ଓଏସ୍‌ଏଚ୍‌ବିରୁ ଘର କିଣି ହଟହଟା, କାନ୍ଥରୁ ଝରୁଛି ପାଣି, ବିଜ୍ଞପ୍ତି ଅନୁସାରେ ମିଳୁନି ସେବା

ଭୁବନେଶ୍ୱର,୭।୮(ଅନୁରାଧା ମହାରଣା): ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସଂସ୍ଥା (ଓଏସ୍‌ଏଚ୍‌ବି)ଠାରୁ ଘର କିଣି ଏବେ ନାନା ହଟହଟାର ସମ୍ମୁଖୀନ ହେଉଛନ୍ତି ଡ଼ୁମୁଡୁମା ଫେଜ୍‌-୬ସ୍ଥିତ ତାଳଧ୍ୱଜ ଏନ୍‌କ୍ଲେଭ୍‌ର ବାସିନ୍ଦା। ୬୦ରୁ ୮୫ ଲକ୍ଷ ଦେଇ ଘର କିଣିଥିଲେ। ସ୍ମାର୍ଟସିଟିରେ ରହିବା ସହ ନିଜ ଘରକୁ ନେଇ ବହୁ ସ୍ବପ୍ନ ଦେଖିବା ସହ ଖୁସି ସାଉଣ୍ଟିଥିଲେ। ହେଲେ ୨ବର୍ଷରେ ଘରର ଅବସ୍ଥା ସେମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଘର ସହ ନିଜ ସୁରକ୍ଷାକୁ ନେଇ ମାଲିକମାନେ ପ୍ରଶ୍ନ ଉଠାଇଛନ୍ତି। ଜଣେ ଫ୍ଲାଟ୍‌ ମାଲିକ କେନ୍ଦ୍ରାପଡ଼ାର ଫକୀର ପରମାଣିକ କହିଛନ୍ତି, ୨୦୧୫ରେ ଓଏସ୍‌ଏଚବି ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଆଧାରରେ ଘର କିଣିବା ପାଇଁ ଆବେଦନ କରିଥିଲେ। ଫ୍ଲାଟ୍‌ ବାବଦରେ ୨୦୧୭ରେ ପ୍ରାୟ ୬୪ ଲକ୍ଷ ଟଙ୍କା ସେ ପୈଠ କରିଥିଲେ। ୨୦୧୯ ଡିସେମ୍ବର ସୁଦ୍ଧା ମାଲିକଙ୍କୁ ଏହି ଘର ହସ୍ତାନ୍ତର ହେବାର ଥିଲେ ମଧ୍ୟ ୨ବର୍ଷ ପରେ ଅର୍ଥାତ୍‌ ୨୦୨୧ ଡିସେମ୍ବରରେ ଦିଆଯାଇଥିଲା। ସେତେବେଳେ ଘର କାନ୍ଥରୁ ପାଣି ଝରି ଚଟାଣରେ ଜମି ରହିଥିବା ଦେଖିବାକୁ ମିଳିଥିଲା। ତେଣୁ ଏହାର ଆବଶ୍ୟକ ମରାମତି ପାଇଁ ବାରମ୍ବାର ଓଏସ୍‌ଏଚ୍‌ବିକୁ ଜଣାଇଥିଲେ ମଧ୍ୟ କୌଣସି ଫଳ ମିଳି ନ ଥିଲା। ନିରୁପାୟ ହୋଇ ୨୦୨୨ରୁ ପରମାଣିକ ପରିବାର ସହ ଏଠାରେ ମୁଣ୍ଡ ଗୁଞ୍ଜିଛନ୍ତି। ଏବେ ବାଥ୍‌ରୁମ୍‌ ସଂଲଗ୍ନ ସମସ୍ତ କାନ୍ଥରୁ ପାଣି ସେମିତି ଅନବରତ ଝରୁଛି। କାନ୍ଥରୁ ଠାଏ ଠାଏ ପ୍ଲାଷ୍ଟର ଖଣ୍ଡ ଖସିବା ଆରମ୍ଭ କରିଥିବାବେଳେ ଘରର ରଙ୍ଗ ଉଡ଼ିଗଲାଣି। ଏନେଇ ତାଙ୍କ ପୁଅ ଅଂଶୁମାନ ଓଡ଼ିଶା ରିଅଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି(ଓରେରା)ଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ଏହି ଆପାର୍ଟମେଣ୍ଟର ୨ଟି ବ୍ଲକ୍‌ରେ ୧୨୬ଟି ଏଚ୍‌ଆଇଜି ଫ୍ଲାଟ୍‌ ରହିଛି। ତେବେ ଓଏସ୍‌ଏଚ୍‌ବିର ସୂଚନାପୁସ୍ତିକାରେ ସେଣ୍ଟ୍ରାଲ ଲନ୍‌, ପିଲାଙ୍କ ଖେଳିବା ପାଇଁ ସ୍ଥାନ, ଜଗିଙ୍ଗ୍‌ ଟ୍ରାକ୍‌, କାର୍‌ ଓ୍ବାଶ୍‌ ବେ ଆଦି ରହିବ ବୋଲି ଉଲ୍ଲେଖ କରାଯାଇଥିଲା। ମାତ୍ର ଘର ହସ୍ତାନ୍ତରବେଳେ ଏସବୁ ନ ଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଅଂଶୁମାନଙ୍କ ଭଳି ଆପାର୍ଟମେଣ୍ଟର ଅନ୍ୟ ବାସିନ୍ଦାମାନେ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି।

ସଂକୀର୍ଣ୍ଣ ପାର୍କିଂରେ କାର୍‌ ରଖି ହେଉନି
ପାର୍ର୍କିଂ ପାଇଁ ଜାଗା ତ ଦେଇଛନ୍ତି, ମାତ୍ର ଅତି କମ୍‌ ଜାଗା ହୋଇଥିବାରୁ ସେଠାରେ ଗାଡ଼ି ରଖିବା ସମ୍ଭବ ହେଉନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ବ୍ଲକ୍‌-ସି ଆମକୁ ହସ୍ତାନ୍ତର କରାଯାଇନାହିଁ। ଏଠାରେ ଥିବା କମ୍ୟୁନିଟି ସେଣ୍ଟରଠାରୁ ଆରମ୍ଭ କରି ଅନ୍ୟ ସୁବିଧାରୁ ଆମେ ବଞ୍ଚତ୍ତ ହେଉଛୁ।
– ମନୋଜ ପ୍ରସାଦ ପାତ୍ର, ଏ ବ୍ଲକ୍‌

ସରକାରୀ ସଂସ୍ଥାଠାରୁ ବାସସ୍ଥାନ କିଣି ହୀନସ୍ତା ଭୋଗୁଛୁ
ଆନୁଷଙ୍ଗିକ ସୁବିଧା ପାଇଁ ଅତିରିକ୍ତ ୫୦ ହଜାର ଟଙ୍କା ପୈଠ କରାଯାଇଥିଲେ ମଧ୍ୟ ସେସବୁ କିଛି ମିଳୁନାହିଁ। ପାର୍କିଂଠାରୁ ଆରମ୍ଭ କରି ଇଲେକ୍ଟ୍ରିସିଟି ଓ୍ବେୟାରିଂ ପର୍ଯ୍ୟନ୍ତ ସବୁଥିରେ ନିର୍ମାଣ ସଂସ୍ଥା ଖିଲାପ କରିଛି। ସରକାରୀ ସଂସ୍ଥାଠାରୁ ବାସସ୍ଥାନ କିଣି ଏପରି ହୀନସ୍ତା ଭୋଗିବାକୁ ପଡୁଛି। ଘରୋଇ ସଂସ୍ଥାଠାରୁ କିଣିଥିଲେ ଏସବୁ ସମସ୍ୟା ହୋଇ ନ ଥା’ନ୍ତା।
-ମୋହନ ବେହେରା, ଏ ବ୍ଲକ୍‌

ଡ୍ରେନ୍‌ରୁ ପୋକଜୋକ ଘରେ ପଶୁଛନ୍ତି
ସୋସାଇଟିରେ ଡ୍ରେନ୍‌ ଏପରି ରହିଛି ଯେ, ତୃତୀୟ ମହଲାରେ ରହୁଥିଲେ ମଧ୍ୟ ଘରକୁ ପୋକଜୋକ ସବୁ ଆସୁଛନ୍ତି। ଘର କାମ ଏତେ ନିମ୍ନମାନର କରି ହସ୍ତାନ୍ତର କଲେ ଯେ, ପୁଣି ଥରେ ନିଜ ହାତରୁ ଖର୍ଚ୍ଚ କରିବାକୁ ପଡ଼ିଲା। ବାଥରୁମ୍‌କୁ ଲାଗି ରହିଥିବା ରୁମ୍‌ର କାନ୍ଥରୁ ପାଣିଝରି କାନ୍ଥରୁ ପ୍ଲାଷ୍ଟର ଖସିବା ଆରମ୍ଭ ହେଲାଣି।
– ସସ୍ମିତା ବିଶ୍ୱାଳ, ବ୍ଲକ୍‌ ଏ

ଫାୟାର ସେଫ୍ଟି ଯନ୍ତ୍ରର କମିଶନିଂ ହୋଇନାହିଁ
ନିର୍ମାଣ କାର୍ଯ୍ୟରେ ବିଭିନ୍ନ ଲୋକ ନିୟୋଜିତ ଥା’ନ୍ତି। କିଛି ଭୁଲ୍‌ଭଟ୍‌କା ହେବା ସ୍ବାଭାବିକ। ମାତ୍ର ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବା ଦୁଃଖଦାୟକ। ଫାୟାର ସେଫ୍ଟି ପାଇଁ ଯନ୍ତ୍ର ଖଞ୍ଜା ଯାଇଛି। ମାତ୍ର ତାହାର କମିଶନିଂ କରାଯାଇନାହିଁ। ଜରୁରିକାଳୀନ ପରିସ୍ଥିତିରେ ଏଥିରୁ ପାଣି ବାହାରିବ ନାହିଁ।
– ଡ. କ୍ଷେତ୍ରବାସୀ ମାନସେଠ, ବ୍ଲକ୍‌ ଏ

ନିର୍ମାଣଜନିତ ତ୍ରୁଟିର ସମାଧାନ ହେଉନି
ଘର ନେବାବେଳେ ଚଟାଣଠାରୁ ଆରମ୍ଭ କରି କବାଟ ଖିଡିକି ପର୍ଯ୍ୟନ୍ତ ସବୁଥିରେ ତ୍ରୁଟି ଦେଖିଥିଲୁ। ଘର ପାଇବାର ମାସକ ମଧ୍ୟରେ ସମସ୍ୟାରେ ସୁଧାର ପାଇଁ ନିୟମ ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାକୁ ଅଣଦେଖା କରାଯାଉଛି। ବର୍ଷାଜଳ ଅମଳ ପାଇଁ ହୋଇଥିବା ବ୍ୟବସ୍ଥା ମଧ୍ୟ ଏଠାରେ ନାମକୁ ମାତ୍ର।
– ଉମାକାନ୍ତ ପାଣିଗ୍ରାହୀ, ବ୍ଲକ ବି


Enter your email to get our daily news in your inbox.

All Right Reserved By Dharitri.Com

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ବରଗଡ଼ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ ଘଟଣା: ଜିଲାପାଳ ଓ ଏସପିଙ୍କୁ ଭେଟିଲା ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ପ୍ରତି ଗତ ୬ ତାରିଖରେ ହୋଇଥିବା ଆକ୍ରମଣ ଘଟଣାର ତ୍ୱରିତ ତଦନ୍ତ ଏବଂ ଆଇନଜୀବୀମାନଙ୍କୁ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri