ବୋଷ-ଆଇନଷ୍ଟାଇନ ଘନୀଭବନ ତତ୍ତ୍ୱ

ଏହି ଅବସ୍ଥାକୁ ‘ବୋଷ-ଆଇନଷ୍ଟାଇନ ଘନୀ ଭବନ’ କୁହାଯାଏ। ଏହା ବିଭିନ୍ନ ତରଳ କିମ୍ବା ଗ୍ୟାସୀୟ ଅବସ୍ଥା ନୁହେଁ। ଏହା ହେଉଛି ପଦାର୍ଥର ଗୋଟିଏ ନୂତନ ଅବସ୍ଥା। ବୋଷ-ଆଇନଷ୍ଟାଇନ୍‌ ଘନୀଭବନ ହେଉଛି ପଦାର୍ଥ ବିଜ୍ଞାନର ଏକ ଉଲ୍ଲେଖନୀୟ ସିଦ୍ଧାନ୍ତ। ଏଥିପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ବୋଷଙ୍କ ନାମ ଅନେକ ଥର ତାଲିକାଭୁକ୍ତ ହୋଇଥିଲେ ମଧ୍ୟ ତାଙ୍କୁ ଏହା ପ୍ରଦାନ କରାଯାଇ ନ ଥିଲା। କାରଣ ଏହା ଏକ ତାତ୍ତ୍ୱିକ ଆବିଷ୍କାର ଥିଲା। ବହୁ ବର୍ଷ ପର୍ଯ୍ୟନ୍ତ ଏହାକୁ ପରୀକ୍ଷାଗାରରେ କେହି ପ୍ରମାଣ କରି ପାରି ନ ଥିଲେ। ଅତି କମ୍‌ ତାପମାତ୍ରା ପର୍ଯ୍ୟନ୍ତ ଥଣ୍ଡା କରି ହେଉ ନ ଥିବାରୁ ପରୀକ୍ଷାଗାରରେ ଏହି ଅବସ୍ଥାକୁ କେହି ପାଇପାରୁ ନ ଥିଲେ। କୌଣସି ତାତ୍ତ୍ୱିକ ଆବିଷ୍କାର ପରୀକ୍ଷାମୂଳକ ଭାବରେ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ ଏହାକୁ ସାଧାରଣତଃ ନୋବେଲ ପୁରସ୍କାର ପାଇଁ ବିଚାର କରାଯାଏ ନାହିଁ। ଆଇନଷ୍ଟାଇନ୍‌ଙ୍କ ଆପେକ୍ଷିକ ତତ୍ତ୍ୱ ହେଉଛି ଏହାର ଏକ ଉଦାହରଣ। ଏହାକୁ ପରୀକ୍ଷା ଦ୍ୱାରା ପ୍ରମାଣ କରାଯାଇ ନ ପାରିବାରୁ ଏହି ତତ୍ତ୍ୱ ଯେତେ ପ୍ରସିଦ୍ଧି ଲାଭ କରିଥିଲେ ସୁଦ୍ଧା ଆଇନଷ୍ଟାଇନଙ୍କୁ ଏଥିପାଇଁ ନୋବେଲ ପୁରସ୍କାର ଦିଆ ନ ଯାଇ ତାଙ୍କର ‘ଆଲୋକ ବିଦ୍ୟୁତ ପ୍ରଭାବ’ ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଇଂଲଣ୍ଡର ପିଟର ହିଗ୍‌ସ ୧୯୬୪ ମସିହାରେ ତାତ୍ତ୍ୱିକ ଭାବରେ ହିଗ୍‌ସ ବୋଷୋନର ପୂର୍ବାନୁମାନ କରିଥିଲେ, ମାତ୍ର ୨୦୧୨ ମସିହାରେ ଏହାକୁ ସର୍ନର ପରୀକ୍ଷାଗାରରେ ଚିହ୍ନଟ କରିବା ପରେ ତାଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଦିଆଗଲା।
୧୯୯୫ ମସିହା ଜୁନ୍‌ ୫ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ଏରିକ୍‌ କର୍ଣ୍ଣେଲ ଓ କାର୍ଲ ଉଇମାନ ଏବଂ ଜର୍ମାନୀର ଉଲଫଗାଙ୍ଗ କେଟର୍ଲି ଲେଜର ଚୁମ୍ବକ ସାହାଯ୍ୟରେ କ୍ଷେତ୍ର ପ୍ରସ୍ତୁତ କରି ରୁବିଡିୟମର ପରମାଣୁକୁ ଧରି ରଖିବାର ଉପାୟ ବାହାର କଲେ ଏବଂ ଏହାକୁ ପରମ ଶୂନ୍ୟ (ବିଯୁକ୍ତ ୨୭୩.୧୫ ଡିଗ୍ରୀ ସେଲସିୟସ) ନିକଟବର୍ତ୍ତୀ ତାପମାତ୍ରା ପର୍ଯ୍ୟନ୍ତ ଥଣ୍ଡା କରି ବୋଷ-ଆଇନଷ୍ଟାଇନ ଘନୀଭବନକୁ ପରୀକ୍ଷାମୂଳକ ଭାବେ ପ୍ରମାଣ କଲେ। ସେଥିପାଇଁ ଏହି ତିନି ଜଣ ବୈଜ୍ଞାନିକଙ୍କୁ ୨୦୦୧ ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହାପରେ ପୃଥିବୀର ଅନେକ ପରୀକ୍ଷାଗାରରେ ବୋଷ-ଆଇନଷ୍ଟାଇନ ଘନୀଭବନ ପ୍ରସ୍ତୁତ ହୋଇଛି। ଆମ ଦେଶରେ ଟାଟା ମୌଳିକ ଗବେଷଣା ପ୍ରତିଷ୍ଠାନର ସି.ଏସ୍‌. ଉନ୍ନିକ୍ରିଷ୍ଣନ ଏବଂ ତାଙ୍କର ଦୁଇ ସହଯୋଗୀ ଗବେଷକ ଛାତ୍ର ୨୦୦୭ ମସିହାରେ ଅଙ୍ଗାରକାମ୍ଳ ଲେଜର ସାହାଯ୍ୟରେ ରୁବିଡିୟମ ପରମାଣୁରୁ ଏହା ପ୍ରସ୍ତୁତ କରିଥିଲେ।

(ଶେଷ ଭାଗ)
-ଇଂ. ମାୟାଧର ସ୍ବାଇଁ, ୭୦, ଲକ୍ଷ୍ମୀବିହାର, ଫେଜ୍‌ ୧, ଭୁବନେଶ୍ୱର
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri