ଆମେରିକା ଉପରେ ଋଣବୋଝ ପାଇଁ ଉଭୟ ଡେମୋକ୍ରାଟ-ରିପବ୍ଲିକାନ ଦାୟୀ: ନିକ୍କି ହାଲି…

ଓ୍ବାଶିଂଟନ,୮।୩ : ଆମେରିକାର ମୂଳ ଭାରତୀୟ ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହାଲି ଦେଶର ବର୍ଦ୍ଧିତ ଋଣବୋଝକୁ ନେଇ ପୁଣି ଥରେ ଡେମୋକ୍ରାଟ-ରିପବ୍ଲିକାନଙ୍କୁ ଟାର୍ଗେଟ କରିଛନ୍ତି। ଆମେରିକାର ଖର୍ଚ୍ଚ ସଙ୍କଟ ଏବଂ ବିପୁଳ ପରିମାଣ ଋଣ ବୋଝ ପାଇଁ ସେ ଉଭୟ ଡେମୋକ୍ରାଟ ଏବଂ ରିପବ୍ଲିକାନଙ୍କୁ ଦାୟୀ କରିଛନ୍ତି।

ହାଲି ୟୁଏସ ଟୁଡେରେ ଏକ ଅପ-ଏଡ ରେ ପ୍ରତିଶ୍ରୁତି ଦେଇଛନ୍ତି ଯେ ରାଷ୍ଟ୍ରପତି ହେଲେ ସେ ଖର୍ଚ୍ଚ ବିଲକୁ ଅବରୋଧ କରିବେ ଯାହା ପୂର୍ବ-ମହାମାରୀ ଖର୍ଚ୍ଚ ସ୍ତରରେ ପହଞ୍ଚିବା ପାଇଁ ଆମେରିକାକୁ ଟ୍ରାକରେ ରଖି ନାହିଁ।

ୱାଶିଂଟନରେ କେହି ଜଣେ ଟିକସଦାତାଙ୍କ ପାଇଁ ଠିଆ ହେବା ଆବଶ୍ୟକ ଏବଂ ଆମେରିକାକୁ ଦେବାଳିଆ ହେବାରୁ ଅଟକାଇବା ଜରୁରୀ। ତାଙ୍କ ବିବୃତ୍ତି ଉଭୟ ରିପବ୍ଲିକାନ ଏବଂ ଡେମୋକ୍ରାଟିକ ଦଳର ସଦସ୍ୟ ଅଡୁଆରେ ପକାଇବ।

ମୁଁ ନିଶ୍ଚିତ ଯେ ରିପବ୍ଲିକାନ୍ସ ତଥା ଡେମୋକ୍ରାଟଙ୍କ ମୋତେ ବିରୋଧ କରିବେ। କିନ୍ତୁ ମୁଁ ଏଥିରେ ଅଭ୍ୟସ୍ତ। ଏହାକୁ ମୁଁ ଖାତିର କରେ ନାହିଁ। ଦକ୍ଷିଣ କାରୋଲିନାର ରାଜ୍ୟପାଳ ଭାବରେ ମୁଁ ଉଭୟ ଦଳକୁ ଅପଚୟ ଖର୍ଚ୍ଚ ବନ୍ଦ କରିବାକୁ ଏବଂ ପ୍ରତ୍ୟେକ ଖର୍ଚ୍ଚକାରୀଙ୍କୁ ରେକର୍ଡରେ ରଖିବାକୁ ଆହ୍ବାନ ଦେଇଥିଲି। ମୁଁ ସମସ୍ତଙ୍କ ଉତ୍ତରଦାୟିତ୍ୱ ସ୍ଥିର କଲି ଏବଂ ସେଥିରେ ସଫଳ ମଧ୍ୟ ହୋଇଥିଲି।

 

Share