ମା’ ହିଙ୍ଗୁଳାଙ୍କ ପାଇଁ ଚାନ୍ଦୁଆ କିଣିଥିଲି

ପିଲାଟି ଦିନରୁ ଏକ ସାଂଗୀତିକ ପରିବାର ଭିତରେ ବଢ଼ି ଆସିଥିଲି। ବାପାଙ୍କ କଣ୍ଠରୁ ଓଡ଼ିଶୀ, ଛାନ୍ଦ, ଚମ୍ପୂ ଶୁଣୁଥିଲି। ମାଆ ବି ଭଜନ, ଜଣାଣ, ଛାନ୍ଦ, ଚମ୍ପୂ, ଚଉପଦୀ, ମଥୁରା ମଙ୍ଗଳ ଗାଇବା ସହିତ ଭାଗବତ ପୁରାଣ ପଢୁଥିଲା। ସବୁକୁ ଶୁଣି ଶୁଣି ମୁଁ ମଧ୍ୟ କେତେବେଳେ କେମିତି ଗୋଟେ ଗୋଟେ ଗାଉଥିଲି। ପାଠପଢ଼ା ଅଧାରୁ ମୋର ବିବାହ ହୋଇଗଲା। ପରିବାରର ଦାୟିତ୍ୱ, ଜୀବନ ଜଞ୍ଜାଳ ଭିତରୁ ପ୍ରତିଦିନ କିଛି କିଛି ସମୟ ବାହାରକରି ରେଡିଓରୁ ଗୀତ ଶୁଣେ, ବିଭିନ୍ନ ପତ୍ରପତ୍ରିକା ପଢ଼େ। ତା’ସହ ଓଡ଼ିଆ ଚଳଚ୍ଚିତ୍ର ମଧ୍ୟ ଦେଖେ। ନିୟମିତ ପତ୍ରପତ୍ରିକା ପଢ଼ିବା ଭିତରେ ମୋର କାହିଁକି ଲେଖାଲେଖି କରିବାକୁ ଇଚ୍ଛା ହେଲା। ଯା’ହେଉ ମା’ ଆଦିଶକ୍ତିଙ୍କ ଅପାର କରୁଣାରୁ ମୁଁ ଲେଖନି ଧରିଲି। ଏଥିପାଇଁ ସମାଜରୁ ମୋତେ ସେତେବେଳେ ଅନେକ ସମାଲୋଚନା ଶୁଣିବାକୁ ପଡ଼ିଥିଲା। କିନ୍ତୁ ମା’ବାପାଙ୍କ ଆଶୀର୍ବାଦ, ସ୍ବାମୀଙ୍କ ସହମତି ଓ ସହଯୋଗ ଯୋଗୁ ଆଗକୁ ବଢ଼ି ସାମାଜିକ ପ୍ରତିବନ୍ଧକକୁ ସହଜରେ ଏଡ଼ାଇ ଯାଇ ସାହିତ୍ୟର ବିଭିନ୍ନ ବିଭାଗରେ କଲମ ଚାଳନା କରିବାରେ ସକ୍ଷମ ହେଲି। ଅନେକ କବିତା, ଶିଶୁ କବିତା, ପ୍ରବନ୍ଧ, ସମାଲୋଚନା, ରମ୍ୟ ରଚନା, ଗଳ୍ପ, ନାଟକ, ଗୀତିନାଟ୍ୟ ଆଦି ଲେଖିଥିଲେ ମଧ୍ୟ ଭକ୍ତି ଗୀତ, ଆଧୁନିକ ଗୀତିକବିତାରେ ମୋର ଅଧିକ ଦଖଲ ରହିଛି ବୋଲି ମୁଁ ଭାବେ। ଦୀର୍ଘ ୩୬ ବର୍ଷର ସାହିତ୍ୟ ସାଧନା ଭିତରେ ଗୀତିକବି ଭାବେ ମୁଁ ଅଧିକ ପରିଚିତ ହୋଇଛି ପାଠିକା/ପାଠକଙ୍କ ନିକଟରେ। ଶତାଧିକ ପତ୍ରପତ୍ରିକାରେ ମୋ ଲେଖା ପ୍ରକାଶିତ ହୋଇଛି, ଅନେକ ସ୍ବୀକୃତିପ୍ରାପ୍ତ ସାହିତ୍ୟ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ, ସମ୍ମାନିତ ବି ହୋଇଛି। କିନ୍ତୁ ଆଜି ବି ମୋର ଲେଖା ପଢ଼ି କେହି ପାଠକ ଫୋନ୍‌ଟିଏ କଲେ ମୋତେ ଅଧିକ ଖୁସି ଲାଗେ ଏବଂ ସାଧନାର ସଫଳତା ଅନୁଭବ କରେ। ମୁଁ ଜଣେ ସାଧାରଣ ଗୃହିଣୀ, ଘରର ଚାରିକାନ୍ଥ ଭିତରେ ମୋ ଦୁନିଆ। ଘରର ଖର୍ଚ୍ଚ, ପିଲାଛୁଆଙ୍କ ପାଠପଢ଼ା ପାଇଁ ସବୁବେଳେ ସ୍ବାମୀଙ୍କ ଉପରେ ନିର୍ଭର କରିବାକୁ ପଡ଼େ। ତେବେ ୨୦୦୩ରେ ଆକାଶବାଣୀ, କଟକ କେନ୍ଦ୍ରର ନାରୀ ମହଲ କାର୍ଯ୍ୟକ୍ରମରେ ପ୍ରଥମଥର ପାଇଁ ମୋତେ କବିତା ପଢ଼ିବାର ସୁଯୋଗ ମିଳିଥିଲା; ଯାହା ଥିଲା ନାରୀ ଜୀବନର କଥାକୁ ନେଇ। ଏଥିପାଇଁ ମୋତେ ସେତେବେଳେ ୭୦୦ ଟଙ୍କା ମିଳିଥିଲା; ଯାହାକି ଥିଲା ମୋ ଜୀବନର ପ୍ରଥମ ରୋଜଗାର। ମା’ ଆଦିଶକ୍ତିଙ୍କ କୃପାରୁ ଲେଖିନି ଧରିଥିଲି, ତେଣୁ ପ୍ରଥମ ପାରିଶ୍ରମିକ ଟଙ୍କାରେ ଆମ ତାଳଚେର ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପାଇଁ ପିପିଲିରୁ ଛତି ଚାନ୍ଦୁଆଟିଏ କିଣି ନେଇ ଲାଗି କରାଇଥିଲି; ଯାହାକି ମୋତେ ଅଶେଷ ଆନନ୍ଦ ଦେଇଥିଲା। ପରବର୍ତ୍ତୀ ସମୟରେ ଅନେକଥର ନାରୀ ମହଲ, ଶିଶୁ ସଂସାରରେ ମୋର କବିତା ପ୍ରସାରିତ ହୋଇଛି। ଏପରି କି ବିଭିନ୍ନ ଟେଲିଭିଜନ ଚ୍ୟାନେଲ୍‌ ପାଇଁ ବି କାମ କରି କିଛି ରୋଜଗାର ମଧ୍ୟ କରିଛି। ହେଲେ ସେଦିନର ପ୍ରଥମ ପାଉଣା ମୋ ଭିତରେ ଭରିଦେଇଥିଲା ପହିଲି ପୁଲକ; ଯାହା ମୋ ପାଇଁ ଆଜି ବି ଅଭୁଲା ଦିନଟିଏ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri