୭ ଜିଲାରେ ସୀମା ବିବାଦ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): କୋରାପୁଟ ଜିଲାର କୋଟିଆ ସମେତ ରାଜ୍ୟର ସୀମା ବିବାଦକୁ ନେଇ ବିରୋଧୀ ସରକାରଙ୍କୁ ସଣ୍ଢୁଆଶି ଆକ୍ରମଣ କରିଛନ୍ତି। ସରକାରଙ୍କ ଅପରିଣାମଦର୍ଶିତା ପାଇଁ ରାଜ୍ୟର ଗୋଟିଏ ପରେ ଗୋଟିଏ ସୀମାବର୍ତ୍ତୀ ଗ୍ରାମ ହାତରୁ ଚାଲିଯାଉଛି। ସେହି ଗ୍ରାମଗୁଡିକ ଉପରେ ସରକାରଙ୍କ ନଜର ନାହିଁ। ବିକାଶ ଅପହଞ୍ଚ ହୋଇଛି। ବୁଧବାର ବିଧାନସଭାରେ ଓଡ଼ିଶା ସୀମା ବିବାଦ ସମ୍ପର୍କିିତ ମୁତଲବୀ ପ୍ରସ୍ତାବ ଆଣି ବିରୋଧୀ ସରକାରଙ୍କ ଉପରେ ବର୍ଷିଥିଲେ। ଏହି ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନିଜେ କୋଟିଆ ଗସ୍ତ କରନ୍ତୁ। ସର୍ବଦଳୀୟ ବୈଠକ ଡକାଯାଉ। ଦଳଗତ ନିର୍ବିଶେଷରେ ସମସ୍ତେ ସେଠାକୁ ଚାଲନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି।
ମୁଲତବୀ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ, ୪ ରାଜ୍ୟ ସହିତ ଓଡ଼ିଶାର ୯୬ ଗ୍ରାମର ସୀମା ବିବାଦ ରହିଛି। ଆନ୍ଧ୍ର ସରକାର ଓଡ଼ିଶାରେ ପ୍ରବେଶ କରି ଜବରଦସ୍ତ କୋଟିଆରେ ନିର୍ବାଚନ କରାଉଛନ୍ତି। ଆନ୍ଧ୍ର ସରକାର କୋଟିଆରେ ୨୨୫୦ ଟଙ୍କା ଭତ୍ତା ଦେଉଥିବା ବେଳେ ରାସ୍ତା, ବିଦ୍ୟୁତ୍‌, ପାନୀୟ ଜଳ ବ୍ୟବସ୍ଥା କରିଛନ୍ତି। ତେଣୁ ଲୋକମାନେ ଆନ୍ଧ୍ର ମୁହଁାହେବା ସ୍ବାଭାବିକ। ସରକାର ପାନୀୟ ଜଳ ଯୋଗାଇ ପାରୁନାହାନ୍ତି। ସ୍କୁଲକୁ ଶିକ୍ଷକ ଦେଇ ପାରୁନାହାନ୍ତି। କୋଟିଆ ଅଞ୍ଚଳରେ ଲୋକମାନେ ଆମ ଭାଷା ବୁଝୁନାହାନ୍ତି। ସେହି ଅଞ୍ଚଳର ସୀମା ସୁରକ୍ଷିତ ନାହିଁ। ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ସେ କହିଛନ୍ତି। ଭାଜପା ସଭ୍ୟ ମୋହନ ମାଝି କହିଲେ, କୋଟିଆ ଆମ ପାଖରେ ଆଉ ନାହିଁ। ରାଜ୍ୟର ପ୍ରାୟ ୧୦୦ ଗ୍ରାମ ସୀମା ବିବାଦରେ ରହିଛି। ସରକାରଙ୍କ ଅଦୂରଦର୍ଶିତା ଯୋଗୁ ସୀମାବର୍ତ୍ତୀ ଗ୍ରାମ ଓଡ଼ିଶା ହାତରୁ ଚାଲିଯାଉଛି। କୋଟିଆ ଅଞ୍ଚଳକୁ ସଚିବ, ମୁଖ୍ୟ ଶାସନ ସଚିବ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କେତେଥର ଯାଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ପାର୍ଟି ପାଇଁ ସମୟ ଅଛି, ମାଟି ପାଇଁ ନାହିଁ। ସୁନ୍ଦରଗଡ଼, କଳାହାଣ୍ଡିରେ ଶହ ଶହ ଶାସକ ଦଳ ନେତା ଓ ମନ୍ତ୍ରୀ ଡେରା ପକାଇଲେ, କୋଟିଆକୁ ଜଣେ ହେଲେ ଯାଉନାହାନ୍ତି। ସତେ ଯେମିତି ଭାରତର ସୀମାକୁ ପାକିସ୍ତାନ କବ୍‌ଜା କରିନେଇଛି। ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ଦିଅନ୍ତୁ। ସମସ୍ତେ ଏକ ହୋଇ ଲଢିଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ମାଝି କହିଛନ୍ତି। ଭାଜପା ସଭ୍ୟ ଜୟନାରାୟଣ ମିଶ୍ର କହିଥିଲେ, ସରକାର ଠିକ୍‌ ସମୟରେ ପଦକ୍ଷେପ ନେଇଥିଲେ ଏପରି ଅବସ୍ଥା ହୋଇ ନ ଥାଆନ୍ତା। ରାୟଗଡ, ସରେଇ ପାଲି ଛାଡ଼ି ଦେଲେ। ସରକାର ଯେତିକି ସତର୍କ ହେବା କଥା ସେତିକି ହେଉନାହାନ୍ତି। ଦଳଗତ ନିର୍ବିଶେଷରେ ଗୃହରେ ଏ ନେଇ ଏକ ସଂକଳ୍ପ ଆଣିବା ଦରକାର। ସୀମାବର୍ତ୍ତୀ ଗ୍ରାମଗୁଡିକୁ ଉପଜିଲାପାଳ ପ୍ରତ୍ୟେକ ମାସରେ ଯାଇ ସେମାନଙ୍କର ଅସୁବିଧା ବୁଝିବା ଦରକାର ବୋଲି ସେ ପରାମର୍ଶ ଦେଇଥିଲେ। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କହିଲେ, ପଟ୍ଟାଙ୍ଗୀରେ ଦେଢ଼ ବର୍ଷ ପର୍ଯ୍ୟନ୍ତ ତହସିଲଦାର ନ ଥିଲେ। କୋଟିଆ ଅଞ୍ଚଳର ଆଦିବାସୀମାନେ ଜାତିଗତ ପ୍ରମାଣପତ୍ର ପାଇଁ ମାସ ମାସ ଧରି ଅପେକ୍ଷା କରୁଥିଲେ। ସେମାନେ ଆନ୍ଧ୍ରରୁ ଦିନେ ଦୁଇଦିନରେ ସାର୍ଟିଫିକେଟ ପାଇ ଯାଉଛନ୍ତି। ଆନ୍ଧ୍ର ସରକାର ସେଠାରେ ଭୋଟ କରୁଛନ୍ତି, ଓଡ଼ିଶା ପୋଲିସ କ’ଣ କରୁଛି। ହାଇଦ୍ରାବାଦ ଲୋକ ସେଠାରେ ୪୦ ଏକର ଜମି କିଣିଲେଣି। ସେଠାକୁ ମୁଖ୍ୟମନ୍ତ୍ରୀ ଯାଇ ସର୍ବଦଳୀୟ ବୈଠକ କରନ୍ତୁ ବୋଲି ସେ ଦାବି କରିଛନ୍ତି। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ କହିଥିଲେ, ଭୋଟ ବେଳେ ଜିଲାପାଳ, ପୋଲିସ , ମୁଖ୍ୟ ଶାସନ ସଚିବ କ’ଣ କରୁଥିଲେ। ମୁଖ୍ୟମନ୍ତ୍ରୀ କ’ଣ କରୁଥିଲେ। କେବଳ କୋଟିଆ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ଜିଲା ଗଞ୍ଜାମରେ ସ୍ଥିିତି ଭୟଙ୍କର ହେଲାଣି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆମେ ସମସ୍ତେ ସେଠାକୁ ଯିବା। ସମସ୍ୟାର ସମାଧାନ କରିବା ବୋଲି ସେ କହିଥିଲେ। ବିଜେଡି ସଭ୍ୟ କିଶୋର ମହାନ୍ତି, ଅନନ୍ତ ଦାସ, ମନୋହର ରାନ୍ଧାରୀ, ପ୍ରକାଶ ମାଝି ପ୍ରମୁଖ କୋଟିଆରେ ସରକାର କରିଥିବା ବିକାଶର ଗୁଣଗାନ କରିଥିଲେ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି କରି କୋଟିଆ ଯିବାକୁ ଅନନ୍ତ ପ୍ରସ୍ତାବ ଦେଇଛନ୍ତି।
ବିରୋଧୀଙ୍କ ମୁଲତବୀ ଆଲୋଚନାର ଜବାବରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ଓଡ଼ିଶାର ୧୪ ଜିଲା ପଡୋଶୀ ରାଜ୍ୟ ଆନ୍ଧ୍ର, ଛତିଶଗଡ ଏବଂ ଝାଡଖଣ୍ଡର ସୀମାକୁ ଲାଗିଛି। ସେହି ଜିଲାଗୁଡିକ ହେଲା ବାଲେଶ୍ୱର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ। ପଡୋଶୀ ରାଜ୍ୟ ସହିତ ୭ ଜିଲାର ସୀମା ବିବାଦ ରହିଛି। ସେହି ଜିଲାଗୁଡିକ ହେଲା କୋରାପୁଟ, ବାଲେଶ୍ୱର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, କେନ୍ଦୁଝର ଏବଂ ନୂଆପଡ଼ା। କୋରାପୁଟର ଜିଲା ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ଗଞ୍ଜେଇପଦର, ଫଗୁଣସିନେରି ଓ ଫଟୁସିନେରି ଗ୍ରାମରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ୨୦୨୧ ଫେବୃୟାରୀ ୨ରେ ଜିଲାପାଳ ପଟ୍ଟାଙ୍ଗୀ ତହସିଲଦାରଙ୍କଠାରୁ ରିପୋର୍ଟ ପାଇଥିଲେ। ଜିଲାପାଳ ୩ ତାରିଖରେ ବିଭାଗକୁ ଜଣାଇଥିଲେ ଯେ, ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଗଞ୍ଜେଇପଦର ଓ ଫଗୁଣସିନେରିରେ ବିନା ପ୍ରତିନ୍ଦ୍ୱନ୍ଦ୍ୱିତାରେ ହୋଇଥିବାବେଳେ ଫଟୁସିନେରିରେ ଫେବୃୟାରୀ ୧୩ରେ ନିର୍ବାଚନ ହେବ। ଏ ଖବର ପାଇବା ପରେ ରାଜ୍ୟ ସରକାର ତୁରନ୍ତ ଆଡଭୋକେଟ୍‌ ଜେନେରାଲଙ୍କ ସହ ବିଚାରବିମର୍ଶ କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିବାକୁ କୋରାପୁଟ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟରେ ଫେବୃୟାରୀ ୧୦ରେ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ଦାଏର କରାଯାଇଥିଲା। ସର୍ବୋଚ୍ଚ ଅଦାଲତ ମାମଲାକୁ ଗ୍ରହଣ କରିବା ସହ ଫେବୃୟାରୀ ୧୨ରେ ଆନ୍ଧ୍ର ପ୍ରଦେଶକୁ ଜବାବ ଦାଖଲ କରିବାକୁ ନୋଟିସ କରିଥିଲେ। ଆନ୍ଧ୍ର ସରକାର ୧୭ ତାରିଖରେ ସତ୍ୟପାଠ ଦାଖଲ କରିଛନ୍ତି। ଏହାର ଶୁଣାଣି ୧୯ ତାରିଖରେ ହୋଇସାରିଛି। ପ୍ରତି ଜବାବ ଦାଖଲ କରିବା ପାଇଁ ରାଜ୍ୟ ସରକାର ୪ ସପ୍ତାହ ମାଗିଛନ୍ତି। କୋରାପୁଟ ଜିଲାପାଳଙ୍କ ସୂଚନା ଅନୁଯାୟୀ, ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଫଟୁସିନେରି ଗ୍ରାମରେ ନିର୍ମାଣାଧୀନ ଏକ ଚର୍ଚ୍ଚରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ୧୦୨୫ ମତଦାତାଙ୍କ ମଧ୍ୟରୁ ୬୧୫ ଜଣ ଭୋଟ ଦେଇଛନ୍ତି। ସରକାର ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି। ୨୦୦୬ ମାର୍ଚ୍ଚ ୩ରେ ସୁପ୍ରିମକୋର୍ଟ ଆନ୍ଧ୍ର ବିରୋଧରେ ଦାଏର କରାଯାଇଥିବା ମାମଲାର ରାୟ ଶୁଣାଇଥିଲେ ଯେ, ୧୯୬୮ ଡିସେମ୍ବର ୨ରେ ରାଜ୍ୟ ହାଇକୋର୍ଟ ଅନ୍ତରୀଣ ରାୟ ମୁତାବକ ସ୍ଥିତାବସ୍ଥା କାଏମ ରଖିବେ। ତେବେ ଆନ୍ଧ୍ର ସରକାର ଏହି ଆଦେଶର ଉଲ୍ଲଂଘନ କରିଥିବାରୁ ରାଜ୍ୟ ସରକାର ଅଦାଲତ ଅବମାନନା ମାମଲା ଦାଏର କରିଛନ୍ତି। ରାଜ୍ୟ ସରକାର କୋଟିଆରେ ସବୁ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି। ଏଥିନିମନ୍ତେ ୨୦୧୯ ନଭେମ୍ବର ୨୫ରେ ରାଜସ୍ବ ପର୍ଷଦ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠିତ ହୋଇଛି। ନିକଟରେ ମୁଖ୍ୟମନ୍ତ୍ରୀ କୋଟିଆ ଅଞ୍ଚଳ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
ସେହିପରି ପଶ୍ଚିମବଙ୍ଗ ସହିତ ବାଲେଶ୍ୱର ଜିଲାର ସାହାବାଜପୁର, ବିଳାସପୁର, ଗୋପାଳପୁର, ମାଙ୍କଡିଆ, କୁଅଁରପୁର, ତୋଟାପଡ଼ା, ବେହେରାସାହି, ପ୍ରହରାଜପୁର, ଦକ୍ଷିଣ ପ୍ରହରାଜପୁର ଓ ମକରମପୁର ଗ୍ରାମ ବିବାଦ ରହିଛି। ରାଜ୍ୟ ସରକାର ସୀମା ଚିହ୍ନଟ ପାଇଁ ୨୦୨୦ ମାର୍ଚ୍ଚ ୧୩ରେ ଏକ ସର୍ଭେ କମିଟି ଗଠନ କରିଛନ୍ତି। ଓରସାକ ସହାୟତାରେ ଗ୍ରାଉଣ୍ଡ କଣ୍ଟ୍ରୋଲ ପଏଣ୍ଟ ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ମୟୂରଭଞ୍ଜ ଜିଲାର ୪ ଗ୍ରାମର ବିବାଦ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। ଗଞ୍ଜାମ ସହ ୫୩ ଗ୍ରାମକୁ ନେଇ ଆନ୍ଧ୍ର ସହ ବିବାଦ ରହିଛି। ଗଜପତି ଜିଲା ସହ ଆନ୍ଧ୍ରର ୧୬ ଗ୍ରାମକୁ ନେଇ ବିବାଦ ରହିଛି। ଜିଲା ପ୍ରଶାସନ ବିବାଦର ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି। ଝାଡ଼ଖଣ୍ଡ ସିଂହଭୂମ ଜିଲାର ତାଟିବା, ଭଣଗାଁ, ବଣେଇକଳା, ସିଲିଯୋଡ଼ା, ବଡ଼ପୋଷି , ମୋଚିଗାଁ ଓ ଜୟନ୍ତୀଗଡ଼ ସହିତ ଓଡ଼ିଶାର କେନ୍ଦୁଝର ଜିଲାର ବଡବିଲ ତହସିଲର ପୁରୁଷୋତ୍ତମପୁର କଙ୍କଡାପାଟ, ଜଗନ୍ନାଥପୁର ଏବଂ ଚମ୍ପୁଆର ସୀମା ବିବାଦ ରହିଛି। ଛତିଶଗଡ଼ର ବୁର୍ଜାବାହଲ ଗ୍ରାମ ସହିତ ନୂଆପଡ଼ା ଜିଲା ନୂଆମାଲପଡ଼ା ସହ ସୀମା ବିବାଦ ରହିଛି ବୋଲି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି। ଏହି ବିବାଦ ଖାଲି ସରକାରଙ୍କର ନୁହେଁ, ଦଳଗତ ନିର୍ବିଶେଷରେ ସମସ୍ତଙ୍କର। ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ କହିଥିଲେ। ଏହାକୁ ବିରୋଧୀ କରି କଂଗ୍ରେସ ଓ ଭାଜପା ସଦସ୍ୟମାନେ ବିଧାନସଭା କକ୍ଷ ଛାଡି ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri