ଆକାଶରୁ ବୋମା ବର୍ଷା, ୫୭୨ ତାଲିବାନ୍‌ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା..

କାବୁଲ,୮।୮: ଆଫଗାନିସ୍ତାନର କାନ୍ଧାହାର ଏବେ ଯୁଦ୍ଧକ୍ଷେତ୍ର ପାଲଟିଛି। ତାଲିବାନ ଆତଙ୍କବାଦୀ ଏବଂ ସରକାରୀ ସୈନ୍ୟ ବାହିନୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଛି। ଆଫଗାନିସ୍ତାନ ସୈନ୍ୟ ବାହିନୀର ସହାୟତା କରିଛି ଆମେରିକାର ବାୟୁସେନା। ସ୍ଥାନୀୟ ଶେବର୍ନ ସହରରେ ଆମେରିକା ବାୟୁସେନା ପକ୍ଷରୁ ଆକାଶରୁ ବୋମା ବର୍ଷା କରାଯାଇଛି। ଏଥିରେ ୫୭୨ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ୩୦୯ ଜଣ ଆତଙ୍କବାଦୀ ଆହତ ହୋଇଥିବା ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀ ଫୱାଦ ଅମାନ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟାରେ ମଧ୍ୟରେ ଶେନବର୍ନ ସହରର ଜାଓ୍ବଜାନ ଅଞ୍ଚଳରେ ଆମେରିକାର ବି-୫୨ ବୋମାବର୍ଷୀ ବିମାନ ଦ୍ୱାରା ତାଲିବାନ ଶିବିରକୁ ଧ୍ୱଂସ କରାଯାଇଛି। ସନ୍ଧ୍ୟା ୬ଟା ୩୦ରେ ବୋମା ବର୍ଷା ଆରମ୍ଭ ହୋଇଥିବା ଫଓ୍ବାଦ କହିଛନ୍ତି।
ଆମେରିକାର ବାୟୁସେନା ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ତାଲିବାନର ବହୁ କ୍ଷତି ହୋଇଛି। ନାଙ୍ଗରହାର, ଲଗମାନ, ଘଜନୀ, ପାକ୍ତିଆ, ପାକ୍ତିିକା, କାନ୍ଧାହାର, ଉରୁଜଗାନ, ହେରାତ, ଫରାହ, ଜୋଜଜାନ, ସର-ଇ-ପୋଲ, ଫରୟାବ, ହେଲମାଣ୍ଡ, ନିମରୁଜ୍‌, ତଖର, କୁନ୍ଦୁଜ ଆଦି ଅଞ୍ଚଳରେ ଥିବା ତାଲିବାନ ଶିବିର ଉପରେ ପ୍ରଚଣ୍ଡ ବୋମା ମାଡ଼ ହୋଇଛି।
ଏହି ଆକ୍ରମଣ ପୂର୍ବରୁ ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଘଜନୀ ସହରର ଉପକଣ୍ଠରୁ ଆଫଗାନିସ୍ତାନ କମାଣ୍ଡୋମାନେ ଗିରଫ କରିଥିଲେ। ପାକିସ୍ତାନୀ ଆତଙ୍କବାଦୀ ଜଣକ ସାଧାରଣ ନାଗରିକଙ୍କୁ ହତ୍ୟା ଭଳି କାର୍ଯ୍ୟକଳାପରେ ଜଡିତ ଥିବା କୁହାଯାଉଛି।

Share