ସାଟେଲାଇଟ୍‌ ମାପଚୁପ ରଫାଦଫା ମସୁଧା

ଯାଜପୁର ଅଫିସ,୨୩ା୮:ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଶତାଧିକ ଖାଦାନରୁ ମୂଲ୍ୟବାନ୍‌ କଳାପଥର ଉଭୟ ଲିଜ୍‌ଧାରୀ ଓ ପ୍ରଶାସନିକ ଅଧିକାରୀ ମିଳିମିଶି ଲୁଟି ନେଇଛନ୍ତି। ଗତ ମାର୍ଚ୍ଚରେ ବିଧାନସଭା ଅଧିବେଶନରେ ଏକ ପ୍ରଶ୍ନର ଉତ୍ତରରେ ଏହା ସ୍ପଷ୍ଟ ହୋଇଥିଲା। ଅନୁମୋଦନଠାରୁ ବହୁ ଗୁଣ କଳାପଥର ଉତ୍ତୋଳନ ଉପରେ ୨୦୧୫-୧୬ରୁ ୨୦୨୧-୨୨ ମଧ୍ୟରେ ୧୪ ଜିଲାରୁ ୧୯ କୋଟି ୮୬ ଲକ୍ଷ ୫୦ ହଜାର ୫୪୩ ଟଙ୍କା ଜରିମାନା ଆଦାୟ ହୋଇଥିଲା। କିନ୍ତୁ ଏହି ସମୟରେ ଯାଜପୁର ଜିଲାରେ ଟଙ୍କାଟିଏ ବି ଜରିମାନା ଆଦାୟ ହୋଇ ନ ଥିଲା। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଗତ ୧୨ ତାରିଖରେ ୪ ଲିଜ୍‌ଧାରୀଙ୍କଠାରୁ ୧୦୫ କୋଟି ୮୭ ଲକ୍ଷ ଟଙ୍କା ଜରିମାନା ଆଦାୟ ପାଇଁ ଧର୍ମଶାଳା ତହସିଲଦାର ଡିମାଣ୍ଡ ନୋଟିସ ଜାରି କରିଛନ୍ତି। ତେବେ ଏନେଇ ପୂର୍ବରୁ ହୋଇଥିବା ସାଟେଲାଇଟ୍‌ ମାପଚୁପରେ ବି ରଫାଦଫା ହୋଇଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। କେତେଜଣ ଲିଜଧାରୀଙ୍କ ସହ ଭିତିରିଆ ବୁଝାମଣା କରି ଧାର୍ଯ୍ୟ ଜରିମାନା ପରିମାଣଠାରୁ ପ୍ରାୟ ୫୦% କମ୍‌ ନିର୍ଦ୍ଦେଶ ହୋଇଥିବା ଅଭିଯୋଗ ହୋଇଛି। ଏହାବାଦ୍‌ ଆଗକୁ ୮ ଲିଜ୍‌ଧାରୀଙ୍କ କଳାପଥର ଖାଦାନରୁ ଉତ୍ତୋଳନ ପରିମାଣ ଉପରେ ହେବାକୁ ଥିବା ସାଟେଲାଇଟ୍‌ ମାପଚୁପକୁ ମଧ୍ୟ ରଫାଦଫା କରିବାକୁ ମସୁଧା ଚାଲିଥିବା ଆଲୋଚନା ହେଉଛି।
ଯାଜପୁର ଜିଲା ଲଘୁଖଣିଜ ଦ୍ରବ୍ୟ ଲୁଟ୍‌ର ପ୍ରମୁଖ ଅଞ୍ଚଳ ପାଲଟିଛି। ବିଶେଷକରି ଧର୍ମଶାଳା ତହସିଲ ଅଞ୍ଚଳରୁ କଳାପଥର ଚୋରି ନେଇ ଏକାଧିକ ମାମଲା ରହିଛି। ତହସିଲ ପକ୍ଷରୁ ଡଙ୍କାରୀ ପାହାଡ଼ କଳାପଥର ଲୁଟ୍‌ ଅଭିଯୋଗରେ ୫୮.୬୨ କୋଟି ଏବଂ ଏନ୍‌ଜିଟି ପକ୍ଷରୁ ୨୫ କୋଟି ଟଙ୍କାର ଡିମାଣ୍ଡ ନୋଟିସ୍‌ ମାମଲା, ଆରୁହା, ଲୁଣିବର ଇତ୍ୟାଦି କଳାପଥର ଲୁଟ୍‌ ଅଭିଯୋଗକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଧର୍ମଶାଳା ତହସିଲରେ ସମୁଦାୟ କଳାପଥର ଖାଦାନର ନିରପେକ୍ଷ ମାପଚୁପ କରାଗଲେ ୫ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅନୁମୋଦନଠାରୁ ଅଧିକ କଳାପଥର ଲୁଟ୍‌ ହୋଇଥିବା ଅନୁମାନ କରାଯାଉଛି। ଏହିକ୍ରମରେ ୨୦୧୭-୧୮ରେ ପ୍ରହଲ୍ଲାଦ ଲେଙ୍କାଙ୍କୁ ରାହାଡ଼ପୁର କଳାପଥର ଖାଦାନର ୨୫ ଏକର ଖନନ ପାଇଁ ଲିଜ୍‌ ଦିଆଯାଇଥିଲା। ଏହି ୫ ବର୍ଷ ମଧ୍ୟରେ ଅନୁମୋଦିତ ୨୫ ଏକର ସ୍ଥଳେ ବହୁ ଗୁଣ ଅଧିକ କଳାପଥର ଉତ୍ତୋଳନ ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ ବରଡ଼ା ପାହାଡ଼ରୁ ପ୍ରହଲ୍ଲାଦ ଲେଙ୍କାଙ୍କୁ ୨.୫ ଏକର ଉତ୍ତୋଳନ ମଞ୍ଜୁରୀ ମିଳିଛି। କିନ୍ତୁ ସେଠାରେ ପ୍ରାୟ ୭ ଏକର ପୋଖରୀ ଭଳି ଖୋଳି ବହୁ ଗୁଣ କଳାପଥର ଉତ୍ତୋଳନ କରାଯାଇଛି। ଅଜିତ ସାହୁଙ୍କୁ ବରଡା ଖାଦାନରୁ ୬ ଏକର, ଗଙ୍ଗାଧର ଓଝାଙ୍କୁ ଲୁଣିବର ପାହାଡରୁ ୧୨.୫୦ ଏକର ଓ ରଙ୍ଗାଧର ପ୍ରଧାନଙ୍କୁ ୧୨.୫୦ ଏକର, ଅଞ୍ଜିରା ପାହାଡ଼ରୁ କୃଷ୍ଣଚନ୍ଦ୍ର ସାହୁଙ୍କୁ ୭.୫୦ ଏକର, ବାଜବାଟି ପାହାଡ଼ରୁ ଶ୍ରୀନିବାସ ଜେନାଙ୍କୁ ୫ ଏକର, ସୁଧାଂଶୁ ଜେନାଙ୍କୁ ୯ ଏକର ଓ ବିଶ୍ୱରଞ୍ଜନ ପରିଡ଼ାଙ୍କୁ ୭.୨୦ ଏକର ଅଞ୍ଚଳରୁ ଖନନ ଅନୁମତି ମିଳିଥିବାବେଳେ ସେଠାରୁ ଅଧିକ କଳାପଥର ଉତ୍ତୋଳନ ହୋଇଛି। ଗତ ମାସରେ ସାଟେଲାଇଟ ମାପଚୁପ ପରେ ଲିଜଧାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। କିଭଳି ଭାବେ ସାଟେଲାଇଟ୍‌ ମାପଚୁପକୁ ରଫାଦଫା କରିହେବ ସେ ନେଇ କେତେଜଣ ଲିଜ୍‌ଧାରୀ ପ୍ରଭାବଶାଳୀଙ୍କ ଦ୍ୱାରସ୍ଥ ହେଉଥିବା ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କୁ ପଚାରିବାରେ ସେ କହିଛନ୍ତି, ଲିଜ୍‌ ଅବଧି ସରିବା ପରେ ସାଟେଲାଇଟ୍‌ ମାପଚୁପ ହେବ। ଯେଉଁମାନେ ଅନୁମୋଦନ ପରିମାଣଠାରୁ ଅଧିକ ଉତ୍ତୋଳନ କରିଛନ୍ତି, ସେମାନଙ୍କୁ ତଦନୁସାରେ ଜରିମାନା ଆଦାୟ ନିର୍ଦ୍ଦେଶ ହେବ। ଏଥିରେ କୌଣସି ପ୍ରକାର ରଫାଦଫା ହେବା ଆଶଙ୍କା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri