ଭୁବନେଶ୍ୱର,୨୧।୫: ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର (ବିଓଏମ୍)ର ବାର୍ଷିକ ଫଳାଫଳ ଅନୁଯାୟୀ ବ୍ୟାଙ୍କ ମୋଟ୍ ବ୍ୟବସାୟ ଅଭିବୃଦ୍ଧି ତଥା ଋଣଦାତାଙ୍କ ମଧ୍ୟରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଜମା ସଂଗ୍ରହ କ୍ଷେତ୍ରରେ ବିଓଏମ ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କ ଭାବେ ପରିଗଣିତ ହୋଇଛି,ଯେତେବେଳେ କି ଅଧିକାଂଶ ଋଣଦାତା ୨ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବାରେ ନାନା ସମସ୍ୟା ଓ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉଲ୍ଲେଖଯୋଗ୍ୟ, ପୁଣେସ୍ଥିତ ବିଓଏମ୍ର ମୁଖ୍ୟ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ବ୍ୟାଙ୍କର ମୋଟ୍ ବ୍ୟବସାୟ (ଘରୋଇ)ରେ ୧୫.୯୪% ଅଭିବୃଦ୍ଧି ଘଟିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷରେ ବ୍ୟାଙ୍କର ଜମା ସଂଗ୍ରହ ଅଭିବୃଦ୍ଧି କ୍ଷେତ୍ରରେ ୧୫.୬୬% ହାରରେ ବ୍ୟାଙ୍କ ନିଜର ଶ୍ରେଷ୍ଠ ସ୍ଥାନ ବଜାୟ ରଖିଛି। ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରୁ ବିଓଏମକୁ ମିଶାଇ କେବଳ ୪ଟି ବ୍ୟାଙ୍କ ୨ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିପାରିଛନ୍ତି। ଏପରିକି ବ୍ୟାଙ୍କର ଚଳନ୍ତି ଖାତା ଏବଂ ସଞ୍ଚୟ ଖାତା (କାସା) ଜମା କ୍ଷେତ୍ରରେ ୫୨.୭୩% ଅଭିବୃଦ୍ଧି ହାର ହାସଲ କରି ଶୀର୍ଷ ସ୍ଥାନରେ ପହଞ୍ଚତ୍ଛି,ଋଣ ଅଭିବୃଦ୍ଧି କ୍ଷେତ୍ରରେ ୧୬.୩୦% ଅଭିବୃଦ୍ଧି ଘଟିଛି। ସେହିପରି ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟାଙ୍କର ଗ୍ରସ ଏନ୍ପିଏ ଓ ନେଟ୍ ଏନ୍ପିଏ ଯଥାକ୍ରମେ ୧.୮୮% ଏବଂ ୦.୨%କୁ ହ୍ରାସ ପାଇଛି। ବ୍ୟାଙ୍କର ପୁଞ୍ଜି ସ୍ବଚ୍ଛଳତା ହାର ୧୭.୩୮% ଅଭିବୃଦ୍ଧି ହାର ହାସଲ କରି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛି।
୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ
ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...
World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…
ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...
ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା
ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...
କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…
ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...
ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା
ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...
ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…
ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...
ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି
ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...
ବାଇକ୍ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର
ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...
Archives


