Posted inଖେଳ

ବୋପାନ୍ନା-ଭୋସଲେଙ୍କୁ ମିକ୍ସଡ ଡବଲ୍ସ ସ୍ବର୍ଣ୍ଣ

ହାଙ୍ଗଝୋ,୧।୧୦: ଶନିବାର ଏସିଆନ୍‌ ଗେମ୍ସ ୨୦୨୩ର ଟେନିସ୍‌ ମିକ୍ସଡ ଡବଲ୍ସରେ ଭାରତର ରୋହନ ବୋପାନ୍ନା ଓ ଋତୁଜା ଭୋସ୍‌ଲେଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି। ଶନିବାର ଅନୁଷ୍ଠିତ ଫାଇନାଲରେ ଭାରତୀୟ ଯୋଡି ୨-୬, ୬-୩ ଓ ୧୦-୪ ସେଟ୍‌ରେ ଚାଇନିଜ୍‌ ତାଇପେର ସୁଙ୍ଗ ହାଓ ହୁଆଙ୍ଗ ଓ ଏନ୍‌ ଶୁଓ ଲିଆଙ୍ଗଙ୍କୁ ପରାସ୍ତ କରିଛନ୍ତି। ଟୁର୍ନାମେଣ୍ଟରେ ଦ୍ୱିତୀୟ ସିଡ୍‌ର ମାନ୍ୟତା ପାଇଥିବା ଭାରତୀୟ ଯୋଡି ଆରମ୍ଭରୁ ପଛୁଆ ରହିଥିଲା। ପ୍ରଥମ ସେଟ୍‌କୁ ୨-୧ରେ ହାରିବା ପରେ ପରବର୍ତ୍ତୀ ଦୁଇ ସେଟ୍‌କୁ ଦଳ ସହଜରେ ଜିତି ନେଇଥିଲା। ଆରମ୍ଭରୁ ଋତୁଜାଙ୍କ ସର୍ଭିସ୍‌ ଠିକ୍‌ ନ ଥିବା ବେଳେ ଦ୍ୱିତୀୟ ସେଟ୍‌ରୁ ସେ ଚମତ୍କାର ପ୍ରଦର୍ଶନ କରିଥିଲେ। ତେବେ ବୋପାନ୍ନାଙ୍କ ଅଭିଜ୍ଞତା ଭାରତ ପାଇଁ ବେଶ୍‌ ଲାଭଦାୟକ ହୋଇଥିଲା। ଏହା ସହିତ ଭାରତ ଟେନିସ୍‌ ଇଭେଣ୍ଟରେ ଦ୍ୱିତୀୟ ପଦକ ହାସଲ କରିଥିବା ବେଳେ ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ରୌପ୍ୟ ସହିତ ଅଭିଯାନ ଶେଷ କରିଛି। ଏହା ପୂର୍ବରୁ ସାକେତ ମାଇନେନି ଓ ରାମକୁମାର ରାମନାଥନ ଭାରତ ପାଇଁ ପୁରୁଷ ଡବଲ୍ସରେ ରୌପ୍ୟ ପଦକ ଜିତିଥିଲେ। ପ୍ରଥମ ସେଟ୍‌ରେ ଋତୁଜାଙ୍କ ରିଟର୍ନରେ ସମସ୍ୟା ରହିଥିବା ବେଳେ ଦ୍ୱିତୀୟ ସେଟ୍‌ରେ ବୋପାନ୍ନା ଉଭୟଙ୍କ ସାଇଡ୍‌ ପରିବର୍ତ୍ତନ କରିଥିଲେ। ସାଇଡ୍‌ ଚେଞ୍ଜ ହେବା ପରେ ୨୭ ବର୍ଷୀୟା ଋତୁଜା ଚମତ୍କାର ପ୍ରଦର୍ଶନ କରିଥିଲେ। ପ୍ରଥମ ଦୁଇ ସେଟ୍‌ ପରେ ମ୍ୟାଚ୍‌ ୧-୧ରେ ରହିଥିବା ବେଳେ ଅନ୍ତିମ ସେଟ୍‌ ଟାଇବ୍ରେକରରେ ଫଇସଲା ହୋଇଥିଲା। ଭାରତୀୟ ଯୋଡି ଏଥିରେ ୧୦-୪ରେ ବାଜି ମାରି ନେଇଥିଲେ। ଉଭୟ ନିଜର ଖେଳ ଶୈଳୀ ସହିତ ଅଭ୍ୟସ୍ତ । ତେଣୁ ପ୍ରଥମ ସେଟ୍‌ ହାରିବା ପରେ ସାଇଡ ବଦଳେଇବାକୁ ନିଷ୍ପତ୍ତି ନେଇଥିଲୁ, ଯାହା ଫଳପ୍ରଦ ହୋଇଥିଲା ବୋଲି ମ୍ୟାଚ ପରେ ପ୍ରତିକ୍ରିୟାରେ କହିଛନ୍ତି ରୋହନ ବୋପାନ୍ନା। ସମ୍ଭବତଃ ନିଜ କ୍ୟାରିୟରର ଅନ୍ତିମ ଏସିଆନ୍‌ ଗେମ୍ସ ଖେଳୁଥିବା ବୋପାନ୍ନା ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହକି ମ୍ୟାଚ୍‌ ଦେଖିବେ ବୋଲି କହିଛନ୍ତି। ପୂର୍ବରୁ ମ୍ୟାଚ୍‌ ଦେଖିବା ପାଇଁ ଯୋଜନା କରିଥିଲେ ମଧ୍ୟ ଏହା ସମ୍ଭବ ହୋଇ ନ ଥିଲା। ଅନ୍ୟ ମ୍ୟାଚରେ ଭାରତକୁ ସମର୍ଥନ କରିବା ପାଇଁ ଏହା ଶ୍ରେଷ୍ଠ ମୁହୂର୍ତ୍ତ ବୋଲି ବୋପାନ୍ନା କହିଛନ୍ତି। ଅନ୍ୟପକ୍ଷରେ ପ୍ରଥମ ଏସିଆନ୍‌ ଗେମ୍ସ ପଦକ ହାସଲ କରିଥିବା ଋତୁଜା ପ୍ରଥମ ସେଟ୍‌ରେ ନର୍ଭସ ଥିବା ସ୍ବୀକାର କରିଛନ୍ତି। ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଦର୍ଶକଙ୍କ ସମ୍ମୁଖରେ ଖେଳୁଥିବାରୁ ମୁଁ ସାମାନ୍ୟ ନର୍ଭସ ରହିଥିଲି। ସର୍ଭିସ୍‌ରେ ସମସ୍ୟା ରହିଥିବା ବେଳେ ଦ୍ୱିତୀୟ ସେଟ୍‌ ବେଳକୁ ଏଥିରେ ସୁଧାର ଆଣିବାରେ ସମର୍ଥ ହୋଇଥିଲି ବୋଲି ଋତୁଜା କହିଛନ୍ତି। ତେବେ ଏସିଆନ୍‌ ଗେମ୍ସ ଟେନିସରେ ଭାରତୀୟ ଦଳର ଏହା ସବୁଠାରୁ ଖରାପ ପ୍ରଦର୍ଶନ। ୨୦୦୨ ଓ ୨୦୦୬ରେ ଭାରତୀୟ ଦଳ ୪ଟି ପଦକ ହାସଲ କରିଥିବା ବେଳେ ୨୦୧୦ ଓ ୨୦୧୪ରେ ୫ଟି ଲେଖାଏ ପଦକ ହାସଲ କରିଥିଲା। ୨୦୧୮ ଜାକାର୍ତ୍ତା ଇଭେଣ୍ଟରେ ଭାରତ ୩ ପଦକ ହାସଲ କରିଥିଲା। ସିଙ୍ଗଲ୍ସରେ ଭାରତୀୟ ଖେଳାଳିଙ୍କ ପଦକ ନୈରାଶ୍ୟଜନକ ରହିଥିବା ବେଳେ ପୁରୁଷ ଡବଲ୍ସରେ ପଦକ ଫେଭରିଟ୍‌ ରୋହନ ବୋପାନ୍ନା ଓ ୟୁକି ଭାମ୍ବ୍ରି ନିରାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri