ବୋରିସ୍‌ଙ୍କ ଭାରତ ଗସ୍ତ ବାତିଲ…

ନୂଆଦିଲ୍ଲୀ,୧୯।୪: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଭାରତରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୋରିସ୍‌ଙ୍କ ୨୫ ଏପ୍ରିଲ୍‌ରେ ଭାରତ ଗସ୍ତରେ ଆସିଥାନ୍ତେ। ତେବେ ଚଳିତ ମାସରେ ଏକ ଭର୍ଚ୍ୟୁଆଲ୍‌ ବୈଠକରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାନୁୟାରୀ ୨୬ରେ ସାଧାରଣତନ୍ତ୍ର ଦିବସ ପରେଡ ବୋରିସ୍‌ ଯୋଗଦେଇଥାନ୍ତେ। କରୋନା ସଂକ୍ରମଣ ଲାଗି ଏହି ଗସ୍ତ କାର୍ଯ୍ୟକ୍ରମକୁ ସେତେବେଳେ ମଧ୍ୟ ବାତିଲ କରାଯାଇଥିଲା।

Share