Posted inଜାତୀୟ

ନିଜ IRCTC ଆକାଉଣ୍ଟରୁ ଅନ୍ୟମାନଙ୍କ ପାଇଁ ଟିକେଟ୍‌ ବୁକ୍‌ କଲେ ହୋଇପାରେ ଜେଲ! ସ୍ପଷ୍ଟ କଲା ଆଇଆରସିଟିସି

ନୂଆଦିଲ୍ଲୀ,୨୭।୬:ଭାରତୀୟ ରେଲଓ୍ବେରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯାତ୍ରା କରୁଛନ୍ତି। ସେଥିମଧ୍ୟରୁ ଅଧିକାଂଶ ଲୋକ ଷ୍ଟେସନ ପରିବର୍ତ୍ତେ ଅନଲାଇନ ଟିକେଟ ପ୍ଲାଟଫର୍ମ IRCTC ରୁ ଟ୍ରେନ ଟିକେଟ ବୁକ୍‌ କରୁଛନ୍ତି। ଏବେ ଏମିତି କିଛି ଘଟଣା ଦେଖିବାକୁ ମିଳୁଛି ଯେଉଁଠି ଲୋକମାନେ ନିଜର ଲଗଇନ ଆଇଡିରେ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ଟିକେଟ ବୁକ୍‌ କରୁଛନ୍ତି। ନିକଟରେ ଏକ ସୂଚନା ପ୍ରସାରିତ ହେଉଛି କି, ଏପରି କଲେ ଜେଲ୍‌ ହୋଇଫାରେ। ତେବେ ଏହା କେତେ ସତ ଏନେଇ ଆଇଆରସିଟିସି ସ୍ପଷ୍‌ଟ କରିଛି।

ଯଦି IRCTC ରେ ନିଜର ଲଗଇନ୍‌ ଆଇଡିରୁ ଅନ୍ୟମାନଙ୍କ ପାଇଁ ଟିକେଟ ବୁକ କରାଯାଏ, ତେବେ ଆପଣଙ୍କୁ ଜେଲ ଦଣ୍ଡ ହୋଇପାରେ। ଏହି ସୂଚନା ଭାଇରାଲ ହେବା ମାତ୍ରେ ଲୋକମାନେ ଦ୍ୱନ୍ଦ୍ୱରେ ପଡି ଯାଇଥିଲେ। ଏହାପରେ ଆଇଆରସିଟିସି ଏନେଇ ସ୍ପଷ୍ଟ କରିଛି। ଏହା ଏକ ଗୁଜବ। ଏହି ଖବରକୁ ଭିତ୍ତିହୀନ ଏବଂ ବିଭ୍ରାନ୍ତିକର ବୋଲି ଆଇଆରସିଟିସି କହିଛି। ସେହିପରି ଏଭଳି ମିଥ୍ୟା ଖବର ପ୍ରସାରଣ ନ କରିବାକୁ ଆଇଆରସିଟିସି ପରାମର୍ଶ ଦେଇଛି।

ଏଥିସହ IRCTC କହିଛି ଯେ, ନିଜର ବ୍ୟକ୍ତିଗତ ୟୁଜର୍‌ ID ରେ ବୁକ କରିଥିବା ଟିକେଟ ବ୍ୟବସାୟିକ ଭାବରେ ବ୍ୟବହାର କରାଯାଇପାରିବ ନାହିଁ। ଏହାର ଅର୍ଥ, ଆପଣ ସେହି ଟିକେଟ ଅନ୍ୟ କୌଣସି ସ୍ଥାନରେ ବିକ୍ରୟ କରିପାରିବେ ନାହିଁ, କାରଣ IRCTC ଏହି ଉଦ୍ଦେଶ୍ୟ ପାଇଁ ପୃଥକ ଭାବରେ ଏଜେଣ୍ଟ ID ସୃଷ୍ଟି କରିଛି। ଯେତେବେଳେ ଏଜେଣ୍ଟମାନେ ଏହାର ପ୍ଲାଟଫର୍ମରେ ଲଗଇନ କରି ଟିକେଟ ବୁକ କରନ୍ତି, ସେତେବେଳେ ସେମାନଙ୍କର କମିଶନ ସ୍ବୟଂଚାଳିତ ଭାବରେ ଟିକେଟ ମୂଲ୍ୟରେ ଯୋଡି ହୋଇଯାଏ। ତେଣୁ, ଯଦି ଜଣେ ବ୍ୟକ୍ତି ନିଜର ବ୍ୟକ୍ତିଗତ ଲଗଇନ ଆଇଡି ବ୍ୟବହାର କରି ବୁକ ହୋଇଥିବା ଟିକେଟ ବିକ୍ରି କରନ୍ତି, ତେବେ ଏହା ଅପରାଧ ବୋଲି ଧରାଯାଏ। ରେଲୱେ ଆକ୍ଟ ୧୯୯ର ଧାରା ୧୪୩ ଅଧୀନରେ ଏଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri