ବଢୁଛି ଚୋରା ମଦ କାରବାର: ଆଗକୁ ଆନ୍ଦୋଳନ ପାଇଁ ସଜବାଜ

ଦାରିଙ୍ଗବାଡି,୨୬।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ସନ୍ଧ୍ୟା ନଇଁଲେ ଲୋକେ ଆଉ ଘରୁ ପଦାକୁ ବାହାରିବାକୁ ସୁରକ୍ଷିତ ମଣୁ ନାହାନ୍ତି। ସେପଟେ ସନ୍ଧ୍ୟା ହେଲେ ଦୋକାନବଜାର ବନ୍ଦ ହେଇଯାଉଛି। ବ୍ରିଟିଶ ଅମଳର ଥାନା ଏବେ ପରିତ୍ୟକ୍ତ। ପୋଲିସର ପାଦ ପଡୁନି।
ବୁଡଗୁଡା ଅଞ୍ଚଳରେ ଫଳରେ ଅପରାଧୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ନିଶା କାରବାର ବେଧଡକ ଚାଲିଥିବାବେଳେ ଚୋରାରେ ଦେଶୀ ଓ ବିଦେଶୀ ମଦକାରବାରର ପେଣ୍ଠସ୍ଥଳ ପାଲଟିଛି। ଆକଟ କରିବାକୁ ପୋଲିସ ଆଉ ଅବକାରୀ ବିଭାଗର ସେଠାରେ କୌଣସି ପ୍ରଭାବ ନାହିଁ। ଫଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଉଛି। ଆପରାଧିକ ଘଟଣା ବୃଦ୍ଧି ପାଉଛି। ଅଞ୍ଚଳରେ ଚୋରି, ଗଣ୍ଡଗୋଳ ଓ ଭଙ୍ଗାରୁଜା ସହ ଅନେକ ସମସ୍ୟା ଦେଖାଯାଇଛି।
ମଦ୍ୟପମାନେ ନିଶାରେ ବଜାର ଉପରେ ଦିନ ରାତି ଦୌରାତ୍ମ୍ୟ ଓ ଗଣ୍ଡଗୋଳ କରୁଥିବାରୁ ଜରୁରୀ କାର୍ଯ୍ୟ ନ ଥିଲେ କେହି ବଜାରକୁ ଯାଉନାହାନ୍ତି। ବିଦ୍ୟାଳୟକୁ ଯାତାୟତ କରୁଥିବା ଛାତ୍ରୀଛାତ୍ରମାନେ ମଦ୍ୟପଙ୍କୁ ଦେଖି ଭୟଭୀତ ହୋଇପଡୁଛନ୍ତି। ଏଭଳି ଘଟଣା ଏବେ ପ୍ରତିଦିନ ଭଳି ଘଟୁଛି।
ଅନେକ ପରିବାରର ଯୁବପିଢ଼ି ଓ ପୁରୁଷମାନେ ଏହି ମଦ ପିଇ ଘରର ଆର୍ଥିକ ପରିସ୍ଥିତି ଉଜୁଡିବାକୁ ବସିଲାଣି। ଅନେକ ପରିବାର ସର୍ବସ୍ବ ହରେଇବାକୁ ବସିଲେଣି। ସେପଟେ ଏହି ଚୋରା ମଦ କାରବାର ବନ୍ଦ କରିବାକୁ ଅଞ୍ଚଳବାସୀ ଅଣ୍ଟା ଭିଡ଼ିଲେଣି। ସୋମବାର ଗାଁ ଦାଣ୍ଡରେ ସରପଞ୍ଚ ତାତୁରା ପ୍ରଧାନଙ୍କ ନେତୃତ୍ୱରେ କିଛି ଲୋକ ବୈଠକ କରି ଥାନା ଖୋଲାଯିବାକୁ ଦାବି ଜଣାଇବାକୁ କନ୍ଧମାଳ ଏସପିଙ୍କୁ ଭେଟିବାକୁ ନିଷ୍ପତି ନେଇଛନ୍ତି।
ବ୍ରିଟିଶ ଶାସନ ବେଳେ ପ୍ରଥମେ ଥାନା ଖୋଲାଯାଇଥିବା ବେଳେ ଧୀରେ ଧୀରେ ଥାନା ଉଠାଇ ଦିଆଯାଇ କେବଳ ଫାଣ୍ଡିରେ ପରିଣତ ହୋଇଥିଲା। ପରେ ଗତ ୮ /୧୦ ବର୍ଷ ହେଲା ଉକ୍ତ ଫାଣ୍ଡି ସମ୍ମୁଖରେ କେହି ଦୁର୍ବୁତ୍ତ ମାଓବାଦୀଙ୍କ ନାମରେ ବ୍ୟାନର, ପୋଷ୍ଟର ଲଗାଇବା ପରେ ସେଠାରୁ ପୋଲିସଙ୍କୁ ବାଲିଗୁଡା ଫେରେଇ ନିଆଗଲା। ଆଉ ସେହିଦିନଠାରୁ ଆଉ ଫାଣ୍ଡି ଖୋଲିନି । ଏବେ ନୂତନ କୋଠା ନିର୍ମାଣ ହୋଇଥିଲେ ସୁଦ୍ଧା ନା ଫାଣ୍ଡି ଖୋଲୁଛି ନା ଥାନା କେହି ପୋଲିସ ରହୁ ନ ଥିବାରୁ ଅଞ୍ଚଳବାସୀ ଚିନ୍ତାରେ ଅଛନ୍ତି। ସେହିପରି ଉକ୍ତ ଅଞ୍ଚଳରେ ସ୍ବାସ୍ଥ୍ୟକେନ୍ଦ୍ରରେ ଷ୍ଟାଫ ଅଭାବ ସାଙ୍ଗକୁ ବୁଡଗୁଡାଠାରୁ ବାଲିଗୁଡା ଅତି ନିମ୍ମମାନର ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସେହିପରି ଫୋର୍ଜି ମୋବାଇଲ ଟାୱାର ସ୍ଥାପନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଦୀର୍ଘ ସମୟ ଓ ନିୟମିତ ମୋବାଇଲ ଟାୱାର ଫେଲ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦାବି ପୂରଣ ନ ଆନ୍ଦୋଳନ କରିବାକୁ ଗ୍ରାମବାସୀ ଧମକ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?