ଜନ୍ମଦିନରେ ଦୁବଇ ସରକାରଙ୍କ ପକ୍ଷରୁ ବୋନି କପୁରଙ୍କ ପରିବାରକୁ ବିଶେଷ ଉପହାର

ମୁମ୍ମାଇ: ବଲିଉଡର ନାମୀ ନିର୍ଦ୍ଦେଶକ ତଥା ପ୍ରଯୋଜକ ବୋନି କପୁର ଏବେ ଦୁବଇରେ । ତାଙ୍କସହ ତାଙ୍କ ଦୁଇ ଝିଅ ଜାହ୍ନବୀ କପୁର ଓ ଖୁସି କପୁର ବି ଦୁବଇରେ ଛୁଟି କାଟୁଛନ୍ତି । ବୋନି ନଭେମ୍ବର ୧୧ରେ ତାଙ୍କ ଜନ୍ମଦିନ ପାଳନ କରିବାକୁ ଦୁବଇ ଯାଇଥିବା ବେଳେ ସେଠାକାର ସରକାର ତାଙ୍କ ପରିବାରକୁ ଏକ ବିଶେଷ ଉପହାର ପ୍ରଦାନ କରିଛନ୍ତି । ତାହା ହେଉଛି ଦୁବଇର ଗୋଲଡେନ୍ ଭିଜା । ବୋନି କପୁରଙ୍କୁ ଏହି ଗୋଲଡେନ ଭିଜା ମିଳିଥିବା ବେଳେ ତାଙ୍କ ସହ ତାଙ୍କ ଦୁଇ ଝିଅ ଜାହ୍ନବୀ ଓ ଖୁସି ବି ଉପସ୍ଥିତ ଥିଲେ । ତେବେ ଜନ୍ମଦିନ ପାଳନ ପାଇଁ ବୋନିଙ୍କ ପୁଅ ଅର୍ଜୁନ କପୁର ଓ ତିନି ନମ୍ବର ଝିଅ ଅଂଶୁଳା କୌଣସି କାରଣ ପାଇଁ ଦୁବଇ ଯାଇ ପାରି ନ ଥିବା ବେଳେ ଦୁଇ ଝିଅଙ୍କ ସହ ବୋନି ଦୁବଇରେ ଜନ୍ମଦିନ ପାଳନ କରିଛନ୍ତି । ନିକଟରେ ଜାନ୍ମବୀ ଓ ଖୁସି ଦୁବଇ ମରୁଭୂମିରେ ଏନଜୟ କରୁଥିବା କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିବା ବେଳେ ଏହା ଭାଇରାଲ ହୋଇଥିଲା । ହଟ୍ ଲୁକରେ ଦୁଇ ଭଉଣୀ ୟଙ୍ଗଷ୍ଟରଙ୍କୁ ଦିୱାନ କରିଥିଲେ । ଶେଷଥର ପାଇଁ ମୁଭି ‘ରୁହି’ରେ ନଜର ଆସିଥିକା ଜାହ୍ନବୀ ଆଗାମୀ ଫିଲ୍ମ ଦୋସ୍ତାନ ୨ ଓ ଗୁଡ ଲକ ଜେରିରେ ଦେଖାଯିବେ ।

Share