିଜୋରାମ-ଆସାମ ସୀମାନ୍ତ ୨ଟି ପରିତ୍ୟକ୍ତ ଘରେ କେତେଜଣ ଦୁର୍ବୃତ୍ତ ନିଆଁ ଲଗାଇଦେଇଥିଲେ। ଏହାକୁ ନେଇ ମାସେ ଧରି ଆନ୍ତଃ ରାଜ୍ୟ ସୀମା ଉତ୍ତେଜନା ବୃଦ୍ଧି ପାଇଥିଲା। ଜୁନ୍‌ ୩୦ରେ ମିଜୋରାମ ଅଭିଯୋଗ ଆଣିଥିଲା ଯେ, ଏହାର ସୀମାରେ ଥିବା କୋଲାସିବ ଅଞ୍ଚଳକୁ ଆସାମ ମାଡ଼ିବସିଛି। ତେବେ ଆସାମ ଏହାର ଜଙ୍ଗଲ ଜମିରେ ମିଜୋରାମ ପକ୍ଷରୁ ଗୁଆ ଓ କଦଳୀ ଗଛ ଲଗାଯାଇଥିବା ନେଇ ପାଲଟା ଅଭିଯୋଗ ଆଣିଥିଲା। ଆସାମର ହାଇଲାକଣ୍ଡି ସୀମାନ୍ତ ଜିଲାର ୧୦ କି.ମି. ଭିତରକୁ ମିଜୋରାମ ମାଡ଼ିଆସିଥିବା ଗୁଆହାଟୀ ପକ୍ଷରୁ କୁହାଯାଇଥିଲା। ଜୁଲାଇ ୧୦ରେ ମିଜୋରାମର କୋଲାସିବ ଅନ୍ତର୍ଗତ ବୁରାଚେପ୍‌ରେ ଆସାମ ଅଧିକାରୀମାନେ ଜବରଦଖଲ ଉଚ୍ଛେଦ ଅଭିଯାନ ଚଳାଇଥିଲେ। ଆସାମ ଏହାକୁ ନିଜ ଅଞ୍ଚଳ ବୋଲି ଦାବି କରିଥିଲା। ଫଳରେ ଆସାମର ସରକାରୀ ଟିମ୍‌ ଉପରେ ମିଜୋରାମ ପକ୍ଷରୁ ଗ୍ରେନେଡ୍‌ ମାଡ଼ ହୋଇଥିଲା। ଜୁଲାଇ ୨୫ରେ ମିଜୋରାମ ଚାଷୀଙ୍କ ୮ଟି କୁଡ଼ିଆରେ ଆସାମ ଅଧିବାସୀମାନେ ନିଆଁ ଲଗାଇଦେବାରୁ ଉତ୍ତେଜନା ବଢ଼ିଥିଲା। ଏହାର ପରଦିନ ଆସାମର ଏକ ପୋଲିସ ଟିମ୍‌ ମିଜୋରାମ ସୀମାକୁ ଯାଇଥିବାବେଳେ ମିଜୋ ପୋଲିସ ପକ୍ଷରୁ ଗୁଳି ଚଳାଯାଇଥିଲା। ଏଥିରେ ଆସାମ ପୋଲିସର ୫ କର୍ମଚାରୀଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଆକ୍ରମଣରେ ଅନ୍ୟ ୬୦ ଜଣ ଆହତ ହୋଇଥିଲେ।

ଏନ୍‌ଇଏସ୍‌ଏସିର ଉଦ୍ଦେଶ୍ୟ 

ନର୍ଥ ଇଷ୍ଟର୍ନ ସ୍ପେସ୍‌ ଆପ୍ଲିକେଶନ ସେଣ୍ଟର(ଏନ୍‌ଇଏସ୍‌ଏସି) ଉତ୍ତର ପୂର୍ବାଞ୍ଚଳରେ ଏକ ଉନ୍ନତ ମହାକାଶ କାରିଗରୀ ସହାୟତା ପ୍ରଦାନ କରି ବିକାଶମୂଳକ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଥାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଏକ ଅପରେଶନାଲ ରିମୋଟ୍‌ ସେନ୍ସିଂ ଏବଂ ଭୌଗୋଳିକ ସୂଚନା ବ୍ୟବସ୍ଥା ସହଯୋଗରେ ପ୍ରାକୃତିକ ସମ୍ବଳ ସମ୍ପର୍କରେ ତଥ୍ୟ ଯୋଗାଇ ବିକାଶମୂଳକ କାର୍ଯ୍ୟରେ ସହଯୋଗ କରିବା। ଏହାସହ ସମ୍ପୃକ୍ତ ଅଞ୍ଚଳରେ ପ୍ରାକୃତିକ ଉତ୍ସ ଓ ଭିତ୍ତିଭୂମି ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବା ହେଉଛି ଏନ୍‌ଇଏସ୍‌ଏସିର ଲକ୍ଷ୍ୟ। ଏହା ପାଖରେ ଥିବା ଉପଗ୍ରହ ଯୋଗାଯୋଗ ଆପ୍ଲିକେଶନ ସିଙ୍ଗଲ ଓ୍ବିଣ୍ଡୋ ଡେଲିଭରି ଜରିଆରେ ସେବା ଶିକ୍ଷା, ସ୍ବାସ୍ଥ୍ୟ, ବିପର୍ଯ୍ୟୟ ପରିଚାଳନା ଓ ବିକାଶମୂଳକ ଯୋଗାଯୋଗ ଆଦି କାର୍ଯ୍ୟରେ ଲାଗିଥାଏ। ଶିଲଂଭିତ୍ତିକ ଏହି ସଂସ୍ଥା ମହାକାଶ କାରିଗରିକୁ ଉତ୍ତର-ପୂର୍ବାଞ୍ଚଳରେ ଖାଦ୍ୟ ପରିଚାଳନା କ୍ଷେତ୍ରରେ ବ୍ୟବହାର କରିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri