ଯୁଦ୍ଧବନ୍ଦୀଙ୍କୁ ଅତ୍ୟାଚାର କରୁଛନ୍ତି ରୁଷିଆ, ୟୁକ୍ରେନ୍‌ : ଜାତିସଂଘ

ଜେନେଭା, ୧୬ା୧୧: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୯ମାସରୁ ଅଧିକ ଦିନ ବିତିଯାଇଛି। ଦେଶର ନାଗରିକ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବାବେଳେ ଯୁଦ୍ଧକାଳୀନ ବନ୍ଦୀମାନଙ୍କ ଉପରେ ଉଭୟ ଦେଶର ସୈନ୍ୟ ଅକଥନୀୟ ଅତ୍ୟାଚାର କରୁଥିବା ଜାତିସଂଘ ମାନବାଧିକାର ଅଫିସର (ଓଏଚ୍‌ସିଏଚ୍‌ଆର୍‌) କହିଛନ୍ତି। ବନ୍ଦୀମାନଙ୍କୁ ଇଲେକ୍ଟ୍ରିକ୍‌ ସକ୍‌ ଦେବା ସହ ସେମାନଙ୍କୁ ଉଲଗ୍ନ ହେବାଲାଗି ବାଧ୍ୟ କରାଯାଉଛି। ଏ ନେଇ ୟୁକ୍ରେନ୍‌ରେ ଥିବା ଜାତିସଂଘର ପର୍ଯ୍ୟବେକ୍ଷଣ ଦଳ ୧୦୦ ବନ୍ଦୀଙ୍କ ପ୍ରତିକ୍ରିୟା ନେଇଛନ୍ତି। ୟୁକ୍ରେନୀୟ ବନ୍ଦୀଙ୍କୁ ରୁଷିଆ ପକ୍ଷରୁ ମୁକ୍ତ କରାଯାଇଥିଲେ ହେଁ ସେମାନଙ୍କ ପାଇଁ ପଥ ଉନ୍ମୁକ୍ତ କରାଯାଇନାହିଁ। ଅନ୍ୟପକ୍ଷେ ୟୁକ୍ରେନୀୟ ବନ୍ଦୀମାନଙ୍କ ପ୍ରତି ରୁଷିଆ ସୈନ୍ୟ କୌଣସି ଅତ୍ୟାଚାର କରୁ ନ ଥିବା ସିଧା ମନା କରିଦେଇଛି।

Share