Categories: ଜାତୀୟ

ରାଜୌରିରେ ଲଗାତାର ଦୁଇଟି ବିସ୍ଫୋରଣ, ଲୋକେ ଭୟଭିତ

ଜମ୍ମୁ,୨୭ ।୩: ଜମ୍ମୁ-କଶ୍ମୀରର ରଜୌରି ଜିଲାରେ ଏକ ଜନଗହଳି ସ୍ଥାନରେ ଶନିବାର ଲଗାତାର ଦୁଇଟି ବିସ୍ଫୋରଣ ହୋଇଛି । ଫଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ପୋଲିସ କହିଛି ଘଟଣା ସମ୍ପର୍କରେ ସୂଚନା ମିଳିବାପରେ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରି ଦେଇଛନ୍ତି । ଯାଞ୍ଚ କରାଯାଉଥିବାରୁ ଉକ୍ତ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି । ପୋଲିସର ଜଣେ ପ୍ରବକ୍ତା କହିଛନ୍ତି ଶନିବାର ସନ୍ଧ୍ୟା ସାଢେ ୮ଟା ସମୟରେ କୋଟରାଂକା ବଜାରରେ କମ୍ ତୀବ୍ରତାର ଦୁଇଟି ବିସ୍ଫୋରଣ ହୋଇଥିଲା । ଏଥିରେ କେହି ହତାହତ ହୋଇ ନ ଥିବା ବେଳେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ । ତେବେ ଟେକନିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି ।

Share