Categories: ଜାତୀୟ

ଶପଥ ନେଲେ ବୋମାଇ…

ବେଙ୍ଗାଲୁରୁ,୨୮।୭: କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବାସବରାଜ ବୋମାଇ ବୁଧବାର ପୂର୍ବାହ୍ନ ୧୧ଟାରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳଥାଓ୍ବାର ଚାନ୍ଦ ଗେହଲଟ୍‌ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ପରେ କରାଯିବ ବୋଲି କୁହାଯାଉଛି। ରାଜ୍ୟର ୨୩ ତମ ମୁଖ୍ୟମନ୍ତ୍ରୀ ଭାବେ ଶାସନ ଡୋର ଧରିଥିବା ବାସବରାଜ ବୋମାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଏସ୍‌. ଆର. ବୋମାଇଙ୍କ ପୁଅ। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପାଙ୍କ କ୍ୟାବିନେଟରେ ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ୟେଦୁରପ୍ପାଙ୍କ ନିକଟତମ ଥିବା ବୋମାଇ ନିଜର ରାଜନୈତିକ ଜୀବନ ଜନତାଦଳରୁ ଆରମ୍ଭ କରିଥିଲେ। ପରେ ସେ ଭାଜପାରେ ଯୋଗଦେଥିଲେ।

Share