Categories: ଜାତୀୟ

ହାଡ଼ଥରା ଶୀତ: ଜମ୍ମୁ-କଶ୍ମୀରରେ ଜମାଟ ବାନ୍ଧି ବରଫ ପାଲଟିଲା ନଦୀ-ଝରଣା ପାଣି,ଭିଡିଓ ଭାଇରାଲ…

ଶ୍ରୀନଗର,୧୭।୧୨ : ଦେଶରେ ହାଡ଼ଥରା ଶୀତ ଜାରି ରହିଛି। ମଧ୍ୟ ଭାରତଠାରୁ ଆରମ୍ଭ କରି ଉତ୍ତର ତଥା ଉତ୍ତର-ପୂର୍ବ ଅଞ୍ଚଳରେ ଶୀତ ଲହର ଯୋଗୁ ସାଧାରଣ ଜୀବନଯାତ୍ରା ଠପ୍‌ ହୋଇ ଯାଇଛି। କଶ୍ମୀରର ପହଲଗାମ ଏବଂ ଗୁଲମାର୍ଗରେ ପ୍ରବଳ ତୁଷାରପାତ ହୋଇଛି। ଦିଲ୍ଲୀ ସମେତ ଆଖପାଖ ରାଜ୍ୟଗୁଡିକର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି।
ଜମ୍ମୁ-କଶ୍ମୀରରେ ତୁଷାରପାତ ଯୋଗୁ ନଦୀ ଓ ଝରଣା ପାଣି ଜମାଟ ବାନ୍ଧି ବରଫ ପାଲଟି ଯାଇଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୁଲମାର୍ଗ ଏବଂ ସୋନମାର୍ଗରେ ୬ ଇଞ୍ଚରୁ ଅଧିକ ତୁଷାରପାତ ହୋଇଛି।

ଜମ୍ମୁ-କଶ୍ମୀରରେ ତୁଷାରପାତ ଯୋଗୁ ନଦୀ ଓ ଝରଣା ପାଣି ଜମାଟ ବାନ୍ଧି ବରଫ ପାଲଟି ଯାଇଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୁଲମାର୍ଗ ଏବଂ ସୋନମାର୍ଗରେ ୬ ଇଞ୍ଚରୁ ଅଧିକ ତୁଷାରପାତ ହୋଇଛି।
ଶନିବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା। ସେହିପରି ସର୍ବାଧିକ ତାପମାତ୍ରା ୨୪.୭ ଡିଗ୍ରୀରେ ରେକର୍ଡ କରାଯାଇଥିଲା। ଏହି ସମୟରେ ଦିଲ୍ଲୀର ବାୟୁ ଗୁଣବତ୍ତା ମଧ୍ୟ ଖରାପ ହୋଇ ରହିଛି। ପାଣିପାଗ ବିଭାଗ ଅନୁଯାୟୀ ରବିବାର ସର୍ବନିମ୍ନ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ରହିପାରେ।

ପାଣିପାଗ ବିଭାଗ ଅନୁଯାୟୀ, ୧୭ ଓ ୧୮ ରେ ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ହୋଇପାରେ। ଏହା ବ୍ୟତୀତ ଅନେକ ଉତ୍ତର-ପୂର୍ବ ରାଜ୍ୟରେ ମଧ୍ୟ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଏହା ବ୍ୟତୀତ ରବିବାର ଜମ୍ମୁ-କଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତର ପଞ୍ଜାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

 

 

Share