ବଚସାକୁ ନେଇ ଯବାନଙ୍କ ଘରେ ବୋମାମାଡ଼

ଖୋର୍ଦ୍ଧା ଅଫିସ,୨୫ା୧୨: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ମଳିପଡ଼ା ଗ୍ରାମର ଜଣେ ଯବାନଙ୍କ ଘରେ ଶୁକ୍ରବାର ରାତିରେ ବୋମାମାଡ଼ ହୋଇଛି। ସାମାନ୍ୟ ବଚସାକୁ ନେଇ ୧୦ଜଣ ଯୁବକ ଯବାନ ଭାଗୀରଥି ପାହାଡସିଂଙ୍କ ଘରେ ବୋମାମାଡ଼ କରିବା ସହ ଆସବାବପତ୍ର ନଷ୍ଟ କରିଦେଇଛନ୍ତି। ଏପରି କି ଯୁବକମାନେ ଭାଗୀରଥି ଓ ତାଙ୍କ ବାପା ମଦନମୋହନଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଚିକିତ୍ସା ପାଇଁ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଦିନରେ ଏକ ଭୋଜି ବେଳେ ହୋଇଥିବା ବଚସାକୁ ନେଇ ଏହି ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏନେଇ ଭାଗୀରଥିଙ୍କ ଅଭିଯୋଗକ୍ରମେ ଶନିବାର ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।

ଅଭିଯୋଗ ମୁତାବକ, ଭାଗୀରଥି ବିଏସ୍‌ଏଫ୍‌ ଯବାନ ଭାବେ କଶ୍ମୀରଠାରେ କାର୍ଯ୍ୟରତ ଅଛନ୍ତି। ଗତ ୧୪ତାରିଖରେ ସେ ଛୁଟିରେ ଘରକୁ ଆସିଥିଲେ। ଶୁକ୍ରବାର ସକାଳେ ମଳିପଡାସ୍ଥିତ ଭଗବତୀ ମନ୍ଦିର ପରିସରରେ ଭାଗୀରଥି ସମସ୍ତ ସାଙ୍ଗସାଥିଙ୍କୁ ନେଇ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ସେଠାରେ ଅନ୍ୟ ଏକ ଗୋଷ୍ଠୀର ପ୍ରାୟ ୨୫ଜଣ ଭୋଜି କରୁଥିଲେ। ଦୁର୍ଗାପୁର, ତିରିମଲ୍ଲ, ଦଲକ, ପଲ୍ଲା, ଦଳେଇପୁଟ ଏବଂ ଅନ୍ୟ ଗ୍ରାମର ଯୁବକମାନେ ରହିଥିଲେ। ଖାଇବା ସମୟରେ ଯୁବକମାନେ ହୋହଲ୍ଲା କରିଥିଲେ। ଏହାର ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ଓ ମୁହଁାମୁହିଁ ହୋଇଥିଲେ। ଏପରି କି ଘଟଣା ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀ, ସରପଞ୍ଚଙ୍କ ଉପସ୍ଥିତିରେ ସମାଧାନ କରିବାକୁ ମଧ୍ୟ କହିଥିଲେ। ପରେ ଭୋଜି ସାରି ସମସ୍ତେ ଘରକୁ ଫେରିଥିଲେ। ତେବେ ରାତି ପ୍ରାୟ ୮ଟାରେ ମନ୍ଦିରରେ ବଚସା ହୋଇଥିବା ଯୁବକମାନଙ୍କ ମଧ୍ୟରୁ ୧୦ଜଣ ଖଣ୍ଡା, ଲୁହାରଡ, ମାରଣାସ୍ତ୍ର ଧରି ଭାଗୀରଥିଙ୍କ ଘର କବାଟକୁ ଗୋଇଠା ମାରି ଭାଙ୍ଗି ଭିତରକୁ ପଶିଥିଲେ। ଏହାପରେ ଯୁବକମାନେ ଭାଗୀରଥିଙ୍କୁ ଧକ୍କା ମାରିବା ସହ ଖଣ୍ଡାରେ ଆକ୍ରମଣ କରିଥିଲେ। ମଦନମୋହନ ପ୍ରତିବାଦ କରିବାରୁ ଯୁବକମାନେ ମଧ୍ୟ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଏପରିକି ଯୁବକମାନେ ଘରର ସମସ୍ତ ଆସବାବପତ୍ର ନଷ୍ଟ କରିବା ସହ ଝରକା, କବାଟକୁ ମାରଣାସ୍ତ୍ରରେ ହାଣିଥିଲେ। ବାଇକ୍‌କୁ ଖଣ୍ଡାରେ ହାଣିବା ସହ ଏୟାରକୁଲର, ଫ୍ୟାନ, ଚେୟାର ନଷ୍ଟ କରିଦେଇଥିଲେ। ଏହାପରେ ଯୁବକମାନେ ଘର ଭିତରେ ଗୋଟିଏ ଏବଂ ବାହାରେ ୩ଟି ବୋମା ମାଡ଼ କରି ପଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ସ୍କୁଲରେ ରୋଷେଇ ବେଳେ ଅଘଟଣ: ଗରମ ଡାଲି ପଡ଼ି ୨ ରୋଷେୟା ଆହତ

ପରଜଙ୍ଗ, ୮।୪(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସି ହାଇସ୍କୁଲରେ ବୁଧବାର ଛାତ୍ରୀଛାତ୍ରଙ୍କ ପାଇଁ ଭୋଜନ ରୋଷେଇ ହେଉଥିବାବେଳେ ଅଘଟଣ। ଗରମ ଡାଲି ପଡ଼ି…

କୁଆପଥର ମାଡରେ ଭାଙ୍ଗିଲା ୫୦ରୁ ଅଧିକ ଘର: ଦେଖାଯାଉଛି ଆକାଶ ତାରା 

ଗୋପବନ୍ଧୁ ନଗର ୭।୪(ଶାନ୍ତନୁ କୁମାର ମଢୁଆଳ): କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସାଙ୍ଗକୁ କୁଆପଥର ମାଡ ହେବା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗୋପବନ୍ଧୁ ନଗର ବ୍ଲକ…

ଘର ଛାଡ଼ି ପଳାଇଥିଲେ ଅରକ୍ଷିତ: ଆଜି ମିଳିଲା…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମରଶରୀର ମୁଜାଗଡ ଗ୍ରାମ ପୋଖରୀରୁ ଉଦ୍ଧାର କରିଛି। ସେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ମରାମତି ଦାବିରେ ଗ୍ରାମବାସୀଙ୍କ ଧାରଣା

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି ପାଇଁ…

ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri