ପେଟ୍ରୋଲ ପମ୍ପ୍‌ରେ ବୋମାମାଡ଼: ଦୁର୍ବୃତ୍ତ ଫେରାର

ନୟାଗଡ଼ ଅଫିସ, ୧୫।୧: ସାମାନ୍ୟ ବଚସାରୁ ବିବାଦ। ପରେ ଉତ୍ତେଜିତ ହୋଇ ଦୁର୍ବୃତ୍ତ ଗୁରୁବାର ବିଳମ୍ବିତ ରାତିରେ ନୟାଗଡ ଜିଲା ଖଣ୍ଡପଡା ଥାନା ସିଙ୍ଗାପଡା ଥାନା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ଉପରକୁ ବୋମାବାଡ଼ କରିଛନ୍ତି। ଏଥିରେ ପେଟ୍ରୋଲ ପମ୍ପର ମାପ ଓଜନ ମେଶିନ ଜଳିଯାଇଥିବା ବେଳେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ଘଟଣା ଜଣାପଡ଼ିବା ପରେ ପେଟ୍ରୋଲ ପମ୍ପ କର୍ମଚାରୀ ଏବଂ ଖଣ୍ଡପଣ୍ଡା ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ କରିଛନ୍ତି। ନିଆଁ ଲଗାଇଥିବା ଯୁବକଜଣଙ୍କ ଗଡ଼ିଆ ସାହି ପଞ୍ଚାୟତ ପଥରଖଣ୍ଡ ଗାଁର ଝରିଆ ମାଝୀଙ୍କ ପୁଅ ବାନାମ୍ବର ମାଝୀ(୨୧) ବୋଲି ଜଣାପଡ଼ିଛି। ଖଣ୍ଡପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ବାନାମ୍ବରଙ୍କୁ କାବୁ କରିବାକୁ ବିଭିନ୍ନ ସ୍ଥାନ ତଲାସି ଚଳାଇଛି ।
ପ୍ରକାଶ ଯେ, ବାନାମ୍ବର ପେଟ୍ରୋଲ ପମ୍ପରେ ଏକ ବୋତଲରେ ପେଟ୍ରୋଲ ମାଗିଥିଲା । ତେବେ ଓଜନ ମାପକୁ ନେଇ ପେଟ୍ରୋଲ ପମ୍ପ କର୍ମଚାରୀ ଏବଂ ତାଙ୍କ ମଧ୍ୟରେ ବଚସା ହୋଇଥିଲା । ତେଣୁ ରାତିରେ ବମ୍‌ ପକାଇ ନିଆଁ ଲଗାଇ ଦେଇଥିବା ପେଟ୍ରୋଲ ପମ୍ପ୍‌ ମ୍ୟାନେଜର କହିଛନ୍ତି।