ସୁଧୁରୁନି ପରିସ୍ଥିତି: ଭୟ-ଆତଙ୍କରେ ୪୦ ସେବାଶ୍ରମ ଛାତ୍ର

ଦାରିଙ୍ଗବାଡି, ୨୬।୮ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଗତ ରବିବାର କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ଗସ୍ତ କରି ବିଭିନ୍ନ ସେବାଶ୍ରାମ ପରିଦର୍ଶନ କରିଥିଲେ। ଏକାଧିକ ସେବାଶ୍ରାମରେ ରହୁଥିବା ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ଓ ସମସ୍ତ ସେବାଶ୍ରମ ଦାୟିତ୍ୱରେ ଥିବା ଶିକ୍ଷକମାନେ ସେବାଶ୍ରମରେ ରହି ପିଲାଙ୍କ ଭଲମନ୍ଦ ବୁଝିବାକୁ ତାଗିତ ମଧ୍ୟ କରିଥିଲେ। କିନ୍ତୁ ଏବେ ମଧ୍ୟ ଏକାଧିକ ସେବାଶ୍ରମରେ ପାଠପଢା ସରିବା ପରେ ପିଲାଙ୍କୁ ହଷ୍ଟେଲରେ ଏକା ଛାଡି ଶିକ୍ଷକମାନେ ଅନ୍ୟତ୍ର ରହୁଥିବା ସ୍ଥାନକୁ ଚାଲିଯାଉଥିବା ଜଣାପଡିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ସାମନବାଡି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ହଷ୍ଟେଲରେ ପରିସର ମଧ୍ୟରେ। ସେଠାରେ ପ୍ରଧାନଶିକ୍ଷକ ଓ ହଷ୍ଟେଲରେ ଥିବା ଶିକ୍ଷକ ଦୁହେଁ ହଷ୍ଟେଲ ଠାରୁ ପ୍ରାୟ ୩୦ କିଲୋମିଟର ଦୂର ବାଲିଗୁଡା ବ୍ଲକରେ ରହି ବିଦ୍ୟାଳୟକୁ ଯାତାୟତ କରୁଛନ୍ତି। ବିଦ୍ୟାଳୟରେ ପାଠପଢା ପରେ ବାଲିଗୁଡା ଯାଉଛନ୍ତି। ରାତିରେ ହଷ୍ଟେଲରେ ରହୁନାହାନ୍ତି । ଉକ୍ତ ହଷ୍ଟେଲରେ ୪୦ ଜଣ ଛାତ୍ର ରହୁଥିବା ବେଳେ ସେମାନଙ୍କୁ ରାତିରେ ସିସିଏ (କୁକ କାମ ଆଟେଣ୍ଡାଣ୍ଟ )ଜଗି ରହୁଛନ୍ତି। ଫଳରେ କୋମଳମତି ଶିଶୁମାନେ ଭୟରେ ରହୁଥିବାବେଳେ ପଚାରିଲେ କୁହନ୍ତି, କେବେ କେମିତି ତାଙ୍କ ଶିକ୍ଷକ ରାତ୍ରିଯାପନ କରନ୍ତି ବୋଲି କହିବା ସହ ସିସିଏ ମଧ୍ୟ ସମାନ କଥା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ସାମନବାଡି ଗ୍ରାମରେ ମୋବାଇଲ ନେଟୱାର୍କ ନ ଥିବାବେଳେ ସେଠାରେ ହଷ୍ଟେଲରେ ରହୁଥିବା ଛାତ୍ରଙ୍କ ରାତିରେ ସ୍ବାସ୍ଥ୍ୟହାନି ହେଲେ ତୁରନ୍ତ କାହାକୁ ଫୋନ କରିବା ବ୍ୟବସ୍ଥା ନାହିଁ। ତେଣୁ ସେଠାରେ ନିୟମିତ ରାତ୍ରୀ ଶିକ୍ଷକ ରହିବା ପାଇଁ ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ଅଭିଭାବକମାନେ ଦାବି କରିଛନ୍ତି। ଏନେଇ ଜିଲାପାଳ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ସୋରେନ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, JSSC-CGL ସମେତ ୨୨ଟି ରଦ୍ଦ ପରୀକ୍ଷା ଉପରେ…

ରାଞ୍ଚି, ୨୦।୮: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ବଡ଼ ଝଟକା ଲାଗିଛି । JSSC-CGL ସମେତ ୨୨ଟି ନିଯୁକ୍ତି ପରୀକ୍ଷା ରଦ୍ଦ କରିବା ନେଇ ସରକାର ନେଇଥିବା…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri