କେନ୍ଦୁଝର ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼: ସହରରେ ଚାଞ୍ଚଲ୍ୟ

କେନ୍ଦୁଝର,୧୦।୧୦(ସ୍ବ.ପ୍ର):କେନ୍ଦୁଝର ଜିଲା ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରେ ରବିବାର ବୋମାମାଡ ହୋଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଟାଉନ ଥାନା ମଣ୍ଡୁଆ ନିକଟରେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ବୋମା ଫୋପାଡ଼ି ଫେରାର ହୋଇ ଯାଇଥିବା କୁହାଯାଉଛି। ଫଳରେ ତାଙ୍କ ଗାଡ଼ି ବନେଟ କ୍ଷତି ଗ୍ରସ୍ତ ହୋଇଥିବା ବେଳେ ବିଧାୟକ ବର୍ତ୍ତି ଯାଇଛନ୍ତି । ଖବର ପାଇ ପରେ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ କିଏ କାହିଁକି ବୋମା ମାରିଲା ଜଣା ପଡ଼ିବ ବୋଲି ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁ କହିଛନ୍ତି।