ନୂଆଦିଲ୍ଲୀ, ୬।୧: ଆଗାମୀ ସାଧାରଣତନ୍ତ୍ର ଦିବସରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ ଅତିଥି ହେବେନାହିଁ। ଚଳିତ ମାସ ଶେଷ ସପ୍ତାହରେ ଭାରତ ଗସ୍ତ କାର୍ଯ୍ୟକ୍ରମକୁ ସେ ବାତିଲ କରିଛନ୍ତି। କରୋନା ମହାମାରୀ ବେଳେ ନିଜ ଦେଶରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିବା ଜରୁରୀ ବୋଲି ସେ ଦର୍ଶାଇଛନ୍ତି। ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ଲାଗି ଜନ୍ସନଙ୍କୁ ଆମନ୍ତ୍ରଣ କରାଯାଇଥିଲା। ତେବେ ସେ ଭାରତ ଗସ୍ତରେ ଆସିପାରୁ ନ ଥିବାରୁ ଦୁଃଖିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ ଯୋଗେ ଜଣାଇଛନ୍ତି।
ବ୍ରିଟେନରେ ନୂଆ ଷ୍ଟ୍ରେନ୍ ସଂକ୍ରମଣ ବଢ଼ି ଚାଲିଥିବାରୁ ଗତ ରାତିରୁ ସାରା ଦେଶରେ ଲକ୍ଡାଉନ ଘୋଷଣା କରାଯାଇଛି।


