Categories: ଜାତୀୟ

ଇନ୍ଦୋରରେ ବୋମା ବିସ୍ଫୋରଣ, ୨ ମୃତ-୧୫ରୁ ଅଧିକ ଆହତ…

ଭୋପାଳ, ୧୫।୮ : ମଧ୍ୟପ୍ରଦେଶର ଇନ୍ଦୋରରେ ଦୁଇ ଦଳ ମଧ୍ୟରେ ବିବାଦ ପରେ ବୋମା ବିସ୍ଫୋରଣ ଘଟିଛି। ସୂଚନାନୁସାରେ, ଏହି ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ଇନ୍ଦୋରର ବଡଗୌଣ୍ଡ ପୋଲିସ ଷ୍ଟେଶନ ଅଞ୍ଚଳର ବେରଛା ଅଞ୍ଚଳରେ ଘଟିଛି। ଘଟଣାର ତଦନ୍ତରେ ପୋଲିସ ଦ୍ୱାରା କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ବଡଗୌଣ୍ଡ ପୋଲିସ ଷ୍ଟେଶନ ଅର୍ନ୍ତଗତ ବେରଛା ଗ୍ରାମରେ ଦୁଇ ଦଳ ମଧ୍ୟରେ କୌଣସି କାରଣରୁ ବିବାଦ ଘଟିଥିଲା। ଏହା ପରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଜଣେ ଯୁବକ ବୋମା ସାହାଯ୍ୟରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗଷ୍ଟ ୧୫ ପାଇଁ ସେଠାରେ ପ୍ରସ୍ତୁତି ଚାଲିଥିବା କୁହାଯାଇଛି। ଏହି ସମୟରେ ଗ୍ରାମବାସୀଙ୍କ ଭିଡ ମଧ୍ୟ ଏକାଠି ହୋଇଥିଲା। କୁହାଯାଉଛି ଯେ ଯୁବକ ଜଣକ ଭିଡ଼ ମଧ୍ୟରେ ପହଞ୍ଚି ସେଠାରେ ବୋମା ଫିଙ୍ଗିଥିଲେ।

ଗଣମାଧ୍ୟମର ଖବର ଅନୁଯାୟୀ ଘଟଣାସ୍ଥଳରେ ବିସ୍ଫୋରଣ ହୋଇଥିବା ବୋମା ସେନାର ଫାୟରିଂ ରେଞ୍ଜରୁ ଆସିଥିବା କୁହାଯାଉଛି। ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଯେ ନିକଟସ୍ଥ ଗ୍ରାମଗୁଡ଼ିକରେ ମଧ୍ୟ ଆତଙ୍କ ଖେଳିଯାଇଛି। ବୋମା ବିସ୍ଫୋରଣ କରିଥିବା ଯୁବକଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।

Share