Posted inଜାତୀୟ

ଉଛୁଳୁଛି ସୀମାପାର ପ୍ରେମ

ନୂଆଦିଲ୍ଲୀ/ମୁମ୍ବାଇ/ ଇସ୍‌ଲାମାବାଦ,୭ା୮: (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ପୂର୍ବରୁ କେବଳ ସିନେମାରେ ଦେଖିବାକୁ ମିଳୁଥିଲା। କିନ୍ତୁ ପ୍ରଯୁକ୍ତିର ପ୍ରଗତି ଏବେ ଦରିଆପାରି ପ୍ରେମରେ ଡେଣା ଯୋଡ଼ିଦେଲା। ପାକିସ୍ତାନର ସୀମା ହାଇଦର ହୁଅନ୍ତୁ କି ଭାରତର ଅଞ୍ଜୁ ଥୋମାସ୍‌ ସୀମାପାର ସମ୍ପର୍କ ଗଢ଼ି ଚର୍ଚ୍ଚା ସାଉଣ୍ଟୁଛନ୍ତି। କେବଳ ଅଞ୍ଜୁ ନୁହନ୍ତି, ଚିଲିର ନିକୋଲି ଅନାରା ଗୁଲସାଲୋସ୍‌, ମେକ୍ସିକୋର ରୋସା ଓ ଚାଇନାର ଗାଓ ଫେଙ୍ଗ୍‌ ନାମ୍ନୀ ଯୁବତୀମାନେ ମଧ୍ୟ ପ୍ରେମ ପାଇଁ ନିଜ ଦେଶ ଛାଡ଼ି ଗତ ଜୁନ୍‌-ଜୁଲାଇରେ ପାକିସ୍ତାନରେ ପହଞ୍ଚଛନ୍ତି। ଏହିସବୁ ପ୍ରେମ ସମ୍ପର୍କର ଜରିଆ ପାଲଟିଛି ସାମାଜିକ ଗଣମାଧ୍ୟମ। ତମାମ ପ୍ରତିକୂଳ ପରିସ୍ଥିତି ଓ ଆହ୍ବାନ ସତ୍ତ୍ୱେ ଏହି ଯୋଡ଼ିମାନଙ୍କ ଅଭୂତପୂର୍ବ ଅନ୍‌ଲାଇନ୍‌ ସମ୍ବନ୍ଧ ସେମାନଙ୍କ ଧୈର୍ଯ୍ୟ, ସାହସ ଓ ପ୍ରତିଶ୍ରୁତିବଦ୍ଧତାର ପ୍ରମାଣ ଦେଇଛି।

ପାକିସ୍ତାନର ସୀମା ହାଇଦର ନୋଏଡାର ପବ୍‌ଜି ବନ୍ଧୁ ସଚିନ ମୀନାଙ୍କୁ ବିବାହ କରିବା ପାଇଁ ନିଜ ୪ ପିଲାଙ୍କ ସହ ଭାରତରେ ପ୍ରବେଶ କରିବା ପରଠୁ ସୀମାପାର ପ୍ରେମକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏଭଳି ଲଗାମବିହୀନ ପ୍ରେମର ନୂଆ କାହାଣୀ ପ୍ରତ୍ୟହ ଶୁଣିବାକୁ ମିଳୁଛି। ବିଶେଷକରି ସାମାଜିକ ଗଣମାଧ୍ୟମ ଏପରି ସମ୍ପର୍କର ଜରିଆ ପାଲଟିଛି, ଯାହାର ସଦ୍ୟ ଦୃଷ୍ଟାନ୍ତ ସାଜିଛି ଆଉ ଜଣେ ପାକିସ୍ତାନୀ ମହିଳା ଓ ଭାରତୀୟଙ୍କ ଅନ୍‌ଲାଇନ୍‌ ବିବାହ। କରାଚୀର ଅମୀନା ଭିଜା ନ ପାଇବାରୁ ରାଜସ୍ଥାନର ଯୋଧପୁର ବାସିନ୍ଦା ଅରବାଜ ଖାନ୍‌ଙ୍କୁ ଅନ୍‌ଲାଇନ ବିବାହ କରିଛନ୍ତି।
ଭିଜା ପାଇଁ ଆବେଦନ କରିବେ। ମୁଁ ପାକିସ୍ତାନରେ ବିବାହ କରିନାହିଁ। କାରଣ ଏହାକୁ ସ୍ବୀକୃତି ମିଳିବ ନାହିଁ। ତେଣୁ ସେ ଭାରତରେ ପହଞ୍ଚତ୍ବା ପରେ ଆମେ ପୁନର୍ବିବାହ କରିବୁ ବୋଲି ବୁଧବାର ଯୋଧପୁରର ଓସ୍ବାଲ ସମାଜ ଭବନରେ ନିଜ ସମ୍ପର୍କୀୟଙ୍କ ଗହଣରେ ଅନ୍‌ଲାଇନ ମ୍ୟାରେଜ ପରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅରବାଜ କହିଛନ୍ତି। ଓସ୍ବାଲ ଭବନରେ ଭର୍ଚୁଆଲି କେବଳ ‘ନିକାହ’ ହୋଇନାହିଁ, ବରଂ ଅରବାଜଙ୍କ ପରିବାର ଉତ୍ସବ ମନାଇ ତାଙ୍କୁ ବିବାହର ସବୁ ରୀତିନୀତି ଅନୁସରଣ କରାଇଛନ୍ତି। ଅରବାଜ ବରଯାତ୍ରୀଙ୍କ ସହ ଓସ୍ବାଲ ଭବନରେ ପହଞ୍ଚତ୍ଥିବାବେଳେ ଅମୀନା ପାକିସ୍ତାନରୁ ଭିଡିଓ ଲିଙ୍କ୍‌ରେ ଉପସ୍ଥିତ ଥିଲେ।

ଯୋଧପୁର କାଜି ଏହି ଯୋଡ଼ିଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରାଇବା ପରେ ପ୍ରମାଣପତ୍ର ପ୍ରଦାନ ପୂର୍ବକ ଏକ ସୁଖୀ ଦାମ୍ପତ୍ୟ ଜୀବନ କାମନା କରିଛନ୍ତି। ଅରବାଜ ଏନେଇ ଆହୁରି କହିଛନ୍ତି, ଏହା ଏକ ଆରେଞ୍ଜ ମ୍ୟାରେଜ। ପାକିସ୍ତାନରେ ଥିବା ସମ୍ପର୍କୀୟମାନେ ଏଥିପାଇଁ ପ୍ରଥମେ କଥା ପକାଇଥିଲେ। ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ଭଲ ନ ଥିବାରୁ ଆଜିକାଲି ଭିଜା କଟକଣା ବଢ଼ିବାରେ ଲାଗିଛି। ତେଣୁ ଭିଡିଓ କନ୍‌ଫରେନ୍ସ ଜରିଆରେ ଭିଜା ବିବାହ ଚାଲିଛି। ଅମୀନା ଭିଜା ପାଇ ଖୁବ୍‌ଶୀଘ୍ର ଭାରତ ଆସିବେ ବୋଲି ଆଶାବାଦୀ। ଅମୀନା-ଅରବାଜଙ୍କ ନିରାଡମ୍ବର ବିବାହ ତମାମ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଏକାଠି ହେବା ପାଇଁ ଉଭୟଙ୍କଠାରେ ଥିବା ଦୃଢ଼ତାକୁ ଦର୍ଶାଉଛି। ଏହା ପୂର୍ବରୁ ମଧ୍ୟ ଅରବାଜଙ୍କ ପରିବାରର ଜଣେ ସଦସ୍ୟ ଅନ୍ୟ ଜଣେ ପାକିସ୍ତାନୀ ଝିଅଙ୍କୁ ବିବାହ କରିଥିଲେ। ଏହି ପୂର୍ବ ସମ୍ପର୍କ ଦୁହିଁଙ୍କୁ ସାତ ଜନମର ସାଥୀ ହେବାରେ ସହାୟକ ହୋଇଥିଲା।

କିଛିଦିନ ହେଲା ପାକିସ୍ତାନୀ ଝିଅ ସୀମା ହାଇଦର ଓ ନୋଏଡା ପୁଅ ସଚିନ ମୀନାଙ୍କ ପ୍ରେମ କାହାଣୀ ଇଣ୍ଟରନେଟ୍‌ରେ ସେନ୍‌ସେଶନ୍‌ ପାଲଟିଛି। ସିନ୍ଧ ପ୍ରଦେଶର ସୀମା ପୂର୍ବରୁ ଗୁଲାମ ହାଇଦରଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ୪ ସନ୍ତାନସନ୍ତତି ଅଛନ୍ତି। ୨୦୧୯ରେ ଅନ୍‌ଲାଇନ ମୋବାଇଲ ଗେମ୍‌ ପବ୍‌ଜି ଜରିଆରେ ସଚିନଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ସମ୍ପର୍କରେ ନିବିଡ଼ତା ବଢ଼ିବା ପରେ ଦୁହେଁ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଗତ ମେ’ରେ ସୀମା ଦୁବାଇ ଓ ନେପାଳ ଦେଇ ବେଆଇନ ଭାବେ ଭାରତରେ ଅନୁପ୍ରବେଶ କରିଥିଲେ। ସେ ଏବେ ସଚିନଙ୍କ ସହ ରହୁଛନ୍ତି। କିଏ ତାଙ୍କୁ ପାକିସ୍ତାନୀ ଗୋଇନ୍ଦା ଏଜେଣ୍ଟ କହୁଛନ୍ତି ତ ପୁଣି କିଏ ଗୁପ୍ତଚର ଆଖ୍ୟା ଦେଉଛନ୍ତି। ଭାରତରେ ସୀମାଙ୍କୁ ନେଇ ନାନା ଚର୍ଚ୍ଚା ଲାଗିରହିଥିବାବେଳେ ତାଙ୍କୁ ଉଚ୍ଚ ବେତନର ଚାକିରି ଓ ଫିଲ୍ମରେ ଅଭିନୟ ପାଇଁ ମଧ୍ୟ ଅଫର ମିଳିସାରିଲାଣି। ଏହି ଲଭ୍‌ ଷ୍ଟୋରି କେବଳ ଭାରତ କି ପାକିସ୍ତାନ ନୁହେଁ, ବରଂ ବିଶ୍ୱର ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ହଟଚମଟ ସୃଷ୍ଟି କରିଛି।

ଓ ସଚିନଙ୍କ କାହାଣୀ ସାମ୍ନାକୁ ଆସିବାର କିଛିଦିନ ପରେ ଆଉ ଏକ ରିଭର୍ସ ଷ୍ଟୋରି ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶର ଗ୍ବାଲିଅର ନିକଟସ୍ଥ ବଉନା ଗ୍ରାମ ବାସିନ୍ଦା ଗୟା ପ୍ରସାଦ ଥୋମାସଙ୍କ ଝିଅ ଅଞ୍ଜୁ କିଛିବର୍ଷ ପୂର୍ବେ ରାଜସ୍ଥାନର ଅଲଓ୍ବର ବାସିନ୍ଦା ଅରବିନ୍ଦ କୁମାରଙ୍କୁ ବିବାହ କରିଥିଲେ। ଅଲଓ୍ବରର ଭିଓ୍ବାଡିରେ ସେ ଡେଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଥିଲେ। ପାକିସ୍ତାନର ଜଣେ ଯୁବକଙ୍କ ସହ ଫେସ୍‌ବୁକ୍‌ରେ ତାଙ୍କ ୨-୩ ବର୍ଷର ବନ୍ଧୁତା ପରବର୍ତ୍ତୀ ସମୟରେ ପ୍ରେମରେ ପରବର୍ତ୍ତିତ ହୋଇଥିଲା। ଗତ ଜୁଲାଇ ୨୧ରେ ୩୫ ବର୍ଷୀୟା ଅଞ୍ଜୁ ନିଜର ଜଣେ ସାଙ୍ଗଙ୍କୁ ଭେଟିବା ପାଇଁ ଜୟପୁର ଯିବା ବାହାନାରେ ପାକିସ୍ତାନରେ ପହଞ୍ଚତ୍ଥିଲେ। ସେଠାରେ ସେ ଇସ୍‌ଲାମ୍‌ ଗ୍ରହଣ କରିଥିବା କୁହାଯାଉଛି। ଖାଇବର-ପାଖ୍‌ତୁନ୍‌ଖ୍ବା ପ୍ରଦେଶର ୨୯ ବର୍ଷୀୟ ସ୍କୁଲ ଶିକ୍ଷକ ନସରୁଲ୍ଲାଙ୍କୁ ସେ ବିବାହ କରି ଫାତିମା ପାଲଟିଛନ୍ତି। ସୀମା ହାଇଦର ବିନା ଦସ୍ତାବିଜରେ ଭାରତରେ ଅନୁପ୍ରବେଶ କରିଥିବାବେଳେ ଅଞ୍ଜୁ ବୈଧ ଭିଜା ପାଇବା ପରେ ସେଠାକୁ ଯାଇଛନ୍ତି। ତାଙ୍କୁ ସେଠାରେ ଭିଜା ଅବଧି ବୃଦ୍ଧି ଓ ପାକିସ୍ତାନୀ ନାଗରିକତ୍ୱ ମିଳିପାରେ। ଏପଟେ ଅଞ୍ଜୁ-ଅରବିନ୍ଦଙ୍କ ୧୩ ବର୍ଷୀୟା ଝିଅ ଓ ୫ ବର୍ଷୀୟ ପୁଅ ମା’ଙ୍କୁ ଝୁରି କାନ୍ଦୁଥିବାବେଳେ ବାପା ଗୟାପ୍ରସାଦଙ୍କୁ ପରିବାର ଚଳାଇବା ପାଇଁ ନିଜ ଗଁାରେ ଆଉ କାମ ମିଳୁନାହିଁ। ଲୋକେ ତାଙ୍କ ପରିବାରକୁ ଏକପ୍ରକାର ବାସନ୍ଦ କରିଦେଇଛନ୍ତି।

ତେବେ ଏଭଳି କାହାଣୀ ଭାରତ-ପାକିସ୍ତାନରେ ସୀମିତ ହୋଇ ରହିନାହିଁ, ପଡ଼ୋଶୀ ଶ୍ରୀଲଙ୍କାରୁ ମଧ୍ୟ ଜଣେ ୨୫ ବର୍ଷୀୟା ଯୁବତୀ ସମାନ କାରଣକୁ ନେଇ ଦେଶ ଛାଡ଼ିଛନ୍ତି। ଭାରତରେ ରହିବା ସକାଶେ ନାଗରିକତ୍ୱ ପାଇବା ପାଇଁ ସେ ଆବେଦନ କରିଛନ୍ତି। ୨୦୧୭ରେ ଶ୍ରୀଲଙ୍କାର ଶିବକୁମାରୀ ଭିଗ୍ନେଶ୍ୱରୀ ଓ ଆନ୍ଧ୍ର ପ୍ରଦେଶ ଚିତ୍ତୋର ଜିଲାସ୍ଥିତ ଆରିମାକୁଲାପଲ୍ଲୀର ରାଜମିସ୍ତ୍ରି ଲକ୍ଷ୍ମଣଙ୍କ ମଧ୍ୟରେ ଫେସ୍‌ବୁକରେ ବନ୍ଧୁତା ହୋଇଥିଲା। ୬ ବର୍ଷର ବନ୍ଧୁତା ଭିତରେ କେତେବେଳେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା, ଉଭୟେ ଜାଣିପାରି ନ ଥିଲେ। ଶିବକୁମାରୀ ଏକ ଟୁରିଷ୍ଟ ଭିଜା ବଳରେ ଗତ ଜୁଲାଇ ୮ରେ ଭାରତ ଆସିବା ପରେ ୨୦ ତାରିଖରେ ଲକ୍ଷ୍ମଣଙ୍କୁ ବିବାହ କରିଛନ୍ତି। ତାଙ୍କ ଭିଜା ଅବଧି ଅଗଷ୍ଟ ୧୫ରେ ଶେଷ ହୋଇଥିବାରୁ ଏହି ଦମ୍ପତି ଦୀର୍ଘ ଅବଧିର ଭିଜା ପାଇଁ ଆବେଦନ କରିଛନ୍ତି। ଶିବକୁମାରୀ ଭବିଷ୍ୟତରେ ଭାରତର ନାଗରିକତ୍ୱ ପାଇବା ନେଇ ଆଶାବାଦୀ ଥିବାବେଳେ କୌଣସି ଆଇନଗତ ଅସୁବିଧାକୁ ଏଡ଼ାଇବା ପାଇଁ ବିବାହ ପଞ୍ଜୀକରଣ କରିବାକୁ ପୋଲିସ ସେମାନଙ୍କୁ ପରାମର୍ଶ ଦେଇଛି। ସ୍ଥାନୀୟ କର୍ତ୍ତୃପକ୍ଷ ଶିବକୁମାରୀଙ୍କୁ ଅଗଷ୍ଟ ୧୫ ପୂର୍ବରୁ ଭାରତ ଛାଡ଼ିବାକୁ କହିଛନ୍ତି।

ବଲିଉଡ୍‌ରେ ଦରିଆପାରି ପ୍ରେମ କାହାଣୀ

ଭାରତ-ପାକିସ୍ତାନ ସୀମାପାର ପ୍ରେମର ମନ୍ତ୍ରମୁଗ୍ଧ କାହାଣୀକୁ ନେଇ ଅନେକ ବଲିଉଡ୍‌ ଫିଲ୍ମ ଗତିଶୀଳ ହୋଇଛି। ୨୦୦୦ରେ ମୁକ୍ତିଲାଭ କରିଥିବା ରେଫ୍ୟୁଜି, ୨୦୦୧ର ଗଦର: ଏକ୍‌ ପ୍ରେମ କଥା, ୨୦୦୪ର ବୀର-ଜାରା, ୨୦୧୯ର ହୀନା, ୨୦୧୨ର ଏକ୍‌ ଥା ଟାଇଗର, ୨୦୧୮ର ରାଜି କ୍ରସ୍‌ବର୍ଡର ପ୍ରେମ କାହାଣୀ ଉପରେ ପର୍ଯ୍ୟବସିତ। ଆଉ କିଛି ଦିନ ପରେ ସନ୍ନି ଦେଓଲ ଓ ଅମୀଷା ପଟେଲଙ୍କ ଗଦର-୨ ରିଲିଜ୍‌ ହେବ। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ବଢ଼ିଚାଲିଥିବା ଦରିଆପାରି ପ୍ରେମ ବିବାହକୁ ଦେଖିଲେ ମନେହେଉଛି ଯେମିତି ପ୍ରେମୀଯୁଗଳ ଭାବପ୍ରବଣତାରେ ନିଜକୁ ଡୁବାଇ ସବୁକିଛି ତ୍ୟାଗ ପାଇଁ ପ୍ରସ୍ତୁତ। ଭୂରାଜନୈତିକ କଟକଣାକୁ ବେଖାତିର କରି ପ୍ରତିରୋଧ ଉପରେ ବିଜୟ ହାସଲ କରିଥିବା ସିନେମା ପରଦାର ଚରିତ୍ରଗୁଡ଼ିକ ସତେଯେମିତି ପରଦାରୁ ବାସ୍ତବ ଜୀବନକୁ ଓହ୍ଲାଇଆସିଛନ୍ତି। ଏନେଇ ଗଦର-୨ ଅଭିନେତା ସନ୍ନି ଦେଓଲ କହିଛନ୍ତି, ଆଜିର ଅତ୍ୟାଧୁନିକ ଟେକ୍ନୋଲୋଜି ଯୁଗରେ ସବୁକିଛି ସମ୍ଭବ ହେଉଛି। ଲୋକେ ଅନ୍ୟମାନଙ୍କୁ ବଞ୍ଚତ୍ବାକୁ ଦେବା ଉଚିତ। ଭୁଲ୍‌ କରନ୍ତୁ କି ଠିକ୍‌, ଏହା ସେମାନଙ୍କ ବ୍ୟକ୍ତିଗତ ବ୍ୟାପାର।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଆଲର୍ଟ ଜାରି କଲା IMD, ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ,୧୪।୪: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଏମ. ମହାପାତ୍ର କହିଛନ୍ତି ଯେ ଚଳିତ ବର୍ଷ ମୋଟ ବର୍ଷା ସାଧାରଣ ହାରାହାରି ପ୍ରାୟ ୯୨ ପ୍ରତିଶତ ହେବ…

ବିହାରରେ ‘ସମ୍ରାଟ’ ଯୁଗ ଆରମ୍ଭ: ବୁଧବାର ଶପଥ ଗ୍ରହଣ

ପାଟନା,୧୪।୪: ନୀତୀଶ କୁମାର ମଙ୍ଗଳବାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଶେଷ କ୍ୟାବିନେଟ ବୈଠକ କରି ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଇସ୍ତଫା ପତ୍ର…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆସିଲା ନୀତୀଶଙ୍କ ପ୍ରତିକ୍ରିୟା, ଭାବପ୍ରବଣ ହୋଇ ଲେଖିଲେ ଏମିତି…

ପାଟନା,୧୪।୪: ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଲୋକଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ ନୀତୀଶଙ୍କ ଇସ୍ତଫା ପରେ ପାଟନାରୁ ଦିଲ୍ଲୀର…

ଯୁଦ୍ଧ ଉତ୍ତେଜନା ଭିତରେ ଭାରତ-ଚାଇନା ମୁହାଁମୁହିଁ, ସୀମାରେ ହଲଚଲ!

ନୂଆଦିଲ୍ଲୀ,୧୪।୪: ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକୁ କାଳ୍ପନିକ ନାମ ଦେବା ବିରୋଧରେ ଭାରତର ପ୍ରତିବାଦ ପରେ, ଚାଇନା ମଙ୍ଗଳବାର (୧୪ ଏପ୍ରିଲ, ୨୦୨୬) ଆଉ ଏକ ଆପତ୍ତିଜନକ ବିବୃତ୍ତି…

ବିହାରରେ ‘ନୀତୀଶ ଯୁଗ’ ଶେଷ: ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା , କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ?

ପାଟନା,୧୪।୪: ଆଜି ବିହାର ରାଜନୀତିରେ ଏକ ଐତିହାସିକ ଯୁଗର ଅନ୍ତ ହୋଇଛି। ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

କିଏ ସେହି ସମ୍ରାଟ ଚୌଧୁରୀ, ଯିଏ ହେବେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ: ୧୯ ବର୍ଷ ବୟସରୁ ହୋଇଥିଲେ ମନ୍ତ୍ରୀ

ପାଟନା,୧୪।୪: ବିହାରରେ ଏକ ନୂତନ ରାଜନୈତିକ ଯୁଗ ଆରମ୍ଭ ହେବାକୁ ଯାଉଛି। ରାଜ୍ୟକୁ ଏହାର ନୂତନ ମୁଖ୍ୟମନ୍ତ୍ରୀ ମିଳିଛି। ସମ୍ରାଟ ଚୌଧୁରୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ସମ୍ରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri