ବୋରିସ୍‌ଙ୍କୁ ରୁଷିଆରେ ପ୍ରବେଶ ମନା…

ମସ୍କୋ, ୧୬।୪ : ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ରୁଷିଆରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବ୍ରିଟେନର ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ସରକାର ଏହି ପଦକ୍ଷେପ ନେଇଛନ୍ତି।
ନ୍ୟୁଜ ଏଜେନ୍ସି ଏଏଫ୍‌ପି କହିଛି ଯେ ରୁଷିଆର ବୈଦେଶିକ ମନ୍ତ୍ରୀଙ୍କ ପକ୍ଷରୁ ପାଶ୍ଚାତ୍ୟ ଦେଶ ସମେତ ବ୍ରିଟେନ ଏବଂ ଆମେରିକା ଦ୍ୱାରା ରୁଷିଆ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଏହାପୂର୍ବରୁ ରୁଷିଆ ଆମେରିକାର ବରିଷ୍ଠ ନେତାଙ୍କ ପ୍ରବେଶ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲା।

ଉଲ୍ଲେଖନୀୟ କଥା ହେଉଛି, ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜୋନ୍ସ ନିକଟରେ ଯୁଦ୍ଧକାଳୀନ ୟୁକ୍ରେନ ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ରୁଷିଆର ଆକ୍ରମଣ ଦ୍ୱାରା ବିନାଶ ହୋଇଥିବା ରାଜଧାନୀ କ୍ୱିଭ୍‌ର ସ୍ଥିତି ସମୀକ୍ଷା କରିଥିଲେ। ବୋରିସ୍‌ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡ଼ାମିୟର ଜେଲେନସ୍କିଙ୍କ ସହ କ୍ୱିଭ୍‌ର ରାସ୍ତାରେ ସାଙ୍ଗ ହୋଇ ବୁଲୁଥିବାରଦେଖାଯାଇଥିଲା।

Share