ଭୁବନେଶ୍ୱର, ୧୫।୬(ଅନିଲ ଦାସ): ବର୍ଷାଭାବ ରାଜ୍ୟର ଜଳ ଉତ୍ସ ଉପରେ ଗଭୀର ପ୍ରଭାବ ପକାଇଲାଣି। ପ୍ରଚଣ୍ଡ ଗ୍ରୀଷ୍ମ ଯୋଗୁ ବର୍ଷର ଅଧିକାଂଶ ଦିନ ନଦୀ, ହ୍ରଦ, ଝରଣା, ପୋଖରୀ ଶୁଖିଲା ପଡୁଛି। ଭୂଗର୍ଭ ଜଳ ଉପରେ ଚାପ ବଢ଼ିଚାଲିଛି। ରାଜ୍ୟର ଅନେକ ଜିଲାରେ ଭୂତଳ ଜଳସ୍ତର ଭୟଙ୍କର ଭାବେ ତଳକୁ ଖସିବାରେ ଲାଗିଛି। ଏପରି କି କେତେକ ସ୍ଥାନରେ ଗଭୀର ନଳକୂପରୁ ମଧ୍ୟ ପାଣି ବାହାରୁ ନାହିଁ। ଶିଳ୍ପଠାରୁ ଆରମ୍ଭ କରି ବ୍ୟବସାୟିକ, ଘରୋଇ ବ୍ୟବହାର ପାଇଁ ମନଇଚ୍ଛା ପାଣି ଶୋଷା ଯାଉଥିବାରୁ ପରିସ୍ଥିତି ସଙ୍ଗିନ ହେଲାଣି। ରାଜ୍ୟରେ କେଉଁ ଶିଳ୍ପ କେତେ ପାଣି ଶୋଷୁଛନ୍ତି ତାହାର ମଧ୍ୟ କିଛି ହିସାବ ନାହିଁ। ଭୂତଳ ଜଳ ସଙ୍କଟ ଜଳଜଳ ହୋଇ ଦିଶିଲାଣି। ମନଇଚ୍ଛା ଭୂଗର୍ଭ ଜଳ ବ୍ୟବହାର ଓ ପ୍ରଦୂଷଣକୁ ନେଇ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନ୍ଜିଟି) ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଏହାର ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ଆଣିବାକୁ ଏନ୍ଜିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନ୍ଜିଟି ଛାଟ ପରେ ଜଳସମ୍ପଦ ବିଭାଗ ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟରେ ଖୁବ୍ଶୀଘ୍ର ଓଡ଼ିଶା ଭୂତଳ ଜଳ ଅଧିନିୟମ(ରୁଲ୍ସ)-୨୦୨୩ କାର୍ଯ୍ୟକାରୀ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
ଆଉ ମନଇଚ୍ଛା ଭୂଗର୍ଭରୁ ପାଣି ଶୋଷି ହେବନି। ଏଥିପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ହେବ। ଶିଳ୍ପ, ବ୍ୟବସାୟିକ, ଓ୍ବାଟର ପାର୍କ, ବୃହତ୍ ଓ
ବାଧ୍ୟତାମୂଳକ ହେବ।
କ୍ଷୁଦ୍ର ଶିଳ୍ପ, ଆପାର୍ଟମେଣ୍ଟ କ୍ଷେତ୍ରରେ ବୋର୍ଓ୍ବେଲ(ନଳକୂପ) କିମ୍ବା କୂପ ଖୋଳିବା ସକାଶେ ଅନୁମତି ନେବାକୁ ପଡ଼ିବ। ଭୂଗର୍ଭସ୍ଥ ଜଳ ସମ୍ପର୍କିତ ସମସ୍ତ କାର୍ଯ୍ୟ ତଦାରଖ କରିବାକୁ ଓଡ଼ିଶା ଭୂତଳ ଜଳ କର୍ତ୍ତୃପକ୍ଷ (ଓଡ଼ିଶା ଗ୍ରାଉଣ୍ଡ ଓ୍ବାଟର ଅଥରିଟି) ଗଠନ ହେବ। ଏଥିରେ ଜଳସମ୍ପଦ ବିଭାଗ ସଚିବ ଅଧ୍ୟକ୍ଷ ରହିବେ ଏବଂ ଭୂତଳ ଜଳ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ମେମ୍ବର କନ୍ଭେନର, ଆର୍ଡବ୍ଲ୍ୟୁଏସ୍ଏସ୍, ଆଇଆଇଟି ବିଶେଷଜ୍ଞ ଏହାର ସଦସ୍ୟ ରହିବେ। ଯେଉଁମାନେ ବୋର୍ଓ୍ବେଲ କରିବାକୁ ଚାହିଁବେ ସେମାନେ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବେ।
ଆବେଦନ ପରେ ଏକ ବିଶେଷଜ୍ଞ ଟିମ୍ କ୍ଷେତ୍ର ପରିଦର୍ଶନ କରି ଆବେଦନକାରୀ ବୋର୍ଓ୍ବେଲ ଖନନ ପାଇଁ ଯୋଗ୍ୟ କି ନୁହେଁ ତାହା ଯାଞ୍ଚ କରିବେ। ଯଦି ସମ୍ପୃକ୍ତ ଅଞ୍ଚଳରେ ପାଇପ ଯୋଗେ ପାନୀୟ ଜଳ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବ ତେବେ ସେ ସବୁ ସ୍ଥାନରେ ବୋର୍ଓ୍ବେଲ କିମ୍ବା ଡଗ୍ଓ୍ବେଲ ପାଇଁ ଅନୁମତି ମିଳିବ ନାହିଁ। ଆବେଦନକାରୀଙ୍କୁ ଏଥିପାଇଁ ଏକ ଫି’ ଜମା କରିବାକୁ ପଡ଼ିବ। ପ୍ରାଥମିକ ଭାବେ ୩ ବର୍ଷ ପାଇଁ ଅନୁମତି ଦିଆଯିବ। ରାଜ୍ୟରେ କେତେ ବୋର୍ଓ୍ବେଲ ଅଛି ସେ ନେଇ ଏକ ସର୍ଭେ କରାଯିବ ବୋଲି ବିଭାଗ ପକ୍ଷରୁ ଜାଣିବାକୁ ମିଳିଛି।
ସେହିପରି ବ୍ୟବସାୟିକ, ବୃହତ୍, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ଆପାର୍ଟମେଣ୍ଟ ପାଇଁ ଛାତ ଉପର ବର୍ଷା ଜଳ ସଂରକ୍ଷଣ (ରୁଫ୍ ଟପ୍ ରେନ୍ଓ୍ବାଟର ହାର୍ଭେଷ୍ଟିଂ) ବାଧ୍ୟତାମୂଳକ କରାଯିବ। ଏଥିସହିତ ବଡ଼ ବଡ଼ ଶିଳ୍ପାନୁଷ୍ଠାନ ଅବଜରଭେଶନ ଓ୍ବେଲ୍ ନିର୍ମାଣ କରିବା ଲାଗି ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ସେମାନେ ନେଉଥିବା ପାଣିକୁ ଭୂତଳ ଜଳ ନିର୍ଦ୍ଦେଶାଳୟ ଅଧିକାରୀ ପ୍ରତି ୩ ମାସରେ ଥରେ ସ୍ଥିତି ଅନୁଧ୍ୟାନ କରିବେ। ଏହି ନିୟମ କାର୍ଯ୍ୟକାରୀ ହେବା ପରେ ସମସ୍ତ ଶିଳ୍ପାନୁଷ୍ଠାନ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ପରିବର୍ତ୍ତେ ଅଥରିଟିଠାରୁ ଅନୁମତି ନେବେ। ଅନ୍ୟପକ୍ଷରେ ଭୂତଳ ଜଳ ପ୍ରଦୂଷଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଏହି ରୁଲ୍ସରେ ବ୍ୟବସ୍ଥା ରହିଛି। ବିଭିନ୍ନ ଶିଳ୍ପ ସଂସ୍ଥା ପ୍ରଦୂଷିତ ଜଳ ଏବଂ ସ୍ବେରେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ନ ଥିବା ଆପାର୍ଟମେଣ୍ଟଗୁଡ଼ିକ ରିଭର୍ସ ବୋରିଂ କରି ଭୂତଳ ଜଳକୁ ପ୍ରଦୂଷିତ କରୁଛନ୍ତି। ସେଗୁଡ଼ିକୁ ଯାଞ୍ଚ କରାଯାଇ ଦଣ୍ଡବିଧାନ ବ୍ୟବସ୍ଥା କରାଯିବ। ସ୍ବେରେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ନ ଥିବା ଆପାର୍ଟମେଣ୍ଟ ବିରୋଧରେ ୧୦ରୁ ୨୦ ଲକ୍ଷ ଯାଏ ଜରିମାନା କରିବା ବ୍ୟବସ୍ଥା ରହିଛି। ତେବେ ଏଥିରେ ଚାଷ ପାଇଁ ବ୍ୟବହୃତ ଗଭୀର ନଳକୂପକୁ ବାଦ୍ ଦିଆଯାଇଛି। ଚିଠା ରୁଲ୍ସକୁ ଆଇନ ବିଭାଗ ଅନୁମୋଦନ ମିଳିସାରିଛି। କ୍ୟାବିନେଟ ଅନୁମୋଦନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଜଳସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଓକିଲ ସଂଘ ନିର୍ବାଚନ: ମଇଦାନରେ ୬ ପ୍ରାର୍ଥୀ, ସରଗରମ କୋର୍ଟ ପରିସର
ପୁରୁଷୋତ୍ତମପୁର,୨୮।୩ (ସବିତା ମିଶ୍ର): ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ଚାଲିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋର୍ଟ ପରିସରରେ ନିର୍ବାଚନ ଉଷ୍ମତା ସରଗରମ ହୋଇଉଠିଛି…
କେସିଙ୍ଗା ରେଳ ଷ୍ଟେଶନ ପରିଦର୍ଶନ କଲେ ସମ୍ବଲପୁର ରେଳ ପ୍ରବନ୍ଧକ: ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି
କେସିଙ୍ଗା,୨୮।୩(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ପ୍ରବନ୍ଧକ କେସିଙ୍ଗା ରେଳ ଷ୍ଟେଶନକୁ ଶନିବାର ପରିଦର୍ଶନ କରି ଷ୍ଟେଶନର ବିଭିନ୍ନ ସମସ୍ୟା ଉପରେ ତଦନ୍ତ କରିଥିଲେ। ଏହି ଷ୍ଟେଶନରେ ଯାତ୍ରୀଙ୍କ…
ଘରକୁ ଫେରୁଥିଲେ ଶ୍ରମିକ, ଧକ୍କା ଦେଲା ଟ୍ରାଭେଲର: ଆଉ ତା’ପରେ…
ଲୋଇସିଂହା,୨୮।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା- ବଲାଙ୍ଗୀର ରାସ୍ତାର ସରଗାଡରେ ଏକ ଅଜଣା ଗାଡ଼ି ଧକ୍କାରେ ଶନିବାର ଭୋର ସକାଳୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।…
ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ମଇଦାନରେ ଅଛନ୍ତି ଏମାନେ, ଆଜି ଫଳାଫଳ ଘୋଷଣା
ଦିଗପହଣ୍ଡି,୨୮।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାର…
ଦାରିଙ୍ଗବାଡିରେ କାଳବୈଶାଖୀ ପ୍ରଭାବ: ୧୫ ଘଣ୍ଟା ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତବାସୀ
ଦାରିଙ୍ଗବାଡି, ୨୮।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ କଳାବୈଶାଖୀର ପ୍ରଭାବରେ ପବନ ବୋହିବା ସହ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା…
ମୋଦି-ଟ୍ରମ୍ପଙ୍କ ଫୋନ କଲ୍ରେ ଏଲନ ମସ୍କଙ୍କ ଉପସ୍ଥିତିକୁ ନେଇ କୂଟନୈତିକ ମହଲରେ ହଇଚଇ
ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଫୋନ ଆଲୋଚନା ବହୁତ ଚର୍ଚ୍ଚା ସୃଷ୍ଟି କରୁଛି। କିନ୍ତୁ ଏହି ଆଲୋଚନା…
ବାଇକ୍ରେ ଯାଉଥିଲେ ଉପରେ ପଡ଼ିଲା ଗଛ: ଆଉ ତା’ପରେ…
ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ…
ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ
କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…
Archives

