ସମୁଦ୍ର ଗର୍ଭରେ ବୋମା ପରୀକ୍ଷଣ

ବେଜିଂ, ୨୭ା୧୦: ସୀମା ବିସ୍ତାର କରିବାକୁ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଚାଇନା ଏବେ ଅନ୍ୟଦେଶ ବନ୍ଦରକୁ ନଷ୍ଟ କରିବା ନିମନ୍ତେ କ୍ଷମତା ବୃଦ୍ଧି କରିଛି। ଚାଇନା ସୈନ୍ୟ ପିପୁଲ୍ସ ଲିବରେଶନ ଆର୍ମି(ପିଏଲ୍‌ଏ) ପ୍ରଥମ କରି ସମୁଦ୍ର ଭିତରେ ବୋମା ପରୀକ୍ଷଣ କରିଛି, ଯାହାକି ଉପକୂଳରୁ ପାଣି ଭିତରେ ନିର୍ମିତ ଢାଞ୍ଚାକୁ ନଷ୍ଟ କରିବାରେ ସକ୍ଷମ। ଏହି ପରୀକ୍ଷଣ ଦ୍ୱାରା ଚାଇନା ଅନେକ ଡାଟା ସଂଗ୍ରହ କରିଛି ଯାହାକୁ ଶତ୍ରୁର ବନ୍ଦର ଉପରେ ଆକ୍ରମଣ ତଥା ଭବିଷ୍ୟତରେ ହେବାକୁ ଥିବା ଯୁଦ୍ଧରେ ବ୍ୟବହାର କରିପାରିବ। ଏହାଦ୍ୱାରା ଶତ୍ରୁଦେଶର ଯୋଗାଣ ଶୃଙ୍ଖଳ ବା ସପ୍ଲାଇ ଲାଇନ୍‌ ସମ୍ପୂର୍ଣ୍ଣ ନଷ୍ଟ ହୋଇପାରେ ବୋଲି ସାମରିକ ବିଶେଷଜ୍ଞମାନେ ମତ ରଖିଛନ୍ତି।
ଅଧୀନରେ ପରିଚାଳିତ ନାଭାଲ ରିସର୍ଚ୍ଚ ଏକାଡେମୀ ଦ୍ୱାରା ଏକ ଅଜ୍ଞାତ ନୌସେନା ବନ୍ଦରରେ ଏହାର ପରୀକ୍ଷଣ ହୋଇଥିବା ଚାଇନା ସେଣ୍ଟ୍ରାଲ ଟେଲିଭିଜନ(ସିସିଟିଭି) ରିପୋର୍ଟ ପ୍ରକାଶ କରିଛି। ଏହି ଶକ୍ତିଶାଳୀ ବିସ୍ଫୋରଣ କୌଣସି ଘାଟି ବା ଓ୍ବାର୍ଫକୁ ସଫଳତାର ସହ ନଷ୍ଟ କରିବାରେ ସକ୍ଷମ। ପରୀକ୍ଷଣ ପାଇଁ ଓ୍ବାର୍ଫର ପ୍ରମୁଖ ଷ୍ଟ୍ରକଚରାଲ ପଏଣ୍ଟରେ ଅନେକ ସେନ୍ସର ଲଗାଯାଇଥିଲା। ବିସ୍ଫୋରଣବେଳେ ୧ ହଜାରରୁ ଅଧିକ ଡାଟା ସଂଗ୍ରହ ହୋଇଛି ଯାହା, କୌଣସି ଓ୍ବାର୍ଫକୁ ନଷ୍ଟ କରିବାରେ କେତେ ଦକ୍ଷ ତାହା ଆକଳନ କରାଯାଇଥିବା ସିସିଟିଭି ରିପୋର୍ଟରେ ଦର୍ଶାଯାଇଛି। ଅଣ୍ଡରଓ୍ବାଟର ବିସ୍ଫୋରଣ ଭଳି ଗୁପ୍ତ ଉପାୟ ବ୍ୟବହାର ଦ୍ୱାରା ଶତ୍ରୁର ଯୁଦ୍ଧ କ୍ଷମତା ହ୍ରାସ କରାଯାଇପାରିବ ବୋଲି ଏହି ପ୍ରୋଗ୍ରାମର ଉପନିର୍ଦ୍ଦେଶକ ଝାଓ ପେଙ୍ଗ୍‌ଡ୍ୟୁଓ କହିଛନ୍ତି। ଚାଇନାକୁ ଟାର୍ଗେଟ କରୁଥିବା ଆମେରିକାର ନୌସେନାକୁ ପରାସ୍ତ କରିବା ପାଇଁ ଏହି ଯୁଦ୍ଧକୌଶଳ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଗ୍ଲୋବାଲ ଟାଇମ୍ସ ଉଲ୍ଲେଖ କରିଛି। ଅନ୍ୟପକ୍ଷରେ ଆମେରିକା ଏହାର ବିମାନ ପରିବହନକାରୀ ଜାହାଜ ଏବଂ ଚାଇନା ନିକଟବର୍ତ୍ତୀ ବୃହତ୍‌ ସାମରିକ ପ୍ରତିଷ୍ଠାନ ଆକ୍ରମଣର ଶିକାର ହୋଇପାରେ ବୋଲି ହୃଦ୍‌ବୋଧ କରିଛି। ତେଣୁ ଚାଇନାର ଆକ୍ରମଣକୁ କଷ୍ଟସାଧ୍ୟ କରିବା ପାଇଁ ଆମେରିକା ଏହାର ସୈନ୍ୟବାହିନୀକୁ ପୃଥକ୍‌ ଭାବେ ଛୋଟ ଛୋଟ ସ୍ଥାନରେ ମୁତୟନ କରୁଛି।

ତାଓ୍ବାଙ୍ଗରେ ପିଏଲ୍‌ଏର କଡ଼ା ପାଟ୍ରୋଲିଂ

ତାଓ୍ବାଙ୍ଗ୍‌, ୨୬ା୧୦: ଗତ ବର୍ଷ ଲଦାଖ ସେକ୍ଟରରେ ଭାରତ ସହ ବିବାଦ ପରେ ଚାଇନାର ପିପୁଲ୍ସ ଲିବରେସନ୍‌ ଆର୍ମି (ପିଏଲ୍‌ଏ) ଅରୁଣାଚଳ ପ୍ରଦେଶର ସମ୍ବେଦନଶୀଳ ଅଞ୍ଚଳରେ ପାଟ୍ରୋଲିଂ ଜୋର୍‌ଦାର କରିଛି। ଏହା ସହିତ ଭାରତୀୟ ସୈନ୍ୟ ତଥା ସାମରିକ କାର୍ଯ୍ୟକଳାନ ଉପରେ ନଜର ରଖିବା ପାଇଁ ପିଏଲ୍‌ଏର ବରିଷ୍ଠ ଅଧିକାରୀମାନେ ବାରମ୍ବାର ଏଠାକୁ ଗସ୍ତ କରୁଛନ୍ତି। ତାଓ୍ବାଙ୍ଗ ସେକ୍ଟରରେ ପିଏଲ୍‌ଏ ଏହାର ଗତିବିଧି ବୃଦ୍ଧି କରିଛି। ପୂର୍ବ ବର୍ଷଗୁଡ଼ିକ ତୁଳନାରେ ୨୦୨୦ ଏବଂ ୨୦୨୧ରେ ପିଏଲ୍‌ଏର ବହୁ ଅଧିକାରୀ ଏହି ସେକ୍ଟର ଗସ୍ତ କରିବା ସହ ପାଟ୍ରୋଲିଂ ବୃଦ୍ଧି ପାଇଛି। ତାଓ୍ବାଙ୍ଗ୍‌ର ୩ଟି ସେକ୍ଟର ଲଙ୍ଗ୍ରୋଲା, ଜିମିଥାଙ୍ଗ୍‌ ଏବଂ ବୁମ୍‌ଲାରେ ଗତ ବର୍ଷଠାରୁ ଚାଇନାର ବହୁ ବରିଷ୍ଠ ଅଧିକାରୀ ପହଞ୍ଚିବା ସହ ଟ୍ରେନିଂ କାର୍ଯ୍ୟକ୍ରମ କରିଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ଜିମିଥାଙ୍ଗ୍‌ଠାରେ ସର୍ବାଧିକ ପାଟ୍ରୋଲିଂ ହୋଇଛି। ୨୦୧୯ରେ ପିଏଲ୍‌ଏ ଅଧିକାରୀମାନେ ୩୩ ଥର ସେଠାକୁ ଗସ୍ତ କରିଥିବାବେଳେ ୨୦୨୦ରେ ତାହା ୧୦୨କୁ ବୃଦ୍ଧି ପାଇଛି। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ୮୪ ଥର ଚାଇନା ଅଧିକାରୀ ସେଠାକୁ ଯାଇସାରିଲେଣି। ଲଙ୍ଗ୍ରୋଲାରେ ଏହି ଗସ୍ତ ସଂଖ୍ୟା ୨୦୧୮ ଓ ୨୦୧୯ରେ ଯଥାକ୍ରମେ ୨୧ ଏବଂ ୧୯ ଥିବାବେଳେ ୨୦୨୦ରେ ତାହା ୩୪ ରହିଛି। ଚଳିତ ସେପ୍ଟେମ୍ବର ସୁଦ୍ଧା ଲଙ୍ଗ୍ରୋଲକୁ ୨୦ ଏବଂ ବୁମ୍‌ଲାକୁ ମଧ୍ୟ ୨୦ ଥର ଆସିସାରିଲେଣି ପିଏଲ୍‌ଏ ଅଧିକାରୀ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri