ମିଳିଲା ତୃତୀୟ ବୃହତ୍‌ ହୀରା

ଗାବୋରୋନେ,୧୭।୬: ଦକ୍ଷିଣ ଆଫ୍ରିକୀୟ ଦେଶ ବୋଟ୍‌ସ୍ବାନାରେ ମିଳିଛି ବିଶ୍ୱର ୩ ବୃହତ୍ତମ ହୀରା। ଏପର୍ଯ୍ୟନ୍ତ ଏହାର ନାମକରଣ ହୋଇ ନାହିଁ। ୧,୦୯୮ କ୍ୟାରେଟ୍‌ର ଏହି ହୀରା ଆଙ୍ଗ୍ଲୋ ଆମେରିକୀୟ ଡେ ବିୟର୍ସ ଏବଂ ବୋଟ୍‌ସ୍ବାନା ସରକାରଙ୍କ ମିଳିତ ଉଦ୍ୟମରେ ମିଳିଛି। ରାଷ୍ଟ୍ରପତି ମୋକ୍‌ଗଓ୍ବିଟ୍‌ସିଙ୍କୁ ଦେବ୍‌ସ୍ବାନା ଡାଇମଣ୍ଡ କମ୍ପାନୀ ପକ୍ଷରୁ ଏହାକୁ ଉପହାର ସ୍ବରୂପ ଦିଆଯାଇଛି। ୧୯୦୫ରେ ଦକ୍ଷିଣ ଆଫ୍ରିକାରେ ମିଳିଥିବା ୩,୧୦୬ କ୍ୟାରେଟ୍‌ ବିଶିଷ୍ଟ କୁଲିନାନ୍‌ ଷ୍ଟୋନ୍‌ ବିଶ୍ୱର ସବୁଠୁ ବଡ଼ ହୀରା।

Share