Posted inଖେଳ

ବୋଟାସ ଦ୍ରୁତତମ

ଇମୋଲା(ଇଟାଲୀ),୧୭ା୪(ଏପି)-ଇମିଲିଆ-ରେମାଗ୍ନା ଗ୍ରାଁ ପ୍ରି ପାଇଁ ଶୁକ୍ରବାର ଅନୁଷ୍ଠିତ ଦୁଇଟି ପ୍ରାକ୍ଟିସ ସେସନରେ ମର୍ସିଡିଜ୍‌
ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସିଜନରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ରେଡ୍‌ବୁଲ୍‌ ପାଇଁ ଏହା ସମସ୍ୟା ସୃଷ୍ଟି କରିଛି। ଦୁଇଟି ଯାକ ପ୍ରାକ୍ଟିସ ସେସନରେ ଦ୍ରୁତତମ ବିବେଚିତ ଭାଲଟେରି ବୋଟାସ ପ୍ରଥମ ରେସ୍‌ରେ ଲୁଇସ୍‌ ହାମିଲଟନଙ୍କଠାରୁ .୦୪୧ ଏବଂ ଦ୍ୱିତୀୟ ରେସ୍‌ରେ ମାତ୍ର .୦୧୦ ସେକେଣ୍ଡ ପଛରେ ରହିଥିଲେ। ଦ୍ୱିତୀୟ ପ୍ରାକ୍ଟିସ ସେସନରେ ଆଲ୍‌ଫା ତାଉରିର ପିଏରେ ଗାସ୍‌ଲୀ ବୋଟାସ୍‌ଙ୍କଠାରୁ ୦.୭୮ ସେକେଣ୍ଡ ଟାଇମ ପଛରେ ରେସ୍‌ ଶେଷ କରିଥିଲେ। ପ୍ରଥମ ପ୍ରାକ୍ଟିସ ସେସନରେ ବୋଟାସ ତୃତୀୟ ସ୍ଥାନ ଅଧିକାର କରିଥିବା ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ଙ୍କଠାରୁ .୦୫୮ ସେକେଣ୍ଡ ଆଗରେ ରହିଥିଲେ। ଆଲପାଇନ୍‌ର ଇଷ୍ଟବାନ୍‌ ଓକୋନ ଓ ରେଡ୍‌ବୁଲ୍‌ର ସର୍ଗିଓ ପେରେଜଙ୍କ କାର ମଧ୍ୟରେ ଦୁର୍ଘଟଣା ଯୋଗୁ ରେସ୍‌କୁ ପ୍ରଥମ ଥର ୨୨ ମିନିଟ ସ୍ଥଗିତ ରଖାଯାଇଥିଲା। ଭର୍ଷ୍ଟାପେନ୍‌ଙ୍କ ଟମ୍‌ ମେଟ୍‌ ରେସ୍‌ ଶେଷ କରିପାରି ନ ଥିଲେ। ଇମିଲିଆ ରୋମାଗ୍ନା ଗ୍ରାଁ ପ୍ରି ହେଉଛି ଚଳିତ ଫର୍ମୁଲା ଓ୍ବାନ ସିଜନର ଦ୍ୱିତୀୟ ରେସ୍‌। ଗତ ମାସରେ ଅନୁଷ୍ଠିତ ବାହାରିନ ଗ୍ରଁା ପ୍ରିରେ ବିଶ୍ୱ ଚାମ୍ପିୟନ ଲୁଇସ୍‌ ହାମିଲଟନ ଟାଇଟଲ ବିଜୟୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri