ସାମ୍ନାକୁ ଆସିଲା ଏକ ସର୍ଭେ ରିପୋର୍ଟ: ବୋରିସ ସବୁଠୁ ଖରାପ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧।୯: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କ କାର୍ଯ୍ୟକାଳ ଆସନ୍ତା ସପ୍ତାହରେ ଶେଷ ହେବାକୁ ଯାଉଥିବା ବେଳେ ସେ ଦେଶର ସବୁଠୁ ଖରାପ ପ୍ରଧାନମନ୍ତ୍ରୀ ବୋଲି ଏକ ଜନମତ ସର୍ଭେରୁ ଜଣାପଡ଼ିଛି। ଇପ୍‌ସୋସ୍‌ ନାମକ ସଂସ୍ଥା ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ୧୯୪୫ ଯୁଦ୍ଧ ପରେ ପ୍ରଧାନମନ୍ତ୍ରୀମାନଙ୍କ ମଧ୍ୟରେ ବୋରିସ୍‌ଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ବୋଲି ୪୯ପ୍ରତିଶତ ବ୍ରିଟିଶ ମତ ଦେଇଛନ୍ତି। ଦୁର୍ବଳ ପ୍ରଦର୍ଶନକୁ ନେଇ ଥେରେସା ମେ’ଙ୍କୁ ୪୧ ପ୍ରତିଶତ ଭୋଟ ମିଳିଥିବା ବେଳେ ଡାଭିଡ୍‌ କାମେରନଙ୍କୁ ୩୮% ଭୋଟ ମିଳିଛି। ୧୯୪୫ ପରେ ଓ୍ବିନ୍‌ଷ୍ଟନ ଚର୍ଚ୍ଚିଲ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି ୬୨ ପ୍ରତିଶତ ମତ ଦେଇଛନ୍ତି। ତାଙ୍କ ପଛକୁ ରହିଛନ୍ତି ମାର୍ଗେରେଟ ଥାଚର।

Share