ବଢୁଛି ଚୋରା ମଦ କାରବାର: ଆଗକୁ ଆନ୍ଦୋଳନ ପାଇଁ ସଜବାଜ

ଦାରିଙ୍ଗବାଡି,୨୬।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ସନ୍ଧ୍ୟା ନଇଁଲେ ଲୋକେ ଆଉ ଘରୁ ପଦାକୁ ବାହାରିବାକୁ ସୁରକ୍ଷିତ ମଣୁ ନାହାନ୍ତି। ସେପଟେ ସନ୍ଧ୍ୟା ହେଲେ ଦୋକାନବଜାର ବନ୍ଦ ହେଇଯାଉଛି। ବ୍ରିଟିଶ ଅମଳର ଥାନା ଏବେ ପରିତ୍ୟକ୍ତ। ପୋଲିସର ପାଦ ପଡୁନି।
ବୁଡଗୁଡା ଅଞ୍ଚଳରେ ଫଳରେ ଅପରାଧୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ନିଶା କାରବାର ବେଧଡକ ଚାଲିଥିବାବେଳେ ଚୋରାରେ ଦେଶୀ ଓ ବିଦେଶୀ ମଦକାରବାରର ପେଣ୍ଠସ୍ଥଳ ପାଲଟିଛି। ଆକଟ କରିବାକୁ ପୋଲିସ ଆଉ ଅବକାରୀ ବିଭାଗର ସେଠାରେ କୌଣସି ପ୍ରଭାବ ନାହିଁ। ଫଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଉଛି। ଆପରାଧିକ ଘଟଣା ବୃଦ୍ଧି ପାଉଛି। ଅଞ୍ଚଳରେ ଚୋରି, ଗଣ୍ଡଗୋଳ ଓ ଭଙ୍ଗାରୁଜା ସହ ଅନେକ ସମସ୍ୟା ଦେଖାଯାଇଛି।
ମଦ୍ୟପମାନେ ନିଶାରେ ବଜାର ଉପରେ ଦିନ ରାତି ଦୌରାତ୍ମ୍ୟ ଓ ଗଣ୍ଡଗୋଳ କରୁଥିବାରୁ ଜରୁରୀ କାର୍ଯ୍ୟ ନ ଥିଲେ କେହି ବଜାରକୁ ଯାଉନାହାନ୍ତି। ବିଦ୍ୟାଳୟକୁ ଯାତାୟତ କରୁଥିବା ଛାତ୍ରୀଛାତ୍ରମାନେ ମଦ୍ୟପଙ୍କୁ ଦେଖି ଭୟଭୀତ ହୋଇପଡୁଛନ୍ତି। ଏଭଳି ଘଟଣା ଏବେ ପ୍ରତିଦିନ ଭଳି ଘଟୁଛି।
ଅନେକ ପରିବାରର ଯୁବପିଢ଼ି ଓ ପୁରୁଷମାନେ ଏହି ମଦ ପିଇ ଘରର ଆର୍ଥିକ ପରିସ୍ଥିତି ଉଜୁଡିବାକୁ ବସିଲାଣି। ଅନେକ ପରିବାର ସର୍ବସ୍ବ ହରେଇବାକୁ ବସିଲେଣି। ସେପଟେ ଏହି ଚୋରା ମଦ କାରବାର ବନ୍ଦ କରିବାକୁ ଅଞ୍ଚଳବାସୀ ଅଣ୍ଟା ଭିଡ଼ିଲେଣି। ସୋମବାର ଗାଁ ଦାଣ୍ଡରେ ସରପଞ୍ଚ ତାତୁରା ପ୍ରଧାନଙ୍କ ନେତୃତ୍ୱରେ କିଛି ଲୋକ ବୈଠକ କରି ଥାନା ଖୋଲାଯିବାକୁ ଦାବି ଜଣାଇବାକୁ କନ୍ଧମାଳ ଏସପିଙ୍କୁ ଭେଟିବାକୁ ନିଷ୍ପତି ନେଇଛନ୍ତି।
ବ୍ରିଟିଶ ଶାସନ ବେଳେ ପ୍ରଥମେ ଥାନା ଖୋଲାଯାଇଥିବା ବେଳେ ଧୀରେ ଧୀରେ ଥାନା ଉଠାଇ ଦିଆଯାଇ କେବଳ ଫାଣ୍ଡିରେ ପରିଣତ ହୋଇଥିଲା। ପରେ ଗତ ୮ /୧୦ ବର୍ଷ ହେଲା ଉକ୍ତ ଫାଣ୍ଡି ସମ୍ମୁଖରେ କେହି ଦୁର୍ବୁତ୍ତ ମାଓବାଦୀଙ୍କ ନାମରେ ବ୍ୟାନର, ପୋଷ୍ଟର ଲଗାଇବା ପରେ ସେଠାରୁ ପୋଲିସଙ୍କୁ ବାଲିଗୁଡା ଫେରେଇ ନିଆଗଲା। ଆଉ ସେହିଦିନଠାରୁ ଆଉ ଫାଣ୍ଡି ଖୋଲିନି । ଏବେ ନୂତନ କୋଠା ନିର୍ମାଣ ହୋଇଥିଲେ ସୁଦ୍ଧା ନା ଫାଣ୍ଡି ଖୋଲୁଛି ନା ଥାନା କେହି ପୋଲିସ ରହୁ ନ ଥିବାରୁ ଅଞ୍ଚଳବାସୀ ଚିନ୍ତାରେ ଅଛନ୍ତି। ସେହିପରି ଉକ୍ତ ଅଞ୍ଚଳରେ ସ୍ବାସ୍ଥ୍ୟକେନ୍ଦ୍ରରେ ଷ୍ଟାଫ ଅଭାବ ସାଙ୍ଗକୁ ବୁଡଗୁଡାଠାରୁ ବାଲିଗୁଡା ଅତି ନିମ୍ମମାନର ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସେହିପରି ଫୋର୍ଜି ମୋବାଇଲ ଟାୱାର ସ୍ଥାପନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଦୀର୍ଘ ସମୟ ଓ ନିୟମିତ ମୋବାଇଲ ଟାୱାର ଫେଲ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦାବି ପୂରଣ ନ ଆନ୍ଦୋଳନ କରିବାକୁ ଗ୍ରାମବାସୀ ଧମକ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri