Posted inଜାତୀୟ

ଲଗାତର ବୋମା ଧମକ: ଆଉ ୫ ସ୍କୁଲ, ୭୯ ବିମାନକୁ ବିସ୍ଫୋରଣରେ ଉଡ଼ାଇବାକୁ ହୋକ୍ସ କଲ୍‌

ନୂଆଦିଲ୍ଲୀ/ବେଙ୍ଗାଲୁରୁ,୨୩ା୧୦:ସପ୍ତାହେ ମଧ୍ୟରେ ଭାରତୀୟ ଏୟାରଲାଇନ୍ସର ୧୬୦ରୁ ଊର୍ଦ୍ଧ୍ୱ ବିମାନକୁ ବୋମା ଧମକ ମିିଳିବା ସରକାରଙ୍କୁ ଚିନ୍ତାରେ ପକାଇଥିବାବେଳେ ଏବେ ବିଭିନ୍ନ ସ୍କୁଲକୁ ଉଡ଼ାଇଦେବା ପାଇଁ ଇ-ମେଲ୍‌ ଯୋଗେ ଧମକ ଆସିବାରେ ଲାଗିଛି। ଦିଲ୍ଲୀ ଏବଂ ହାଇଦ୍ରାବାଦର ୩ଟି ସିଆର୍‌ପିଏଫ୍‌ ସ୍କୁଲ ଏବଂ ଅନ୍ୟ ସହରରେ ଉକ୍ତ ଅର୍ଦ୍ଧସାମରିକ ବାହିନୀ କାର୍ଯ୍ୟାଳୟ ପରିସରରେ ଥିବା ୨ଟି କେନ୍ଦ୍ରୀୟ ବିଦ୍ୟାଳୟକୁ ସୋମବାର ରାତିରେ ଏଭଳି ଧମକ ମିଳିଥିଲା। ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ସ୍କୁଲ୍‌ ପରିସରରେ ଆଇଇଡି ବିସ୍ଫୋରଣ ହେବ ବୋଲି ସେଥିରେ କୁହାଯାଇଥିଲା। ତେବେ ଯାଞ୍ଚ ପରେ ସେଗୁଡ଼ିକ ମିଥ୍ୟା ବାର୍ତ୍ତା ଥିବା ଜଣାପଡ଼ିଛି। ଆଣ୍ଟି-ସାବୋଟେଜ୍‌ ଟିମ୍‌ ସ୍କୁଲଗୁଡ଼ିକୁ ଯାଞ୍ଚ କରିଥିଲେ ମଧ୍ୟ ସେଠାରେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳି ନ ଥିଲା। ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ ଚଳାଇଛି।

ରବିବାର ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଥିବା ଅନ୍ୟ ଏକ ସିଆର୍‌ପିଏଫ୍‌ ସ୍କୁଲ୍‌ ନିକଟରେ ବିସ୍ଫୋରଣ ଘଟିବାରୁ ସ୍କୁଲ ପାଚେରି କ୍ଷତିଗ୍ରସ୍ତ ହେବା ସହ ସେଠାରେ ଥିବା କେତେକ କାର୍‌ ଭାଙ୍ଗିରୁଜି ଯାଇଥିଲା। ଜଷ୍ଟିସ୍‌ ଲିଗ୍‌ ଅଫ୍‌ ଇଣ୍ଡିଆ ନାମକ ଏକ ଚ୍ୟାନେଲ ଉକ୍ତ ବିସ୍ଫୋରଣର ଭିଡିଓ ସୋସିଆଲ ମିଡିଆ ଆପ୍ଲିକେଶନ ଟେଲିଗ୍ରାମରେ ପୋଷ୍ଟ କରି ସେଥିରେ ‘ଖଲିସ୍ତାନ ଜିନ୍ଦାବାଦ’ର ଓ୍ବାଟର ମାର୍କ ଥାଇ ଧମକପୂର୍ଣ୍ଣ ବାର୍ତ୍ତା ଛାଡ଼ିଥିବାରୁ ବିସ୍ଫୋରଣ ପଛରେ ଖଲିସ୍ତାନୀ ଗୋଷ୍ଠୀର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ମଙ୍ଗଳବାର ଦିଲ୍ଲୀର ରୋହିଣୀ ଏବଂ ଦ୍ୱାରକା ଅଞ୍ଚଳ ଏବଂ ତେଲଙ୍ଗାନାର ହାଇଦ୍ରାବାଦରେ ଥିବା ସିଆର୍‌ପିଏଫ୍‌ ସ୍କୁଲକୁ ଧମକପୂର୍ଣ୍ଣ ବାର୍ତ୍ତା ଆସିଥିଲା। ସେହିପରି ହରିୟାଣାର ପଞ୍ଚକୁଲା ଏବଂ ଉତ୍ତରପ୍ରଦେଶର ରାମପୁରରେ ପାରାମିଲିଟାରି ଫୋର୍ସ କାର୍ଯ୍ୟାଳୟ ପରିସରରେ ଥିବା ୨ କେନ୍ଦ୍ରୀୟ ବିଦ୍ୟାଳୟକୁ ଅନୁରୂପ ଧମକପୂର୍ଣ୍ଣ ବାର୍ତ୍ତା ମିଳିଥିଲା। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ବୋମା ଧମକ ଘଟଣାର ତଦନ୍ତ ଚଳାଇଥିବାବେଳେ ବାର୍ତ୍ତା ପଠାଇଥିବା ବ୍ୟକ୍ତିଙ୍କ ପରିଚୟ ଏବଂ ଅନ୍ୟାନ୍ୟ ବିବରଣୀ ପ୍ରଦାନ ପାଇଁ ଇମେଲ୍‌ ସେବା ପ୍ରଦାନକାରୀ ସଂସ୍ଥାକୁ ପତ୍ର ଲେଖାଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ରବିବାରର ବିସ୍ଫୋରଣ ଘଟଣାରେ ଖଲିସ୍ତାନୀ ସମର୍ଥକଙ୍କ ଭୂମିକା ଉପରେ ମଧ୍ୟ ତଦନ୍ତ ଚାଲିଛି। ଧମକପୂର୍ଣ୍ଣ ବାର୍ତ୍ତାରେ ତାମିଲନାଡୁର ରାଜନୀତି ଏବଂ ବହିଷ୍କୃତ ଡିଏମ୍‌କେ ନେତା ଜାଫର ସାଦିକ୍‌ଙ୍କ ସମ୍ପର୍କରେ ଉଲ୍ଲେଖ ଥିଲା।
ଭାରତୀୟ ଏୟାରଲାଇନ୍ସର ବିମାନଗୁଡ଼ିକୁ ବୋମାରେ ଉଡ଼ାଇଦେବା ପାଇଁ ଧମକପୂର୍ଣ୍ଣ ବାର୍ତ୍ତା ବନ୍ଦ ହେବାର ନାଁ ନେଉନାହିଁ। ସୋମବାର ରାତିଠାରୁ ମଙ୍ଗଳବାର ମଧ୍ୟରେ ଏଭଳି ଅନୂ୍ୟନ ୭୯ ଧମକ ମିଳିଲାଣି। ଏହାକୁ ମିଶାଇ ସପ୍ତାହେ ମଧ୍ୟରେ ଧମକପୂର୍ଣ୍ଣ ବାର୍ତ୍ତା ସଂଖ୍ୟା ୧୬୯ରେ ପହଞ୍ଚତ୍ଛି। ବିଶେଷକରି ଅନ୍ତର୍ଜାତୀୟ ରୁଟ୍‌ରେ ଯିବାକୁ ଥିବା ବିମାନଗୁଡ଼ିକୁ ଏଭଳି ଧମକ ମିଳୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଇଣ୍ଡିଗୋର ୨୩, ଭିସ୍ତାରାର ୨୧, ଆକାଶର ୧୨ ଏବଂ ଏୟାର ଇଣ୍ଡିଆର ୨୩ ବିମାନକୁ ଏଭଳି ଧମକପୂର୍ଣ୍ଣ କଲ୍‌ ଆସିଛି। ତେବେ ସେଗୁଡ଼ିକ ହୋକ୍ସ କଲ୍‌ ବା ମିଥ୍ୟା ଧମକ ଥିବା ତଦନ୍ତରୁ ଜଣାପଡ଼ିଛି। ବିଶେଷକରି ଜେଦ୍ଦା, ଇସ୍ତାନବୁଲ୍‌ ଏବଂ ରିୟାଧ ଭଳି ସ୍ଥାନକୁ ଯିବାକୁ ଥିବା ବିମାନଗୁଡ଼ିକୁ ଟାର୍ଗେଟ କରାଯାଉଛି। ବୋମା ଧମକ ଯୋଗୁ ଯାତ୍ରୀମାନେ ହଇରାଣ ହେବା ସହ ଏୟାରଲାଇନ୍ସଗୁଡ଼ିକୁ ବିପୁଳ କ୍ଷତି ସହିବାକୁ ପଡ଼ୁଛି। ଧମକପୂର୍ଣ୍ଣ ବାର୍ତ୍ତା ପଠାଉଥିବା ବ୍ୟକ୍ତିମାନଙ୍କୁ ନୋ-ଫ୍ଲାଇଂ ତାଲିକାରେ ରଖାଯିବା ସହ ଏହାକୁ ଧର୍ତ୍ତବ୍ୟ ଅପରାଧ ବିବେଚନା କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁଙ୍କ କହିବା ସତ୍ତ୍ୱେ ଧମକପୂର୍ଣ୍ଣ ବାର୍ତ୍ତା ଆସିବା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?