ମାଗଣାରେ ଦିଆଯିବ ବୁଷ୍ଟର ଡୋଜ୍‌…

ଓ୍ବାଶିଂଟନ,୧୯।୮: ଆମେରିକାରେ କରୋନା ମହାମାରୀ ସଂକ୍ରମଣକ ପୁଣି ବଢ଼ିବାରେ ଲାଗିଛି। ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜ୍‌ ୨୦ ସେପ୍ଟେମ୍ବରରୁ ସର୍ବସାଧାରଣଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ପୂର୍ବରୁ ଆମେରିକୀୟ ବିଶେଷଜ୍ଞମାନେ ଅତିରିକ୍ତ ସୁରକ୍ଷା ପାଇଁ ବୁଷ୍ଟର୍‌ ଡୋଜ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ମର୍ମରେ ବାଇଡେନ୍‌ ଗୁରୁବାର କହିଛନ୍ତି ବୁଷ୍ଟର ଡୋଜ ସାର୍ବଜନୀକ ଭାବେ ପ୍ରଦାନ କରାଯିବ। ଏବେ ଏହି ନିଷ୍ପତ୍ତି ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଡିଏ)ର ଅନୁମୋଦନ ଲାଗି ବିଚାରାଧୀନ ଅଛି। ଏହାକୁ ଖୁବ ଶୀଘ୍ର ଅନୁମୋଦନ ମିଳିବ ବୋଲି ଆଶା କରାଯାଉଥିବା ବାଇଡେନ୍‌ କହିଛନ୍ତି। ଯେ ବୁଷ୍ଟର ଡୋଜ ଅତିରିକ୍ତ ସୁରକ୍ଷା ଦେଇଥାଏ। ବିଶେଷଜ୍ଞମାନେ କହିଛନ୍ତି ଯେ, ଆମେରିକାରେ ଡେଲ୍ଟା ଭାରିଆଣ୍ଟ୍‌ ସଂକ୍ରମଣ ବୃଦ୍ଧି ଯୋଗୁ କରୋନା ମହାମାରୀରୁ ଅତିରିକ୍ତ ସୁରକ୍ଷା ପାଇଁ ବୁଷ୍ଟର ଡୋଜ୍‌ ନେବା ଉପରେ ଗୁରୁତ୍ୱାରୋପ କରାଯାଉଛି। ବିଶେଷଜ୍ଞମାନେ ଦୁର୍ବଳ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କ ପାଇଁ ବୁଷ୍ଟର୍‌ ଡୋଜ୍‌ ନେବା ଆବଶ୍ୟକ ବୋଲି କହିଥିଲେ। କିନ୍ତୁ ପରେ ବିଶେଷଜ୍ଞ ସମସ୍ତ ଲୋକଙ୍କୁ ତୃତୀୟ ଡୋଜ୍‌ ଦେବାକୁ କହିଥିଲେ।

Share