ଯୁଦ୍ଧ ଭାଙ୍ଗି ପାରିନି ୟୁକ୍ରେନବାସୀଙ୍କ ମନୋବଳ

କ୍ୱିଭ,୧୩ ।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ୧୭ ଦିନ ପୂରଣ କରି ସାରିଛି । ଏହାରି ଭିତରେ ୟୁକ୍ରେନର ସ୍ଥିତି ଅତି ଭୟଙ୍କର ହୋଇଯାଇଛି । ଏହାରି ଭିତରେ ବି ବଞ୍ଚି ରହିଥିବା ଲୋକେ ଜୀବନ ପାଇଁ ସଂଘର୍ଷ ଜାରି ରଖିଛନ୍ତି । ସେମିତି ଜଣେ ଯୁବତୀ ହେଉଛନ୍ତି ୨୫ ବର୍ଷୀୟା ଏଞ୍ଜେଲା କାଲିସନିକ । ସେ ମାୟକୋଲେବ ସହରରେ ଗୋଲାପ ଓ ଟ୍ୟୁଲିପ ଫୁଲ ବିକ୍ରି କରୁଛନ୍ତି । ସେ କୁହନ୍ତି ୟୁକ୍ରେନର ସବୁଠି ବୋମାମାଡର ଶବ୍ଦ ଶୁଭୁଛି ସତ ହେଲେ ଏହି ଶବ୍ଦ କେବେ ଫୁଲର ବାସ୍ନାକୁ ଛଡାଇ ନେଇ ପାରିବ ନାହିଁ ।
ଏଞ୍ଜେଲା କହିଛନ୍ତି ୨୪ ଫେବୃୟାରୀରେ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ସପ୍ତାହକ ପାଇଁ ସେ ତାଙ୍କ ଫୁଲ ଦୋକାନ ବନ୍ଦ କରି ଦେଇଥିଲେ । ହେଲେ ସପ୍ତାହେ ପରେ ସେ ପୁଣିଥରେ ଦୋକାନ ଖୋଲିବାକୁ ସ୍ଥିର କରିଥିଲେ । ତାଙ୍କୁ ଜଣା ନ ଥିଲା କି ଯୁଦ୍ଧରେ ତାଙ୍କ ସହର ସୁନଶାନ ହୋଇଯିବ । ସେ କହିଛନ୍ତି ଯୁଦ୍ଧ ହେଉଛି ଯୁଦ୍ଧ । ହେଲେ ଲୋକେ ଏଭଳି ସ୍ଥିତିରେ ବି ବଞ୍ଚିବା ଜାରି ରଖିଛନ୍ତି । କେତେଜଣ ସେନା ମହିଳା ଦିବସରେ ତାଙ୍କ ପ୍ରେମୀକାଙ୍କ ପାଇଁ ଫୁଲ କିଣିଥିବା ସେ କହିଛନ୍ତି ।
ବ୍ଲାକ ସି କୂଳରୁ ପାଖାପାଖି ୧୩୦ କିଲୋମିଟର ଦୂରରେ ରହୁଥିବା ଏଞ୍ଜେଲା କୁହନ୍ତୁ ପ୍ରବଳ ଥଣ୍ଡାରେ ଆମ ଅଞ୍ଚଳରେ ଫୁଲ ଫୁଟିବା ବନ୍ଦ ହୋଇନାହିଁ । ଆଉ ଏହି ଫୁଲକୁ ଆମେ ଫୋପାଡିବାକୁ ଚାହୁଁନା । ଲୋକେ ଆବଶ୍ୟକ ପଡିଲେ ଘରୁ ବାହାରକୁ ବାହାରୁଛନ୍ତି । ହେଲେ ଏବେବି ଏଞ୍ଜେଲାଙ୍କ ଦୋକାନରେ ରଙ୍ଗ ବେରଙ୍ଗର ଫୁଲ ତୋଡା ଦେଖିବାକୁ ମିିଳିଛି । ତାଙ୍କର ଦୃଢ ମନୋବଳ ଆଗରେ ହାର ମାନିଛି ଯୁଦ୍ଧର ବୋମାମାଡ ଶବ୍ଦ ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri