ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକଙ୍କୁ ନିର୍ଯାତନା: ୧୬୦ କିଲୋମିଟର ଚାଲିକି ଆସିଲେ

ପଟ୍ଟାଙ୍ଗି,୧୪।୯(ଶରତ ଧଳ): କାମଧନ୍ଦା ନ ପାଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କ ଦୁଃଖ ଥମିବାର ନାଁ ନେଉନାହିଁ। ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବସଷ୍ଟାଣ୍ଡରେ ପହଞ୍ଚି ଥିବା ଦାଦନ ଶ୍ରମିକଙ୍କ କ୍ଷେତ୍ରରେ।

ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଭାଲୁ କନାଡି ଗ୍ରାମର ଜଗନ୍ନାଥ ଜାନି, ଦେବ ସିଙ୍ଗ ମାଝୀ, ପୁରୁଷୋତ୍ତମ ମାଝୀ, ନବ ଜାନି ଓ ସାଇଦର ସାନ୍ତା ପ୍ରମୁଖ ପଡୋଶୀ ଇଛାପୁର ଗ୍ରାମର ଭଇରା ନାମକ ଜଣେ ଯୁବକଙ୍କ ସହାୟତାରେ
ଆନ୍ଧ୍ରପ୍ରଦେଶ ରାଜ୍ୟର ବିଶାଖାପାଟଣାକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ସେମାନେ ଏକ ଘରୋଇ କମ୍ପାନୀରେ ୩ମାସ ଧରି ଦିନକୁ ୩୦୦ ଟଙ୍କା ଲେଖାଏଁ ଶ୍ରମିକ ଭାବେ କାର୍ଯ୍ୟ କରିଥିଲେ।

ପରବର୍ତ୍ତୀ ସମୟରେ ଶ୍ରମିକମାନେ ଗାଁକୁ ଯିବା ପାଇଁ କମ୍ପାନୀ ମାଲିକଙ୍କୁ ଟଙ୍କା ମାଗିଥିଲେ। ହେଲେ କମ୍ପାନୀ ମାଲିକ ଟଙ୍କା ଦେବା ପରିବର୍ତ୍ତେ ଶ୍ରମିକମାନଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ନିର୍ଯାତନା ସହି ନ ପାରି ଶେଷରେ ୫ଜଣ ଶ୍ରମିକ ଗତ ମଙ୍ଗଳବାର ସନ୍ଦ୍ୟାରେ ବିଶାଖାପାଟଣାରୁ ବାହାରି ୧୬୦ କିଲୋମିଟର ଚାଲିଚାଲି ଗୁରୁବାର ସାଲୁର ଘାଟରେ ପହଞ୍ଚିଥିଲେ। ଏହି ସମୟରେ ପଟ୍ଟାଙ୍ଗି ଅଞ୍ଚଳର ଜଣେ ଗାଡ଼ି ଚାଳକ ସହଯୋଗର ହାତ ବଢାଇ ଶ୍ରମିକମାନଙ୍କୁ ଆଣି ପଟ୍ଟାଙ୍ଗି ବସ୍‌ଷ୍ଟାଣ୍ଡରେ ଛାଡିଥିଲେ।

ଖବର ପାଇ ଓଡ଼ିଶା ମୋଟର ଚାଳକ ସଂଘର ପଟ୍ଟାଙ୍ଗି ଶାଖା ସଭାପତି ଅର୍ଜୁନ ଖରା, ସାଧାରଣ ସମ୍ପାଦକ ଶରତ ଧଳ, ଉପସଭାପତି ଭଗବାନ ପଡାଲ ପ୍ରମୁଖ ପହଞ୍ଚି ଶ୍ରମିକମାନଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଏପରି କି ସଂଘ କର୍ମକର୍ତ୍ତା ଘଟଣା ସମ୍ପର୍କରେ ଜାଣି ଶ୍ରମିକମାନଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବା ସହ ଖାଇବା ବ୍ୟବସ୍ଥା କରି ଗାଁରେ ଛାଡି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri