ଡୌଗ୍‌ଲାସ୍‌ଙ୍କୁ ବୁକର

ଲଣ୍ଡନ, ୨୧।୧୧: ନ୍ୟୁୟର୍କରେ ରହୁଥିବା ସ୍କଟଲାଣ୍ଡ ଲେଖକ ଡୌଗ୍‌ଲାସ୍‌ ଷ୍ଟୁଆର୍ଟ ତାଙ୍କର ଆତ୍ମଜୀବନୀ ଆଧାରିତ ଉପନ୍ୟାସ ‘ଶୁଗି ବେନ୍‌’ ପାଇଁ ଚଳିତବର୍ଷର ମର୍ଯ୍ୟାଦାଜନକ ବୁକର୍‌ ପ୍ରାଇଜ୍‌ ମିଳିଛି। ପୁରସ୍କାର ଲାଗି ସଂକ୍ଷିପ୍ତ ତାଲିକାରେ ଥିବା ଭାରତୀୟ ବଂଶୋଦ୍ଭବ ଅବନୀ ଦୋଶୀଙ୍କ ସମେତ ୫ ଜଣଙ୍କୁ ସେ ପଛରେ ପକାଇ ଦେଇଛନ୍ତି। ୮୦ ଦଶକର ଗ୍ଲାସ୍‌ଗୋ ସହରର ପ୍ରେମ ଓ ମଦନିଶା ଉପରେ ଶୁଗି ବେନ ଉପନ୍ୟାସ ଲେଖାଯାଇଛି। ଡୌଗ୍‌ଲାସ୍‌ଙ୍କୁ ୧୬ ବର୍ଷ ହୋଇଥିବାବେଳେ ମାଆ ମଦ ନିଶାରେ ପ୍ରାଣ ହରାଇଥିଲେ। ଉକ୍ତ ପୁସ୍ତକକୁ ସେ ତାଙ୍କ ମାଆଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ତାଙ୍କ ସ୍ବପ୍ନ ସାର୍ଥକ ହୋଇଛି ଓ ସମ୍ପୂର୍ଣ୍ଣ ଜୀବନ ବଦଳିଯାଇଛି ବୋଲି ପୁ୍‌ରସ୍କାର ଗ୍ରହଣ କରିବା ଅବସରରେ ଡୌଗ୍‌ଲାସ୍‌ କହିଛନ୍ତି। ଦୁବାଇରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଲେଖିକା ଅବନୀଙ୍କ ‘ବର୍ଣ୍ଟ ସୁଗାର’ ଉପନ୍ୟାସ ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଥିଲେ ହେଁ ପୁରସ୍କାର ପାଇପାରି ନାହିଁ।
ଅନ୍ୟମାନଙ୍କ ମଧ୍ୟରେ ଜିମ୍ବାଓ୍ବେ ଲେଖକ ସିତ୍‌ସି ଡଙ୍ଗରେମ୍ବଗା, ଆମେରିକୀୟ ଲେଖକ ଡିଏନେ କୁକ୍‌, ମାଜା ମେଙ୍ଗିସ୍ତେ ଏବଂ ବ୍ରାଣ୍ଡନ୍‌ ଟେଲରଙ୍କ ନାଁ ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଥିଲା। ସମ୍ପାଦକ, ଭାଷା ସମାଲୋଚକ ଓ ପୂର୍ବତନ ପ୍ରକାଶକ ମାରଗାରେଟ୍‌ ବୁସ୍‌ବିଙ୍କ ଅଧ୍ୟକ୍ଷତାରେ ଗଠିତ ଚଳିତବର୍ଷର ବୁକର୍‌ ପ୍ରାଇଜ୍‌ ବିଚାରକ ପ୍ୟାନେଲରେ ଲେଖକ ଲି ଚାଇଲ୍ଡ, ଲେଖକ ତଥା ସମାଲୋଚକ ସମୀର ରହିମ, ଲେଖକ ତଥା ବ୍ରଡ୍‌କାଷ୍ଟର ଲେମ୍‌ନ ସିସାଏ ଏବଂ କ୍ଲାସିକିଷ୍ଟ ଏମିଲି ଓ୍ବିଲ୍‌ସନ ସ୍ଥାନ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri