Categories: ଖେଳ

ସୁରେଶ ରାଇନାଙ୍କୁ ଲାଗିଲା ଡବଲ୍‌ ଝଟ୍‌କା

ୟୁଏଇ,୨୦।୯: ଆଇପିଏଲ ୨୦୨୧ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଦୁବାଇରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କ ସହ ଏମିତି କିଛି ଘଟିଥିଲା, ଯାହାକୁ ସେ ଆଦୌ ମନେ ରଖିବାକୁ ଚାହଁିବେ ନାହିଁ। ଏହି ମ୍ୟାଚରେ ସୁରେଶ ରାଇନା ବିଶେଷ କିଛି କରିପାରି ନ ଥିଲେ ଏବଂ ୪ ରନ ସ୍କୋର କରିବା ପରେ ଟ୍ରେଣ୍ଟ ବୋଲ୍ଟଙ୍କ ବଲରେ ଉଇକେଟ ହରାଇଥିଲେ।
ଚେନ୍ନାଇ ସୁପର କିଙ୍ଗ୍ସ ଇନିଂସର ତୃତୀୟ ଓଭରରେ ସୁରେଶ ରାଇନା ଟ୍ରେଣ୍ଟ ବୋଲ୍ଟଙ୍କ ବଲକୁ ମାରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବଲ ମାରିବା ମାତ୍ରେ ରାଇନାଙ୍କ ବ୍ୟାଟ ଭାଙ୍ଗି ଯାଇଥିଲା ଏବଂ ସେହି ବଲକୁ ଫିଲ୍ଡର ରାହୁଲ ଚହର କ୍ୟାଚ୍‌ ଧରିଥିଲେ। ରାଇନାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share