ଧାନ ଫସଲରେ ଶୋଷକ ପୋକ

ଚମ୍ପୁଆ, ୮ା୧୦(ମହେଶ୍ୱର ଦାସ)ଅଧିକ ଅମଳ ଆଶାରେ ଉନ୍ନତ ମାନର ବିହନ ଚାଷ କରିଥିଲେ। ଧାନ ପାଚିବା ସମୟରେ ଫସଲରେ ଶୋଷକ ପୋକ ଲାଗି ଫଳରୁ ରସ ଶୋଷି ଅଗାଡ଼ି କରିଦେଉଛନ୍ତି। ଗଛ ସତେଜ ଥିବା ବେଳେ ଧାନ ଭିତରେ ମଞ୍ଜି ରହୁନାହିଁ। କେନ୍ଦୁଝର ଜିଲା ଚମ୍ପୁଆ ଏନ୍‌ଏସି ୧୩ ନମ୍ବର ୱାର୍ଡ ନୂଆଗାଁର ଚାଷୀ କୃଷ୍ଣ ଚନ୍ଦ୍ର ସୁଣ୍ଡିଙ୍କ ଧାନ କ୍ଷେତରେ ଏଭଳି ସମସ୍ୟା ଦେଖାଦେଇଛି । ଦିନକୁ ଦିନ ଏହି ରୋଗ ବଢ଼ିବାରେ ଲାଗିଥିବାରୁ ଫସଲ ଉଜୁଡ଼ିବା ଚିନ୍ତାରେ ଚାଷୀ ମୁଣ୍ଡରେ ହାତ ଦେଇଛନ୍ତି।
ଅନୁଯାୟୀ, କୃଷ୍ଣ ଉନ୍ନତ ମାନର ହାଇବ୍ରିଡ୍‌ ଧାନ ବିହନ ଆଣି ପ୍ରାୟ ୨ ଏକର ଜମିରେ ଚାଷ କରିଥିଲେ। ଅଧିକ ଅମଳ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ରୋଗପୋକ ଦାଉରୁ ରକ୍ଷା ପାଇଁ କୀଟନାଶକ ବ୍ୟବହାର କରିଥିଲେ। ମାତ୍ର କିଛି ଦିନ ହେବ କଞ୍ଚା ଧାନଗୁଡ଼ିକ ଶୁଖିଯାଉଥିବା ଦେଖି କୃଷି ବିଭାଗ ସହ ଯୋଗାଯୋଗ କରିଥିଲେ। ଶୁଖିଯାଉଥିବା ଧାନ ଭିତରେ ମଞ୍ଜି ନ ଥିବା ବେଳେ ଏହି ରୋଗ ବଢ଼ିବାରେ ଲାଗିଛି। ଚାଷ ଜମିରେ ଚକଡ଼ା ଚକଡା ସ୍ଥାନରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଖବର ପାଇ କୃଷି ବିଭାଗ ପକ୍ଷରୁ ଉକ୍ତ ଜମିକୁ ଯାଇ ଘଟଣାର ତଦନ୍ତ କରାଯିବାରୁ ଗଛଗୁଡ଼ିକ ସତେଜ ରହିଥିବା ବେଳେ ଧାନ ଶୁଖିଯାଇଥିବା ଏବଂ ଭିତରେ ଧାନ ମଞ୍ଜି ନ ଥିବା ଜଣାପଡ଼ିଥିଲା। କୃଷି ବିଭାଗ ପକ୍ଷରୁ ଏହା ଏକ ଶୋଷକ ଜାତୀୟ ପୋକ ଦ୍ୱାରା ପ୍ରଭାବିତ ହୋଇଛି। ପୋକ ଧାନ କାଣ୍ଡରେ ରହି ଆବଶ୍ୟକ କ୍ଷୀର ଶୋଷି ନେଉଥିବାରୁ ଧାନ ଭିତରେ ମଞ୍ଜି ହୋଇପାରୁ ନ ଥିବା ଏବଂ ଧାନ ଗୁଡ଼ିକ ଅଗାଡ଼ି ହେଉଯାଉଥିବା ଜଣାଯାଇଛି। ଏ ନେଇ ଚମ୍ପୁଆ କୃଷି ଅଧିକାରୀ ନୀଳମାଧବ ଦାସ କହିଛନ୍ତି, ଏ ପ୍ରକାର ରୋଗ ଧୀରେ ଧୀରେ ବ୍ୟାପିଥାଏ। ଏହାର ପ୍ରତିଶେଧକ ପାଇଁ ଚାଷୀଙ୍କୁ କୀଟନାଶକ ସିଞ୍ଚନ ପାଇଁ ପରାମର୍ଶ ଦେଇଛୁ। ଏହା ୩ ଦିନ ଛିଞ୍ଚତ୍ବା ଆବଶ୍ୟକ ରହିଛି। ଯଦି ଏଥିରେ ସୁଧାର ନ ଆସିଲା ତେବେ ଅନ୍ୟ କୀଟନାଶକ ବ୍ୟବହାର କରିବାକୁ ପରାମର୍ଶ ଦିଆଯିବ। କୃଷି ବିଭାଗ ପକ୍ଷରୁ ଏହି ରୋଗ ପୋକକୁ ନିୟନ୍ତ୍ରଣ ପାଇଁ ନଜର ରଖାଯିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କା ମୁହଁ ଖୋଲିବାରୁ ସରକାରଙ୍କ ସହ ପୁଣି କଥା ହେବ PCB, ଭାରତ ସହ ଖେଳିବାକୁ ନେଇ ନେବ ପରାମର୍ଶ

ନୂଆଦିଲ୍ଲୀ,୭।୨: ୨୦୨୬ ଟି୨୦ ବିଶ୍ୱକପ ଆରମ୍ଭ ହୋଇଛି। ତଥାପି, କ୍ରିକେଟର ସବୁଠାରୁ ଛୋଟ ଫର୍ମାଟର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ, ଚର୍ଚ୍ଚା ଖେଳାଳି କିମ୍ବା ଖେଳ ଉପରେ…

ମଣ୍ଡିରେ ପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ, ପାଳି କରି ଜଗୁଛନ୍ତି ଚାଷୀ

କେସିଙ୍ଗା,୭ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ପ୍ରାଥମିକ କୃଷି ସମବାୟ ସମିତି ଅଧିନସ୍ଥ ଶିରୋଲ,ବାଲସି ଓ କାଣ୍ଡେଲ ଧାନ ମଣ୍ଡିରେ ୧୭୬ ଜଣ…

ହାତରେ କଟୁରି ଧରି ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ, ମଦ ନିଶାରେ ଚୁର ହୋଇ…

ପାଟଣା,୭।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ କୁଣ୍ଡୁଳା ପଞ୍ଚାୟତ ଜୟପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ କଟୁରି ଧରି…

ହୀରାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ, କେଉଁ ଜିନିଷ ଉପରେ ଲାଗିବ ଜିରୋ ଟାରିଫ(Zero Tariff)? ପୀୟୁଷ ଗୋୟଲ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୨: ଶନିବାର (ଫେବୃଆରୀ ୭) ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ପରେ, କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

ଏହି କଥା ଶୁଣି କାନ୍ଦିଲେ ଭୂମିକା

ବଲିଉଡ ଅଭିନେତ୍ରୀ ଭୂମିକା ଚାୱଲା ଜଣେ ଜଣାଶୁଣା ଅଭିନେତ୍ରୀ। ଯଦିଓ ଆଜିକାଲି ସେ ଫିଲ୍ମରେ କମ୍‌ ସକ୍ରିୟ ଅଛନ୍ତି, କିନ୍ତୁ ସେ ପ୍ରାୟତଃ ଚର୍ଚ୍ଚାରେ ଅଛନ୍ତି। ସେ…

କଂଗ୍ରେସ ଛାଡିବାରୁ ଚମକିଲା ଭାଗ୍ୟ! ୪୦ ବର୍ଷ ପରେ ଭାଜପାକୁ ମିଳିବ ମେୟର ପଦ, ଋତୁ ହେବେ BMC ମେୟର

ମୁମ୍ବାଇ,୭।୨: BMC ନିର୍ବାଚନରେ ବିଜୟ ପରେ, ମେୟର ନିର୍ବାଚନକୁ ନେଇ ସସପେନ୍ସ ଶେଷ ହୋଇଛି। ଭାଜପାର ଋତୁ ତାୱଡେ ମୁମ୍ବାଇର ମେୟର ହେବେ, ସେହିପରି ଶିବସେନାର ସଞ୍ଜୟ…

କମାଲ କଲେ ବୈଜ୍ଞାନିକ, ମାଟିରେ ନୁହେଁ ପବନରେ ଫଳିଲା ଆଳୁ

ନୂଆଦିଲ୍ଲୀ,୭।୨:  ଗ୍ୱାଲିୟରର ରାଜମାତା ବିଜୟା ରାଜେ ସିନ୍ଧିଆ କୃଷି ବିଶ୍ୱବିଦ୍ୟାଳୟରେ, କୃଷି ବୈଜ୍ଞାନିକମାନେ ଏରୋପୋନିକ୍ସ ପଦ୍ଧତି ବ୍ୟବହାର କରି ଆଳୁ ବିହନ ଚାଷ କରୁଛନ୍ତି । ଏହି ଗଛଗୁଡ଼ିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri