Posted inଜାତୀୟ

ଲଗାତର ବୋମା ଧମକ: ଆଉ ୫ ସ୍କୁଲ, ୭୯ ବିମାନକୁ ବିସ୍ଫୋରଣରେ ଉଡ଼ାଇବାକୁ ହୋକ୍ସ କଲ୍‌

ନୂଆଦିଲ୍ଲୀ/ବେଙ୍ଗାଲୁରୁ,୨୩ା୧୦:ସପ୍ତାହେ ମଧ୍ୟରେ ଭାରତୀୟ ଏୟାରଲାଇନ୍ସର ୧୬୦ରୁ ଊର୍ଦ୍ଧ୍ୱ ବିମାନକୁ ବୋମା ଧମକ ମିିଳିବା ସରକାରଙ୍କୁ ଚିନ୍ତାରେ ପକାଇଥିବାବେଳେ ଏବେ ବିଭିନ୍ନ ସ୍କୁଲକୁ ଉଡ଼ାଇଦେବା ପାଇଁ ଇ-ମେଲ୍‌ ଯୋଗେ ଧମକ ଆସିବାରେ ଲାଗିଛି। ଦିଲ୍ଲୀ ଏବଂ ହାଇଦ୍ରାବାଦର ୩ଟି ସିଆର୍‌ପିଏଫ୍‌ ସ୍କୁଲ ଏବଂ ଅନ୍ୟ ସହରରେ ଉକ୍ତ ଅର୍ଦ୍ଧସାମରିକ ବାହିନୀ କାର୍ଯ୍ୟାଳୟ ପରିସରରେ ଥିବା ୨ଟି କେନ୍ଦ୍ରୀୟ ବିଦ୍ୟାଳୟକୁ ସୋମବାର ରାତିରେ ଏଭଳି ଧମକ ମିଳିଥିଲା। ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ସ୍କୁଲ୍‌ ପରିସରରେ ଆଇଇଡି ବିସ୍ଫୋରଣ ହେବ ବୋଲି ସେଥିରେ କୁହାଯାଇଥିଲା। ତେବେ ଯାଞ୍ଚ ପରେ ସେଗୁଡ଼ିକ ମିଥ୍ୟା ବାର୍ତ୍ତା ଥିବା ଜଣାପଡ଼ିଛି। ଆଣ୍ଟି-ସାବୋଟେଜ୍‌ ଟିମ୍‌ ସ୍କୁଲଗୁଡ଼ିକୁ ଯାଞ୍ଚ କରିଥିଲେ ମଧ୍ୟ ସେଠାରେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳି ନ ଥିଲା। ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ ଚଳାଇଛି।

ରବିବାର ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଥିବା ଅନ୍ୟ ଏକ ସିଆର୍‌ପିଏଫ୍‌ ସ୍କୁଲ୍‌ ନିକଟରେ ବିସ୍ଫୋରଣ ଘଟିବାରୁ ସ୍କୁଲ ପାଚେରି କ୍ଷତିଗ୍ରସ୍ତ ହେବା ସହ ସେଠାରେ ଥିବା କେତେକ କାର୍‌ ଭାଙ୍ଗିରୁଜି ଯାଇଥିଲା। ଜଷ୍ଟିସ୍‌ ଲିଗ୍‌ ଅଫ୍‌ ଇଣ୍ଡିଆ ନାମକ ଏକ ଚ୍ୟାନେଲ ଉକ୍ତ ବିସ୍ଫୋରଣର ଭିଡିଓ ସୋସିଆଲ ମିଡିଆ ଆପ୍ଲିକେଶନ ଟେଲିଗ୍ରାମରେ ପୋଷ୍ଟ କରି ସେଥିରେ ‘ଖଲିସ୍ତାନ ଜିନ୍ଦାବାଦ’ର ଓ୍ବାଟର ମାର୍କ ଥାଇ ଧମକପୂର୍ଣ୍ଣ ବାର୍ତ୍ତା ଛାଡ଼ିଥିବାରୁ ବିସ୍ଫୋରଣ ପଛରେ ଖଲିସ୍ତାନୀ ଗୋଷ୍ଠୀର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ମଙ୍ଗଳବାର ଦିଲ୍ଲୀର ରୋହିଣୀ ଏବଂ ଦ୍ୱାରକା ଅଞ୍ଚଳ ଏବଂ ତେଲଙ୍ଗାନାର ହାଇଦ୍ରାବାଦରେ ଥିବା ସିଆର୍‌ପିଏଫ୍‌ ସ୍କୁଲକୁ ଧମକପୂର୍ଣ୍ଣ ବାର୍ତ୍ତା ଆସିଥିଲା। ସେହିପରି ହରିୟାଣାର ପଞ୍ଚକୁଲା ଏବଂ ଉତ୍ତରପ୍ରଦେଶର ରାମପୁରରେ ପାରାମିଲିଟାରି ଫୋର୍ସ କାର୍ଯ୍ୟାଳୟ ପରିସରରେ ଥିବା ୨ କେନ୍ଦ୍ରୀୟ ବିଦ୍ୟାଳୟକୁ ଅନୁରୂପ ଧମକପୂର୍ଣ୍ଣ ବାର୍ତ୍ତା ମିଳିଥିଲା। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ବୋମା ଧମକ ଘଟଣାର ତଦନ୍ତ ଚଳାଇଥିବାବେଳେ ବାର୍ତ୍ତା ପଠାଇଥିବା ବ୍ୟକ୍ତିଙ୍କ ପରିଚୟ ଏବଂ ଅନ୍ୟାନ୍ୟ ବିବରଣୀ ପ୍ରଦାନ ପାଇଁ ଇମେଲ୍‌ ସେବା ପ୍ରଦାନକାରୀ ସଂସ୍ଥାକୁ ପତ୍ର ଲେଖାଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ରବିବାରର ବିସ୍ଫୋରଣ ଘଟଣାରେ ଖଲିସ୍ତାନୀ ସମର୍ଥକଙ୍କ ଭୂମିକା ଉପରେ ମଧ୍ୟ ତଦନ୍ତ ଚାଲିଛି। ଧମକପୂର୍ଣ୍ଣ ବାର୍ତ୍ତାରେ ତାମିଲନାଡୁର ରାଜନୀତି ଏବଂ ବହିଷ୍କୃତ ଡିଏମ୍‌କେ ନେତା ଜାଫର ସାଦିକ୍‌ଙ୍କ ସମ୍ପର୍କରେ ଉଲ୍ଲେଖ ଥିଲା।
ଭାରତୀୟ ଏୟାରଲାଇନ୍ସର ବିମାନଗୁଡ଼ିକୁ ବୋମାରେ ଉଡ଼ାଇଦେବା ପାଇଁ ଧମକପୂର୍ଣ୍ଣ ବାର୍ତ୍ତା ବନ୍ଦ ହେବାର ନାଁ ନେଉନାହିଁ। ସୋମବାର ରାତିଠାରୁ ମଙ୍ଗଳବାର ମଧ୍ୟରେ ଏଭଳି ଅନୂ୍ୟନ ୭୯ ଧମକ ମିଳିଲାଣି। ଏହାକୁ ମିଶାଇ ସପ୍ତାହେ ମଧ୍ୟରେ ଧମକପୂର୍ଣ୍ଣ ବାର୍ତ୍ତା ସଂଖ୍ୟା ୧୬୯ରେ ପହଞ୍ଚତ୍ଛି। ବିଶେଷକରି ଅନ୍ତର୍ଜାତୀୟ ରୁଟ୍‌ରେ ଯିବାକୁ ଥିବା ବିମାନଗୁଡ଼ିକୁ ଏଭଳି ଧମକ ମିଳୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଇଣ୍ଡିଗୋର ୨୩, ଭିସ୍ତାରାର ୨୧, ଆକାଶର ୧୨ ଏବଂ ଏୟାର ଇଣ୍ଡିଆର ୨୩ ବିମାନକୁ ଏଭଳି ଧମକପୂର୍ଣ୍ଣ କଲ୍‌ ଆସିଛି। ତେବେ ସେଗୁଡ଼ିକ ହୋକ୍ସ କଲ୍‌ ବା ମିଥ୍ୟା ଧମକ ଥିବା ତଦନ୍ତରୁ ଜଣାପଡ଼ିଛି। ବିଶେଷକରି ଜେଦ୍ଦା, ଇସ୍ତାନବୁଲ୍‌ ଏବଂ ରିୟାଧ ଭଳି ସ୍ଥାନକୁ ଯିବାକୁ ଥିବା ବିମାନଗୁଡ଼ିକୁ ଟାର୍ଗେଟ କରାଯାଉଛି। ବୋମା ଧମକ ଯୋଗୁ ଯାତ୍ରୀମାନେ ହଇରାଣ ହେବା ସହ ଏୟାରଲାଇନ୍ସଗୁଡ଼ିକୁ ବିପୁଳ କ୍ଷତି ସହିବାକୁ ପଡ଼ୁଛି। ଧମକପୂର୍ଣ୍ଣ ବାର୍ତ୍ତା ପଠାଉଥିବା ବ୍ୟକ୍ତିମାନଙ୍କୁ ନୋ-ଫ୍ଲାଇଂ ତାଲିକାରେ ରଖାଯିବା ସହ ଏହାକୁ ଧର୍ତ୍ତବ୍ୟ ଅପରାଧ ବିବେଚନା କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁଙ୍କ କହିବା ସତ୍ତ୍ୱେ ଧମକପୂର୍ଣ୍ଣ ବାର୍ତ୍ତା ଆସିବା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri