ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ମାଡ଼: ଆନ୍ଧ୍ରପ୍ରଦେଶରୁ ଗିରଫ ହେଲେ ଅଭିଯୁକ୍ତ

ଗୋପାଳପୁର,୨୭ା୧(ଡି.ଏନ.ଏ.) ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧୀନ ପିତାତଳି ଗ୍ରାମରେ ଗତ ରବିବାର ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ଓ ପଥର ମାଡ଼ ହୋଇଥିଲା। ଏହି ମାମଲାରେ ଶୁକ୍ରବାର ଗୋଳନ୍ଥରା ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ପିତାତଳି ଗ୍ରାମର ପି.ଜାନକୀ ରାଓ। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନେ ଚମ୍ପଟ ମାରିଛନ୍ତି।

ଆନ୍ଧ୍ରପ୍ରଦେଶ ଇଚ୍ଛାପୁର ଅଞ୍ଚଳରୁ ପୋଲିସ ଜାନକୀଙ୍କୁ ଧରିବାରେ ସଫଳ ହୋଇଥିଲା। ଏନେଇ ପୋଲିସ ଏକ ମାମଳା(ନଂ. ୩୭/୨୩) ରୁଜୁ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ନେତୃତ୍ୱରେ ଏକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଉଭୟ ଗୋଷ୍ଠୀର ମୁଖ୍ୟ ରାଙ୍ଗା ରାଓ ଓ ନରସିଂହ ମୂର୍ତ୍ତି ଗିରଫ ହୋଇ ନ ଥିବା ବେଳେ ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

ସୂଚନାଥାଉକି, ପିତାତଳି ଗ୍ରାମରେ ରାଙ୍ଗାରାଓ ଓ ନରସିଂହ ମୂର୍ତ୍ତି ଗୋଷ୍ଠୀ ମଧ୍ୟରେ ରାଜନୈତିକ ଓ ପୂର୍ବ ଶତ୍ରୁତାରୁ ବିବାଦ ଲାଗି ରହିଥିଲା। ଗତ ରବିବାର ୨ ଗୋଷ୍ଠୀ ମଧ୍ୟରେ ବୋମା ଓ ପଥର ମାଡ଼ରେ ୩ ଆହତ ହୋଇଥିବା ବେଳେ ଉଭୟ ଗୋଷ୍ଠୀ ପକ୍ଷରୁ ଗୋଳନ୍ଥରା ଥାନାରେ ୪ଟି ମାମଲା ରୁଜୁ ହୋଇଛି। ପୂର୍ବ ଦୁଇଟି ମାମଲାରେ ପୋଲିସ ୭ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଗ୍ରାମରେ ଏକ ପ୍ଲାଟୁନ ଫୋର୍ସ ମୂତୟନ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରୁ ନିଖୋଜ ବୃଦ୍ଧ ଢେଙ୍କାନାଳରୁ ଉଦ୍ଧାର

ଢେଙ୍କାନାଳ ଅଫିସ, ୩୦।୧୦: ବିହାରରୁ ୭ମାସ ତଳେ ନିଖୋଜ ହୋଇଯାଇଥିବା ଜଣେ ବୃଦ୍ଧଙ୍କୁ ଦୀପାବଳି ଦିନ ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଅଞ୍ଚଳରୁ ଉଦ୍ଧାର କରାଯାଇଛି।...

ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ଆନନ୍ଦପୁର,୮। ୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ କାଠକଟା ହୁଡି ନିକଟ ଝରଣା କୂଳରେ ବଜ୍ରପାତରେ ଦିଲୀପ ଚକ୍ର ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି।...

‘କାପୁରୁଷ ହେବା ନାହିଁ’

ସମଗ୍ର ପୃଥିବୀରେ କୋଭିଡ୍‌-୧୯ (କରୋନା ଭାଇରସ୍‌)ର ଭୟ ନାଗରିକଙ୍କ ମନରେ ଭର୍ତ୍ତି ହୋଇରହିଛି। ବିଶ୍ୱର ୧୯୩ ଦେଶରେ ଏହି ରୋଗ ଠାବ ହୋଇଥିବା ବେଳେ ଭାରତରେ...

ଖବରଦାତା ରୋହିତଙ୍କ ପରିବାର ଲାଗି ୧୩ ଲକ୍ଷର ସହାୟତା ରାଶି ଘୋଷଣା

ଭୁବନେଶ୍ୱର,୫।୨(ବ୍ୟୁରୋ): ମାଓବାଦୀଙ୍କ ବିସ୍ଫୋରଣରେ ପ୍ରାଣ ହରାଇଥିବା ଖବରଦାତାଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯୁବ ଖବରଦାତା ରୋହିତ ବିଶ୍ୱାଳ(୪୭)ଙ୍କ ପରିବାରକୁ...

ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କୁ ଲାଗିହେଲା ମକର ଚାଉଳ

ସାକ୍ଷୀଗୋପାଳ,୧୫।୧: ବର୍ଷକୁ ଥରେ ମକର ସଂକ୍ରାନ୍ତିରେ ସାକ୍ଷୀଗୋପାଳ ଠାକୁରଙ୍କୁ ମକର ଚାଉଳ ଭୋଗ ଲାଗି ହୋଇଛି। ଅପରାହ୍ନରେ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ପୌଷମାସରେ...

ହାତୀ ଆକ୍ରମଣରେ ମହିଳା ଗୁରୁତର

ଠାକୁରମୁଣ୍ଡା,୧୮ା୯(ଡି.ଏନ୍‌.ଏ.): କରଞ୍ଜିଆ ରେଞ୍ଜ ଅଞ୍ଚଳରେ ରବିବାର ପ୍ରାତଃ ଭ୍ରମଣରେ ରାସ୍ତା ଉପରେ ଚାଲି ଚାଲି ଯାଉଥିବା ଜଣେ ମହିଳାଙ୍କୁ ଏକ ଦନ୍ତାହାତୀ ଆକ୍ରମଣ କରିବାରୁ ମହିଳାଙ୍କ...

ଲଗାଣ ବର୍ଷା ପରେ ଏବେ ଜଳ ନିଷ୍କାସନ ଚିନ୍ତା

ଜଗତ୍‌ସିଂହପୁର ଅଫିସ, ୨ା୭: ଅସରାଏ ବର୍ଷା ହେଲେ ଜଗତ୍‌ସିଂହପୁର ସହରରେ ଜଳ ନିଷ୍କାସନ ଚିନ୍ତା ବଢିଯାଏ। ଡ୍ରେନ୍‌ଗୁଡିକ ଜବରଦଖଲ ସାଙ୍ଗକୁ ଆବଶ୍ୟକ ପୁନରୁଦ୍ଧାର ଅଭାବରୁ ଜଳ...

ପୂର୍ଣ୍ଣମାତ୍ରାରେ କାମ କରୁନି ସ୍ୱାସ୍ଥ୍ୟକାର୍ଡ

ଖଇରା,୧୨।୨(ଡି.ଏନ.ଏ.): ଦିନକୁ ଦିନ ସ୍ବାମୀଙ୍କ ସ୍ବାସ୍ଥ୍ୟରେ ଅବନତି ଘଟୁଛି। ଏପଟେ ୨ନାବାଳକ ସନ୍ତାନଙ୍କୁ ଲାଳନପାଳନ ଚିନ୍ତା। ସ୍ବାମୀଙ୍କ ଚିକିତ୍ସା ଚିନ୍ତାରେ ଖାଇବା ପିଇବା ଭୁଲିଗଲେଣି ବାଲେଶ୍ୱର...

Advertisement
Archives

Model This Week