ବିସ୍କୁଟ ଖାଇଲେ ୪୦ ଲକ୍ଷ ଟଙ୍କା ଦରମା ଦେବ ଏହି କମ୍ପାନୀ: ଏମିତି କରିପାରିବେ ଆବେଦନ

ଚାକିରିରେ କେବଳ ବିସ୍କୁଟ ଖାଇଲେ ମିଳିବ ମୋଟା ଅଙ୍କର ଅର୍ଥ ରାଶି। ଲକ୍ଷେ କି ୨ ଲକ୍ଷ ନୁହେଁ ମିଳିବ ୪୦ ଲକ୍ଷ ଟଙ୍କା। ବିଶ୍ୱାସ ହେଉ ନ ଥିଲେ ମଧ୍ୟ ଏହା ସତ। ସ୍କଟଲାଣ୍ଡର ଏକ କମ୍ପାନୀ ଏହି ଅଫର ଦେଇଛି।
ବିସ୍କୁଟ କମ୍ପାନୀ ‘ବର୍ଡର’ ମାଷ୍ଟର ବିସ୍କୁଟର ସନ୍ଧାନରେ ରହିଛି। ଅର୍ଥାତ୍‌ ସବୁଠାରୁ ସ୍ବାଦିଷ୍ଟ ବିସ୍କୁଟ ସେ ତିଆରି କରିବାକୁ ଚାହୁଁଛି। ଏଥିପାଇଁ କମ୍ପାନୀ ପଦବୀ ବାହାର କରିଛି। ଏହି ପୋଷ୍ଟ ପାଇଁ ଉପଯୁକ୍ତ ବ୍ୟକ୍ତିଙ୍କୁ ୪୦ ଲକ୍ଷ ଟଙ୍କା ଦରମା ଦିଆଯିବ। ଏଥିସହ ରହିବା, ଖାଇବା ମାଗଣା ଥିବା ବେଳେ ଶନିବାର, ରବିବାରକୁ ବାଦ୍‌ଦେଲେ ବର୍ଷକୁ ଆଉ ୩୫ଟି ଛୁଟି ଦିଆଯିବ।
ତେବେ ବିସ୍କୁଟ ଖାଇବା ପରେ ଏଥିରେ କ’ଣ ସବୁ ମିଶାଯାଇଛି ତାହା ଯାଣିପାରୁଥିବା ବ୍ୟକ୍ତିଙ୍କୁ ଏହି ପଦବୀ ପାଇଁ ପ୍ରାଥମିକତା ଦିଆଯିବ। ଏଥିସହ ବିସ୍କୁଟରେ ଆଉ କ’ଣ ସବୁ ମିଶାଇଲେ ତାର ସ୍ବାଦ ବଢ଼ିପାରିବ ତାହା ମଧ୍ୟ କହିପାରୁଥିବା ଉଚିତ୍‌। ଏହା ସାଙ୍ଗକୁ ବିସ୍କୁଟର ବ୍ୟବସାୟ ବୃଦ୍ଧି ଉପରେ ମଧ୍ୟ ଉକ୍ତ ବ୍ୟକ୍ତିଙ୍କର ଧାରଣା ଥିବା ଉଚିତ୍‌। ଏହି ବ୍ୟକ୍ତି ହିଁ ଉକ୍ତ ପଦବୀ ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯିବ।


ଏହି ପଦବୀ ପାଇଁ ନିଜକୁ ଉପଯୁକ୍ତ ମନେ କରୁଥିବା ବ୍ୟକ୍ତି କମ୍ପାନୀର ଓ୍ବେବ୍‌ସାଇଟ୍‌କୁ ଯାଇ ଆବେଦନ କରିପାରିବେ। ଏଥିସହ କମ୍ପାନୀର ଲିଙ୍କଡ୍‌ଇନ୍‌ ପ୍ରୋଫାଇଲରୁ ମଧ୍ୟ ଚାକିରି ପାଇଁ ଆବେଦନ କରିପାରିବେ।

Share