ପୂର୍ବ ଶତ୍ରୁତାରୁ ବୋମାମାଡ଼: ଜଣେ ମୃତ

ବାଙ୍କୀ,୨୪।୮(ଡି.ଏନ୍‌.ଏ.): କଟକ ଜିଲା ବାଙ୍କୀ ବ୍ଲକ ଅନ୍ତର୍ଗତ ଘୋଲପୁର ଆନନ୍ଦ ପାଟଣା ସାହିରେ ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ ହୋଇଛି। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ହେଲେ ଉକ୍ତ ଗ୍ରାମର ଗୋବିନ୍ଦ ବେହେରା।
ସୂଚନାଯୋଗ୍ୟ, ଗୋବିନ୍ଦ ବାଇକ୍‌ ଯୋଗେ ବାହାରକୁ ଯାଉଥିବା ବେଳେ ଦୋଳମଣ୍ଡପ ନିକଟରେ କେତେକ ଦୁର୍ବୃତ୍ତ ବୋମା ମାଡ଼ କରିଥିଲେ। ପରେ ଗୋବିନ୍ଦ ତଳେ ପଡ଼ିଯିବାରୁ ପଥରରେ ଛେଚି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୂର୍ବରୁ ସାହି ଲୋକଙ୍କ ସହ ତାଙ୍କର ଗଣ୍ଡଗୋଳ ହୋଇଥିଲା। ଏହି ଘଟଣାକୁ ନେଇ ଏଭଳି କାଣ୍ଡ ଘଟିଥିବା ପରିବାର ହୋକେ କହିଛନ୍ତି। ଘଟଣାସ୍ଥଳରେ ସୁବର୍ଣ୍ଣପୁର ଫାଣ୍ଡି ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଦୁଇଟି ଜୀବନ୍ତ ବୋମା ଓ ବାଇକ୍‌ ଜବତ କରିଛି। ତଦନ୍ତ ଜାରି ରଖିଥିବା ପୋଲିସ କହିଛି।