Categories: ଜାତୀୟ

ମାଲଦାରେ ବୋମା ବିସ୍ଫୋରଣ…

କୋଲକାତା,୧୭।୭ : ପଶ୍ଚିମବଙ୍ଗ ମାଲଦାରେ ବୋମା ବିସ୍ଫୋରଣ ଘଟିଛି। ସ୍ଥାନୀୟ ଗୋପାଳପୁରର ମାଣିକଚୌକରେ ରବିବାର ଏହା ଘଟିଛି। ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇ ନଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷାର୍କମୀଙ୍କୁ ମୁତୟନ କରାଯାଇଛି।

ଦେଶୀ ବୋମା ତିଆରି କରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ନାମ ଫରଜାନ ଏସ.କେ ଏବଂ ସଫିକୁଲ ଇସଲାମ ବୋଲି ଜଣାପଡିଛି।

ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଘଟଣା ରାତି ପ୍ରାୟ ୨ଟା ୩୦ ସମୟରେ ମାଣିକଚୌକ ପୋଲିସ ଷ୍ଟେଶନ ଅଞ୍ଚଳରେ ଘଟିଛି। ବିସ୍ଫୋରଣ ସମ୍ପର୍କରେ ସ୍ଥାନୀୟ ଲୋକ ସୂଚନା ଦେଇଥିଲେ। ପରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ତିନିଜଣ ଆହତଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ଦୁଇଜଣଙ୍କୁ ମୃତ ଘୋଷଣା କରାଯାଇଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଘଟଣାସ୍ଥଳରୁ ଦେଶୀ ବୋମା ତିଆରି ପାଇଁ କଞ୍ଚାମାଲ ଜବତ କରାଯାଇଛି। ପୋଲିସ ବର୍ତ୍ତମାନ ଅନୁସନ୍ଧାନ କରୁଛି ଯେ ଏତେ ପରିମାଣର ବିସ୍ଫୋରକ ସାମଗ୍ରୀ ଏଠାରେ କିପରି ପହଞ୍ଚିଲା ଏବଂ ଏହି ଲୋକଙ୍କ ଉଦ୍ଦେଶ୍ୟ କ’ଣ ଥିଲା? ପୋଲିସ ଅଧୀକ୍ଷକ ପ୍ରଦୀପ କୁମାର ଯାଦବ କହିଛନ୍ତି ଯେ ପରିସ୍ଥିତି ନିୟନ୍ତ୍ରଣରେ ଅଛି। ଏହି ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Share